ଟାଟା ଷ୍ଟିଲ୍‌କୁ ୱାର୍ଲଡ୍ ଷ୍ଟିଲ୍ ଆସୋସିଏସନ୍‌ର ସୁରକ୍ଷା ଓ ସ୍ୱାସ୍ଥ୍ୟ ଉତ୍କର୍ଷତା ମାନ୍ୟତା

ଭୁବନେଶ୍ୱର: ବାସ୍ତବ ସମୟରେ ବିପଦ ଗତିବିଧିର ଅନୁଧ୍ୟାନ ପାଇଁ ଟାଟା ଷ୍ଟିଲ୍‌ର ରହିଥିବା ପ୍ରକ୍ରିୟା ସୁରକ୍ଷା ପରିଚାଳନାକୁ ୱାର୍ଲଡ୍ ଷ୍ଟିଲ୍ ଆସୋସିଏସନ୍ (ବିଶ୍ୱ ଇସ୍ପାତ ସଂଘ) ପକ୍ଷରୁ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉତ୍କର୍ଷତା ମାନ୍ୟତା ୨୦୨୩ ପ୍ରଦାନ କରାଯାଇଛି ।

ୱାର୍ଲଡ ଷ୍ଟିଲ୍ ପକ୍ଷରୁ ପ୍ରତିବର୍ଷ ଏହାର ସଦସ୍ୟ ଇସ୍ପାତ କଂପାନିଗୁଡ଼ିକୁ ନେଇ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉତ୍କର୍ଷତା ମାନ୍ୟତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଇସ୍ପାତ ଶିଳ୍ପର ସବୁଠୁ ଅଭିନବ ଓ ପ୍ରଭାବଶାଳୀ ସୁରକ୍ଷା ଅଭ୍ୟାସ ଉପରେ ଗୁରୁତ୍ୱାରୋପ କରାଯାଇଛି ।

ଟାଟା ଷ୍ଟିଲ୍‌ର ପ୍ରକ୍ରିୟା ସୁରକ୍ଷା ପରିଚାଳନା ସମ୍ଭାବ୍ୟ ଦୁର୍ଘଟଣାକୁ ଦୂର କରି ଇସ୍ପାତ ଉତ୍ପାଦନ ୟୁନିଟ୍ ଓ ଆଖପାଖ ଗୋଷ୍ଠୀ ସମୁଦାୟରେ ବ୍ୟାପକ ଅର୍ଥନୈତିକ, ସଂପତି ଓ ପରିବେଶ କ୍ଷୟକ୍ଷତିକୁ ଏଡ଼ାଇ ପାରୁଛି । ପ୍ରକ୍ରିୟା ସୁରକ୍ଷାର ଏକ ଉନ୍ନତ ଫ୍ରେମ୍‌ୱର୍କ ଜରିଆରେ କଂପାନି ପ୍ରକ୍ରିୟା ସୁରକ୍ଷା ବିପଦକୁ ପରିଚାଳନା କରିବାରେ ଅଗ୍ରଦୂତ ସାଜିଛି । ଟାଟା ଷ୍ଟିଲର ଏହି ଅଭିନବ ଦୃଷ୍ଟିକୋଣକୁ ୱାର୍ଲଡ୍‌ଷ୍ଟିଲ୍ ମାନ୍ୟତା ପ୍ରଦାନ କରିଛି । ଶୂନ୍ୟ ଆହାତ ପ୍ରତି କଂପାନିର ପ୍ରତିବଦ୍ଧତାକୁ ଏହି ଅଭିଯାନ ପ୍ରତିଫଳିତ କରୁଛି ।

ଏ ସମ୍ପର୍କରେ ଟାଟା ଷ୍ଟିଲ୍‌ର ସୁରକ୍ଷା, ସ୍ୱାସ୍ଥ୍ୟ ଓ ଦୀର୍ଘସ୍ଥାୟିତ୍ୱର ଉପସଭାପତି ରାଜୀବ ମଙ୍ଗଳ କହିଛନ୍ତି ଯେ, “ଶିଳ୍ପର ଏକ ଅଗ୍ରଣୀ ସଂସ୍ଥା ଭାବେ ନିଜ କର୍ମଚାରୀ ଓ ସଂପତି ପ୍ରତି ରହିଥିବା ବିପଦ ଆଶଙ୍କାକୁ ପ୍ରତ୍ୟେକ୍ଷ ଭାବେ ଚିହ୍ନଟ କରିବାର ଆବଶ୍ୟକତାକୁ ଟାଟା ଷ୍ଟିଲ୍ ଭଲ ଭାବେ ବୁଝିଛି । ପ୍ରକ୍ରିୟା ସୁରକ୍ଷା ପରିଚାଳନାରେ ଉତ୍କର୍ଷତା ହାସଲ କରିବା ଲାଗି ଉପକରଣଗୁଡ଼ିକର ସଠିକ୍ ସମୟରେ ରକ୍ଷଣାବେକ୍ଷଣ ପାଇଁ କଂପାନି ଡିଜିଟାଲ୍ ପ୍ରଯୁକ୍ତି ବ୍ୟବହାର କରି ଗୁରୁତ୍ୱପୂର୍ଣ୍ଣ ଉପକରଣଗୁଡ଼ିକର ବିଫଳତାକୁ ଏଡ଼ାଇପାରିଛି । କର୍ମଚାରୀଙ୍କ ପ୍ରକ୍ରିୟା ସୁରକ୍ଷା ଦକ୍ଷତାରେ ଉନ୍ନତି ଆଣିବା ଲାଗି ତିନି ସ୍ତରୀୟ (ଶିକ୍ଷଣୀୟ, ଅଭ୍ୟାସ ଓ ବିଶେଷଜ୍ଞ) ପ୍ରକ୍ରିୟା ‘ସୁରକ୍ଷା ଉତ୍କର୍ଷତା ସ୍କୁଲ’ ବ୍ୟବସ୍ଥା ବିକାଶ କରାଯାଇଛି ଯାହାକୁ ସବୁ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟକାରୀ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ଏହା ଆମ କର୍ମଚାରୀମାନଙ୍କ ଦକ୍ଷତାକୁ ଆହୁରି ବଢ଼ାଇବ ଯେଉଁମାନେ ଇସ୍ପାତ ତିଆରି ପାଇଁ ଗତ ଦଶନ୍ଧିଗୁଡ଼ିକରେ ଆମ କାରଖାନା, ପ୍ରକ୍ର୍ରିୟା ଓ ଲୋକଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ଡିଜିଟାଲ୍ ଫ୍ରେମୱର୍କ ସୁନିଶ୍ଚିତ କରିଛନ୍ତି । ଇସ୍ପାତ ତିଆରି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ୱାର୍ଲଡ ଷ୍ଟିଲର ମାନ୍ୟତା ହାସଲ କରିଥିବାରୁ ଆମେ ବେଶ ଉଲ୍ଲସିତ ।’’

Share

Leave a Reply

Your email address will not be published. Required fields are marked *

9 − one =