ଟାଟା ଷ୍ଟିଲର କ୍ରୋମାଇଟ ଖଣି ସମୂହକୁ ୬ଟି ପୁରସ୍କାର

– ୨୫ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ

ଭୁବନେଶ୍ୱର: ୨୫ତମ ଖଣି ପରିବେଶ ଏବଂ ଖଣିଜ ସଂରକ୍ଷଣ ସପ୍ତାହ ପାଳନ ଅବସରରେ ୬ଟି ସମ୍ମାନଜନକ ପୁରସ୍କାର ହାସଲ କରିଛି ଟାଟା ଷ୍ଟିଲର ସୁକିନ୍ଦା କ୍ରୋମାଇଟ୍ ଖଣି, ସାରୁଆବିଲ କ୍ରୋମାଇଟ୍ ଖଣି ଓ କମର୍ଦ୍ଦା କ୍ରୋମାଇଟ୍ ଖଣି । ରାଜଧାନୀ ଭୁବନେଶ୍ୱର ଠାରେ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ, ଭୁବନେଶ୍ୱର ପକ୍ଷରୁ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମର ଅନ୍ତିମ ଦିନରେ ବିଭିନ୍ନ ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଟାଟା ଷ୍ଟିଲର ଫେରୋ ଆଲଏଜ୍ ଓ ମିନେରାଲ୍ସ ଡିଭିଜନ ଅଧୀନରେ ପରିଚାଳତ ସାରୁଆବିଲ କ୍ରୋମାଇଟ୍ ଖଣିକୁ ସିଷ୍ଟମାଟିକ୍ ଆଣ୍ଡ ସାଇଣ୍ଟିଫିକ୍ ଡେଭେଲପମେଣ୍ଟ ବର୍ଗରେ ପ୍ରଥମ, ସଷ୍ଟେନେବଲ୍ ଡେଭେଲପମେଣ୍ଟ ବର୍ଗରେ ପ୍ରଥମ, ଓଭରଅଲ୍ ପର୍ଫର୍ମାନ୍ସ ବର୍ଗରେ ପ୍ରଥମ ଓ ବୃକ୍ଷରୋପଣ ବର୍ଗରେ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ବର୍ଜ୍ୟବସ୍ତୁ ଡମ୍ପିଂ ପରିଚାଳନାରେ କମ୍ପାନୀର ସୁକିନ୍ଦା କ୍ରୋମାଇଟ୍ ଖଣି ପ୍ରଥମ ପୁରସ୍କାର ହାସଲ କରିଥିବାବେଳେ ପୁନରୁଦ୍ଧାର ଓ ପୁନର୍ବାସ ବର୍ଗରେ କମର୍ଦ୍ଦା କ୍ରୋମାଇଟ୍ ଖଣି ପ୍ରଥମ ପୁରସ୍କାର ହାସଲ କରିଛି ।
ଏହି ସଫଳତା ପାଇଁ ଖୁସି ପ୍ରକାଶ କରି ଫେରୋ ଆଲଏଜ୍ ଓ ମିନେରାଲ୍ସ ଡିଭିଜନର ଏକଜିକ୍ୟୁଟିଭ ଇନଚାର୍ଜ ପଙ୍କଜ ସତିଜା କହିଛନ୍ତି ଯେ, ଏହି ସଫଳତା ପାଇଁ ଆମେ ଅତ୍ୟନ୍ତ ଆନନ୍ଦିତ । ମୁଁ ନିଶ୍ଚିତ ଯେ ଦୀର୍ଘସ୍ଥାୟୀ ଖଣି ଅଭ୍ୟାସ ପ୍ରତି ଆମର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବାରେ ଏହା ଆମ ଟିମକୁ ପ୍ରେରଣା ଦେବ । ଦାୟିତ୍ୱସମ୍ପନ୍ନ ଖଣି ଅଭ୍ୟାସ ସୁନିଶ୍ଚିତ କରିବା ପାଇଁ ନବସୃଜନତାକୁ ଆପଣାଇବାରେ ଆମର ନିରନ୍ତର ପ୍ରୟାସପ୍ରତି ଏହି ସମ୍ମାନ ପାଇଁ ମୁଁ ସମସ୍ତ ଜୁରୀ ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି ।
ସପ୍ତାହବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମର ପୁରସ୍କାର ପ୍ରଦାନ ସମାରୋହରେ ଟାଟା ଷ୍ଟିଲର ସୁକିନ୍ଦା କ୍ରୋମାଇଟ୍ ଖଣି ମୁଖ୍ୟ ଶମ୍ଭୁନାଥ ଝା, ସାରୁଆବିଲ ଓ କମର୍ଦ୍ଦା କ୍ରୋମାଇଟ୍ ଖଣି ମୁଖ୍ୟ ନବୀନ ଶ୍ରୀବାସ୍ତବ, କମ୍ପାନୀର ବରିଷ୍ଠ ଅଞ୍ଚଳ ପ୍ରବନ୍ଧକ ନିହାର ମିତ୍ର, ରାଜେଶ ଏକ୍କା, ବିରାଜ ଭରଲେକ,ର୍ ବରିଷ୍ଠ ପ୍ରବନ୍ଧକ ଅରିନ୍ଦମ ପାଣି, ସହ ପ୍ରବନ୍ଧକ ବିଶ୍ୱରଂଜନ ଧଳ ଓ ତିନୋଟି ଖଣିର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

eight + eight =