ବିଦ୍ୟୁତ ଶକ୍ତି କ୍ଷେତ୍ରରେ ପ୍ରତିଭାବାନ ମାନବ ସମ୍ବଳ ସୃଷ୍ଟି କରିବା ପାଇଁ ଟାଟା ପାୱାର ଓ ସରାଙ୍ଗର ଇନ୍ଦୀରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

ଟାଟା ପାୱାରର “ସ୍ପର୍ଶ’ ଓ “ଟ୍ରେନ୍ ଟୁ ହାୟାର’ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଓଡ଼ିଶାର ଯୁବବବର୍ଗଙ୍କୁ ସମୃଦ୍ଧ ଓ ଶିଳ୍ପରେ କାର୍ଯ୍ୟ ପାଇଁ ପ୍ରସ୍ତୁତ କରିବା
ଭୁବନେଶ୍ୱର: ଟାଟା ପାୱାର ସର୍ବଦା ଯୁବପିଢ଼ିଙ୍କୁ ସହାୟତା ଦେଇଥାଏ ଏବଂ ନିଯୁକ୍ତି ହାସଲ କରିବା ପାଇଁ ଆବଶ୍ୟକ ଦକ୍ଷତା ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରୁଛି । ସେହି ପ୍ରତିବଦ୍ଧତା ଅନୁସାରେ, ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ ପରିପ୍ରେକ୍ଷୀରେ ବିଦ୍ୟୁତ ଶକ୍ତି କ୍ଷେତ୍ରର ଉଦୀୟମାନ ଧାରା ଓ ପ୍ରଯୁକ୍ତି ଉପରେ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ସମୃଦ୍ଧ କରିବା ପାଇଁ କଂପାନି ପକ୍ଷରୁ ଇନ୍ଦୀରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଜିଆଇଟି) ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି ।
ଶିକ୍ଷା ଓ ନିଯୁକ୍ତି ହାସଲ କ୍ଷମତା ମଧ୍ୟରେ ରହିଥିବା ଅନ୍ତରକୁ ଦୂର କରିବା ଲାଗି ଟାଟା ପାୱାର ଓ ଆଇଜିଆଇଟି, ସରାଙ୍ଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଟାଟା ପାୱାରର କ୍ଲଷ୍ଟର ବ୍ୟବସାୟ ମୁଖ୍ୟ ଏଚ୍‌ଆର୍ (ଟିଆଣ୍ଡ୍‌ଡି) ଶ୍ରୀ ସୁବୀର ବର୍ମା ଓ ଇନ୍ଦୀରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ସରାଙ୍ଗର ନିର୍ଦ୍ଦେଶକ ଡକ୍ଟର ସତ୍ୟବ୍ରତ ମହନ୍ତ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି ।
“ସ୍ପର୍ଶ ଓ “ଟ୍ରେନ୍ ଟୁ ହାୟାର’ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଟାଟା ପାୱାର ପକ୍ଷରୁ ଯୁବ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟକ୍ଷ ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ଯାହା ସେମାନଙ୍କୁ ଶକ୍ତି କ୍ଷେତ୍ରରେ ଭୂମିକା ନିର୍ବାହ କରିବା ପାଇଁ ଆବଶ୍ୟକ ଦକ୍ଷତା ଓ ବିଶ୍ୱାସ ପ୍ରଦାନ କରିବାରେ ସହାୟକ ହୋଇ ସେମାନଙ୍କୁ ସମୃଦ୍ଧ କରିବ । ଉନ୍ନତ ତାଲିମ କାର୍ଯ୍ୟକ୍ରମ ଓ ଅଟୋମେସନ ସିଷ୍‌ଟମ୍‌, ନିୟାମକ ଓ ମାନକ, ସ୍ମାର୍ଟ ମିଟର ପ୍ରଯୁକ୍ତି, ଶକ୍ତି ଅଡିଟିଂ, ମିଟର ପରୀକ୍ଷଣ ଆଦି କ୍ଷେତ୍ରର ମଡ୍ୟୁଲ୍ ଜରିଆରେ ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରିବାକୁ ଉତ୍ସାହିତ ଥିବା ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ଦକ୍ଷତା ଜରିଆରେ ସମୃଦ୍ଧ ଓ ପ୍ରଶିକ୍ଷୀତ କରିବାରେ ଏହି ସହଯୋଗିତା ସହାୟକ ହେବ ।
ଇଞ୍ଜିନିୟରିଂ ଓ ଡିପ୍ଲୋମା ଛାତ୍ରଛାତ୍ରୀମାନଙ୍କ ଜ୍ଞାନ ଦକ୍ଷତାରେ ଉନ୍ନତି ଆଣିବା ଏବଂ କିଛି ଶ୍ରେଷ୍ଠ ପ୍ରଥା ବିଷୟରେ ସେମାନଙ୍କୁ ଜଣାଇବା ଲାଗି କଂପାନି ପକ୍ଷରୁ ସ୍ୱତନ୍ତ୍ର ଭାବେ ଏକ ୬ ମାସିଆ ତାଲିମ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପ୍ରକ୍ର୍ରିୟା ପାଇଁ ବିଚାରକୁ ନିଆଯିବ ।
ଏହି ସହଯୋଗିତା ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀଯୁକ୍ତ ଅରବିନ୍ଦ ସିଂହ କହିଛନ୍ତି ଯେ, “ଯୁବ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ଲାଗି ପ୍ରସ୍ତୁତ କରି ଶକ୍ତି କ୍ଷେତ୍ରରେ ପ୍ରତିଭାର ଦୃଶ୍ୟପଟ୍ଟରେ ପରିବର୍ତନ ଆଣିବାକୁ ଆମେ ପ୍ରତିବଦ୍ଧ ରହିଛୁ । ଏହି ସହଯୋଗିତା ଜରିଆରେ ଆମେ ଓଡ଼ିଶାର ଯୁବ ପିଢ଼ିଙ୍କ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି କରିବା ଏବଂ ଶିଳ୍ପର ଦକ୍ଷ ଶ୍ରମ ଶକ୍ତି ବଢ଼ାଇବା ପାଇଁ ଲକ୍ଷ୍ୟ ରଖିଛୁ ।’’
ଏହି ଅବସରରେ ଟାଟା ପାୱାରର କ୍ଲଷ୍ଟର ମୁଖ୍ୟ-ବିଜନେସ୍ ଏଚ୍‌ଆର୍ (ଟିଆଣ୍ଡ୍‌ଡି) ଶ୍ରୀ ସୁବୀର ବର୍ମା କହିଛନ୍ତି ଯେ, “ବିଦ୍ୟୁତ ଶକ୍ତି ଭଳି ଉଦୀୟମାନ କ୍ଷେତ୍ର ସମେତ ସବୁ ଶିଳ୍ପ କ୍ଷେତ୍ର ଅନିଶ୍ଚିତ ଆହ୍ୱାନର ଦ୍ରୁତ ସମାଧାନ ଲାଗି ଯୋଗ୍ୟ ଓ ପ୍ରସ୍ତୁତ ରହିଥିବା ଶ୍ରମଶକ୍ତି ଉପଲବ୍ଧତା ଆବଶ୍ୟକ କରନ୍ତି । ସ୍ୱତନ୍ତ୍ର ମଡ୍ୟୁଲ, ବାସ୍ତବ ସମୟ ଲାଇଭ୍ ପ୍ରକଳ୍ପ, ଫାକଲ୍‌ଟି ଓ ମେଂଟର ଭାବେ ବରିଷ୍ଠ ପ୍ରବନ୍ଧକ ପ୍ରଦାନ କରି ୬ ମାସରେ ଓଡ଼ିଶାର ସ୍ଥାନୀୟ ଶିକ୍ଷୀତ ଲୋକମାନଙ୍କୁ ଶିଳ୍ପ ପାଇଁ ପ୍ରସ୍ତୁତ କରିବା ଲାଗି ଆମ ବିଶେଷତା ପ୍ରଦାନ କରିବାକୁ ଆମେ ଚାହୁଛୁ । ଆଇଜିଆଇଟି ସରାଙ୍ଗ ସହିତ ସହଯୋଗିତା ସ୍ଥାପନ କରି ଆମେ ଆନନ୍ଦିତ ଏବଂ ଭାରତର ବିଦ୍ୟୁତ ଶକ୍ତି କ୍ଷେତ୍ର ଲାଗି ପ୍ରତିଭା ସୃଷ୍ଟି କରିବା ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆମେ ଚାହିରହିଛୁ ।’’

Share

Leave a Reply

Your email address will not be published. Required fields are marked *

twenty − 20 =