ଟାଟା ଏଆଇଏ ପକ୍ଷରୁ ପ୍ରୋ-ଫିଟ୍ ସ୍ୱାସ୍ଥ୍ୟ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଜୀବନ ବୀମା କଂପାନି ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଟାଟା ଏଆଇଏ ପ୍ରୋ ଫିଟ୍‌ର ଶୁଭାରମ୍ଭ କରାଯାଇଛି, ଯାହା ହେଉଛି ଏକ ଅଭିନବ ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମାଧାନ ଯାହା ପ୍ରତିଟି ଲୋକଙ୍କ ସ୍ୱତନ୍ତ୍ର ଆବଶ୍ୟକତା ପୂରଣ କରିପାରିବ । ଏହି ପ୍ଲାନ୍ ଗ୍ରାହକଙ୍କୁ ମେଡିକାଲ୍ ଖର୍ଚ୍ଚ ଓ କଲ୍ୟାଣ ଉପରେ ସୁରକ୍ଷା ପ୍ରଦାନ କରିବା ସହିତ ସମ୍ପତି ସୃଷ୍ଟି କରିବାର ସୁଯୋଗ ପ୍ରଦାନ କରିବ ।
ଟାଟା ଏଆଇଏ ପ୍ରୋ-ଫିଟ୍‌ରେ ବହୁ ପ୍ରକାର ଲାଭ ରହିଛି । ଏଥିରେ ୧୩୦ ପ୍ରକାର ଅସ୍ତ୍ରୋପଚାର, ଡେକେୟାର ଓ ୫୭ ଜଟିଳ ଅସୁସ୍ଥତା ସାମିଲ କରାଯାଇଛି । ଭାରତରେ ଥିବା ନେଟ୍‌ୱର୍କ ହସ୍ପିଟାଲ୍‌ଗୁଡ଼ିକରେ କ୍ୟାସ୍‌ଲେସ୍ ଦାବି ସେବା ମିଳିବ । ୨୫୦୦୦ ଟଙ୍କା ପର୍ଯ୍ୟନ୍ତର ନିଦାନ ପରୀକ୍ଷା ରାଶି ଫେରସ୍ତ ମିଳିବ । ଭାରତ ଓ ୪୯ଟି ଦେଶରେ ଚିିକିତ୍ସା ବାବଦ ଖର୍ଚ୍ଚର ସୁରକ୍ଷା ମିଳିବ । ବିଦେଶ ଚିକିତ୍ସା ବୁଷ୍ଟର୍‌ରେ ଜଟିଳ ଅସୁସ୍ଥତାର ଚିକିତ୍ସା ଲାଗି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ । ଚିକିତ୍ସା ବାବଦ ଖର୍ଚ୍ଚକୁ ଟିକସ ମୁକ୍ତ ଭାବେ ରିଡିମ୍ କରିହେବ । ଏହା ହେଉଛି ଏକ ସ୍ୱତନ୍ତ୍ର ଯୋଜନା ଯାହା ଜରିଆରେ ମହିଳା ଓ ଯୁବବର୍ଗଙ୍କୁ ନିଜ ସ୍ୱାସ୍ଥ୍ୟରେ ନିବେଶ କରିବା ଲାଗି ଉତ୍ସାହିତ କରାଯାଇପାରିବ । କିନ୍ନରମାନଙ୍କ ଲାଗି ଏଥିରେ ପ୍ରାଇଡ୍ ରିହାତି ରହିଛି । ମେଡିକାଲ୍ ରିପୋର୍ଟର ଫଟୋକପି ଗ୍ରହଣୀୟ । ଅସଲି ରିପୋର୍ଟ ଦାଖଲ କରିବାକୁ ପଡ଼ିବ ନାହିଁ ।
ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସର ସଭାପତି ଓ ମୁଖ୍ୟ ବିତିୟ ଅଧିକାରୀ ସମିତ ଉପାଧ୍ୟାୟ କହିଛନ୍ତି ଯେ, “ଯେକୌଣସି ବୟସରେ ଜଟିଳ ଅସୁସ୍ଥତା ଦେଖାଦେଇପାରେ ଏବଂ ଏଥିପାଇଁ ଜୀବନ ପ୍ରଭାବିତ ହୋଇଥାଏ ଓ ମେଡିକାଲ୍‌ରେ ଖର୍ଚ କରିବାକୁ ପଡ଼େ । ସମ୍ପୂର୍ଣ୍ଣ ଚିକିତ୍ସା କରିବା ସତ୍ୱେ ଏଥିରୁ କିଛି ରୋଗ ପୁଣି ଥରେ ଦେଖାଦିଏ । ନିଦାନ ପରବର୍ତୀ ଓ ଯତ୍ନ ଲାଗି ବିପୁଳ ଖର୍ଚ କରିବାକୁ ପଡ଼େ । ଭାରତରେ ୬୫ ପ୍ରତିଶତ ଚିକିତ୍ସା ଖର୍ଚକୁ ଲୋକମାନେ ନିଜ ପକେଟ୍‌ରୁ ଗଣୁଛନ୍ତି । ଏଥିରୁ ଭାରତରେ ସ୍ୱାସ୍ଥ୍ୟ ବୀମା ସୁରକ୍ଷାର ବାସ୍ତବ ସ୍ଥିତି ଭିତରେ ରହିଥିବା ଅନ୍ତର ସ୍ପଷ୍ଟ ଭାବେ ବୁଝାପଡ଼ୁଛି । ଲୋକମାନଙ୍କ ସ୍ୱାସ୍ଥ୍ୟ ଯାତ୍ରାର ସହଯୋଗୀ ଭାବେ ଟାଟା ଏଆଇଏ ପ୍ରୋ-ଫିଟ୍ ହେଲ୍‌ଥ ପ୍ଲାନ୍‌କୁ ପ୍ରସ୍ତୁତ କରାଯାଇଛି । ଏହାକୁ ଗ୍ରାହକମାନେ ନିଜ ପସନ୍ଦ ଅନୁସାରେ ଅବଧି ପର୍ଯ୍ୟନ୍ତ କିମ୍ବା ସାରା ଜୀବନ ପାଇଁ ଚୟନ କରିପାରିବେ । ଆଗୁଆ ଚିହ୍ନଟଠାରୁ ଆରମ୍ଭ କରି ପ୍ରତିଷେଧକ ଏବଂ ଚିକିତ୍ସାରୁ ଉପଷମ ପର୍ଯ୍ୟନ୍ତ ସବୁ ସମୟରେ ଏହି ପ୍ଲାନ୍ ସୁରକ୍ଷା ପ୍ରଦାନ କରିବ । ମେଡିକ୍ସ ଓ ଭାଇଟାଲିଟି ଭଳି ମୂଲ୍ୟ ଯୁକ୍ତ ସେବା ଆପଣଙ୍କ ସ୍ୱାସ୍ଥ୍ୟ ପସନ୍ଦକୁ ପ୍ରତ୍ୟକ୍ଷ ସମର୍ଥନ ଓ ରିୱାର୍ଡ ପ୍ରଦାନ କରିବ ।’’
ପ୍ରୋ-ଫିଟ୍ ହେଲ୍‌ଥ ପ୍ଲାନ୍‌ରେ ପଲିସିଧାରକମାନେ ୟୁଲିପ୍ ଫଣ୍ଡ୍ ଅଧୀନରେ ବଜାରଭିତିକ ରିଟର୍ଣ୍ଣ ସହ ନିଜର ନିବେଶ ବଢ଼ାଇପାରିବେ । ଦୁର୍ଘଟଣାରେ ସମ୍ପୂର୍ଣ୍ଣ କିମ୍ବା ଅଂଶିକ ଅକ୍ଷମ ହେଲେ ପଲିସିଧାରକଙ୍କୁ ଏକକାଳୀନ ମୋଟା ଅଙ୍କର ରାଶି ମିଳିବ । ମୃତ୍ୟୁ ଭଳି ସଙ୍କଟ ବେଳେ ନିଜର ପ୍ରିୟଜନଙ୍କ ଆର୍ଥିକ ସୁରକ୍ଷା ପାଇଁ ବୀମା ରାଶି ମିଳିବ । ପଲିସିଧାରକମାନେ ୧୦୦ ବର୍ଷ ବୟସ ପର୍ଯ୍ୟନ୍ତ ଏହି ଲାଭ ପାଇପାରିବେ ଯାହା ସେମାନଙ୍କ ମାନସିକ ଶାନ୍ତିକୁ ସୁନିଶ୍ଚିତ କରିବ । ମହିଳା ପଲିସିଧାରକଙ୍କ ପାଇଁ ସ୍ମାର୍ଟ ଲେଡି ରିହାତି ଭାବେ ପ୍ରଥମ ବର୍ଷ ରାଇଡର ପ୍ରିମିୟମ୍ ଉପରେ ୨ ପ୍ରତିଶତ ଓ ୟୁଲିପ୍ ଫଣ୍ଡ୍ ଉପରେ ଅତିରିକ୍ତ ୦.୫% ରିହାତି ମିଳିବ । ୩୦ ବର୍ଷରୁ କମ୍ ବୟସ ପିଲାମାନେ ଏହାକୁ କିଣିଲେ ୨% ଅତିରିକ୍ତ ରିହାତି ପାଇପାରିବେ । କିନ୍ନରଙ୍କୁ ୨% ପ୍ରାଇଡ୍ ରିହାତି ମିଳିବ ।

Share

Leave a Reply

Your email address will not be published. Required fields are marked *

four × two =