ରୁଙ୍ଗ୍‌ଟା ପକ୍ଷରୁ ପଶ୍ଚିମବଙ୍ଗର ଆସାନସୋଲ୍‌ରେ ଡିଲର ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସମନ୍ୱିତ ଇସ୍ପାତ ଏବଂ ଟିଏମଟି ବାର ଉତ୍ପାଦନକାରୀ ରୁଙ୍ଗଟା ଷ୍ଟିଲ ପଶ୍ଚିମବଙ୍ଗର ଏକ ପ୍ରମୁଖ ବିତରକ ଏସ୍‌ଭିଏନ୍ ଏଂଟରପ୍ରାଇଜେସ୍ ସହଯୋଗରେ ଆସାନସୋଲ୍‌ର ପାନୋରମା ୱାଟର ପାର୍କରେ ଏକ ଡିଲର ସମ୍ମିଳନୀ ଆୟୋଜନ କରିଥିଲ । ଏହି କାର୍ଯ୍ୟକ୍ରମ ଦୁଇ ସଂସ୍ଥା ମଧରେ ଥିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ଦର୍ଶାଉଥିବା ବେଳେ ଏହି ଅଂଚଳରେ ଡିଲରମାନଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଗ୍ରାହକ ସନ୍ତୁଷ୍ଟିରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି କାର୍ଯ୍ୟକ୍ରମରେ ୫୦ରୁ ଅଧିକ ଡିଲର ଯୋଗଦେଇଥିଲେ ଯେଉଁଥିରେ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ବିକାଶ ଓ ପାରସ୍ପରିକ ଅଭିବୃଦ୍ଧି ରଣନୀତି ଉପରେ ଆଲୋଚନା ପାଇଁ ଭାବର ଆଦାନପ୍ରଦାନ ହୋଇଥିଲା । ରୁଙ୍ଗଟା ଷ୍ଟିଲ୍‌ର ବିଭିନ୍ନ ଉତ୍ପାଦ ଓ ସେବା ଉପରେ ସହଯୋଗୀମାନେ ପ୍ରତ୍ୟକ୍ଷ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଯାହା ବିତରକଙ୍କୁ ଉତ୍କର୍ଷ ପ୍ରଦାନ କରିବାରେ କମ୍ପାନିର ପ୍ରତିବଦ୍ଧତାକୁ ଦର୍ଶାଉଛି ।
ରୁଙ୍ଗଟା ଷ୍ଟିଲ୍‌ର ଏଭିପି ତଥା ସେଲ୍ସ ଆଣ୍ଡ ମାର୍କେଟିଂ (ଟିଏମଟି ଆଣ୍ଡ ୍ ୱାୟାର ରଡ୍‌) ମୁଖ୍ୟ ଅରବିନ୍ଦ କୁମାର କହିଛନ୍ତି ଯେ, “ଆମେ ନିୟମିତ ବ୍ୟବଧାନରେ ଆୟୋଜନ କରୁଥିବା ସମ୍ମିଳନୀକୁ ଉତ୍ସାହର ସହ ଅପେକ୍ଷା କରିଥାଉ କାରଣ ତାହା ଆମକୁ ଆସାନସୋଲରେ ରୁଙ୍ଗଟା ଷ୍ଟିଲ୍‌ର ଉପସ୍ଥିତିକୁ ସୁଦୃଢ଼ କରିବା ଏବଂ ଆମର ଗୁରୁତ୍ୱପୂର୍ଣ୍ଣ ପଶ୍ଚିମବଙ୍ଗ ବଜାରରେ ସମ୍ପ୍ରସାରଣ ପାଇଁ ମୂଲ୍ୟବାନ ସୁଯୋଗ ପ୍ରଦାନ କରିଥିବା ବେଳେ ପାରସ୍ପରିକ ସଫଳତାକୁ ଆଗକୁ ବଢ଼ାଇବା ଲାଗି ଆମ ମୂଲ୍ୟବାନ ସହଯୋଗୀଙ୍କ ସହ ମିଶି କାମ କରିବାର ସୁଯୋଗ ପ୍ରଦାନ କରିଛି ।”
କିଛି ବର୍ଷ ଭିତରେ ପଶ୍ଚିମବଙ୍ଗ ଓ ସର୍ବଭାରତୀୟ ସ୍ତରରେ ବର୍ଦ୍ଧିତ ନେଟୱର୍କ ସହିତ ରୁଙ୍ଗଟା ଷ୍ଟିଲ୍ ଏହାର ଶ୍ରେଷ୍ଠ ମାନର ଟିଏମ୍‌ଟି ବାର୍ ପାଇଁ ପରିଚିତ ଯାହା ଶିଳ୍ପର ଆବଶ୍ୟକତା ପୂରଣ କରିବା ପାଇଁ ବ୍ୟାପକ ଅନୁଶୀଳନ ଜରିଆରେ ପ୍ରସ୍ତୁତ କରାଯାଇଛି । ରାଜ୍ୟର ବ୍ୟବସାୟ ଓ ଶିଳ୍ପର ବ୍ୟାପକ ବିଶ୍ୱାସକୁ ରୁଙ୍ଗଟା ଷ୍ଟିଲ୍ ହାସଲ କରିବା ଜାରି ରଖିଛି, ଯାହା ଇସ୍ପାତ ଶିଳ୍ପରେ ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସଂସ୍ଥା ଭାବେ କମ୍ପାନିର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି ।

Share

Leave a Reply

Your email address will not be published. Required fields are marked *

two × 5 =