ହୋଣ୍ଡା ୨ହ୍ବିଲର୍ସ ଇଣ୍ଡିଆ ପକ୍ଷରୁ ନୂଆ ଏକ୍ସ-ବ୍ଲେଡ୍ ଏବିଏସ୍

ଭୁବନେଶ୍ବର ():  ମୋଟରସାଇକଲ୍ କ୍ଷେତ୍ରରେ ଉତ୍ସାହକୁ ଆଉ କିଛି ପାଦ ଆଗକୁ ବଢ଼ାଇ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ୧୬୦ ସିସି ସ୍ପୋର୍ଟି ଏକ୍ସ-ବ୍ଲେଡ୍କୁ ଏବିଏସ୍ (ଆଂଟି ଲକ୍ ବ୍ରେକିଂ ସିଷ୍ଟମ) ସହିତ ଆଜି ଦିଲ୍ଲୀରେ ଭିଭୋ ପ୍ରୋ କବାଡ଼ି ଲିଗ୍ ୨୦୧୮ର ଫାଇନାଲ୍ ଅବସରରେ ଉନ୍ମୋଚନ କରାଯାଇଛି । ହୋଣ୍ଡା ଏକ୍ସ-ବ୍ଲେଡ୍ ଏବିଏସ୍ର ଏକ୍ସ ସୋ’ରୁମ୍ ନୂଆଦିଲ୍ଲୀ ମୂଲ୍ୟ ହେଉଛି ୮୭,୭୭୬ ଟଙ୍କା ।

ନୂତନ ବାଇକ୍ ସମ୍ପର୍କରେ ଶ୍ରୀଯୁକ୍ତ ମିନୁରୋ କାଟୋ, ସଭାପତି ଓ ସିଇଓ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “୧୫୦-୧୮୦ ସିସି ବର୍ଗରେ ଆମର ସ୍ଥିତିକୁ ସୁଦୃଢ଼ କରି ଏକ୍ସ-ବ୍ଲେଡ୍ ଯୁବ ଉତ୍ସାହୀଙ୍କ ପାଇଁ ଅତ୍ୟାଧୁନିକ ଷ୍ଟାଇଲ୍ ଓ ସୁପରିୟର ପ୍ରଯୁକ୍ତି ନିର୍ଧାରଣ କରିଛି । ନୂତନ ଉତ୍ପାଦ ଓ ଅତ୍ୟାଧୁନିକ ପ୍ରଯୁକ୍ତି ଜରିଆରେ ଆମେ ଭାରତୀୟଙ୍କ ବାଇକ୍ ଚଲାଇବାର ଢଙ୍ଗ ବଦଳାଇବାକୁ ନିଷ୍ପତି ନେଇଛୁ ।’’

ଅନେକ ବୈଶିଷ୍ଟ୍ୟ ଯୁକ୍ତ ଏକ୍ସ ବ୍ଲେଡ୍ ଏବିଏସ୍ରେ ଏବେ ବ୍ରେକିଂ ଅଧିକ ଉନ୍ନତ ହୋଇପାରିଛି । ଏକ୍ସ ବ୍ଲେଡ୍ର ଷ୍ଟାଇଲ୍କୁ ଆଉ ଟିକେ ବଢ଼ାଇ ଏହାର ଅଣ୍ଡର କାଉଲ୍, ସାମ୍ନା ଫୋର୍କ କଭର ସହିତ ହ୍ବିଲ୍ ରିମ୍ ଷ୍ଟ୍ରାଇପ୍ ମଧ୍ୟ ସାଧାରଣ ମଡେଲ୍ରେ ଉପଲବ୍ଧ ହେଉଛି ।

ଏହି ଅବସରରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ବରିଷ୍ଠ ଉପସଭାପତି, ବିକ୍ରି ଓ ମାର୍କେଟିଂ-ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ନିତିଦିନିଆ ବ୍ୟବହାରରେ ଷ୍ଟାଇଲ୍ ଓ ପ୍ରଦର୍ଶନ ଚାହୁଁଥିବା ମୋଟରସାଇକଲ୍ ଉତ୍ସାହୀଙ୍କ ପାଇଁ ଏକ୍ସବ୍ଲେଡ୍କୁ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଛି । ଏବେ ଏବିଏସ୍ ସହିତ ଏକ୍ସ ବ୍ଲେଡ୍ ଆସିଥିବାରୁ ଚାଳକମାନଙ୍କ ବିଶ୍ବାସ ଆହୁରି ବୃଦ୍ଧି ପାଇବ । ଏକ୍ସବ୍ଲେଡ୍ର କେନ୍ଦ୍ରରେ ରହିଛି ସ୍ପୋର୍ଟି ଷ୍ଟାଇଲ୍ ଓ ଏହା କ୍ରୀଡ଼ାର ଭାବକୁ ସମ୍ମାନ ଦେଉଥିବାରୁ ହୋଣ୍ଡା ମଧ୍ୟ ଭିଭୋ ପ୍ରୋ କବାଡ଼ି ଲିଗ୍ ୨୦୧୮ର ପ୍ରତିଟି ସହରର ସବୁଠୁ ଷ୍ଟାଇଲିସ୍ ଖେଳାଳୀଙ୍କୁ ପ୍ରତିନିଧିତ୍ବ କରୁଛି ।’’

ହୋଣ୍ଡା ଏକ୍ସ ବ୍ଲେଡରେ ବର୍ଗର ପ୍ରଥମ ଏଲଇଡି ହେଡଲ୍ୟାମ୍ପ୍ ବ୍ୟବହାର କରାଯାଇଥିବା ବେଳେ ସେଥିରେ ୧୬୨.୭୧ ସିସିର ଏଚ୍ଇଟି ଇଂଜିନ ରହିଛି । ଏଥିରେ ଲମ୍ବା ସିଟ୍, ସିଲ୍ ଚେନ୍, ହାଜାର୍ଡ ସ୍ବିଚ୍, ସର୍ଭିସ୍ ଡ୍ୟୁ ଇଣ୍ଡିକେଟର୍, ଡିଜିଟାଲ୍ କ୍ଲକ୍ ଓ ଗିୟର ପୋଜିସନ୍ ଇଣ୍ଡିକେଟର୍ ଆଦି ସୁବିଧା ରହିଛି ।

ପାଂଚଟି ଆକର୍ଷଣୀୟ ସ୍ପୋର୍ଟି ରଙ୍ଗ- ମାଟେ ମାର୍ଭେଲ୍ ବ୍ଲୁ ମେଟାଲିକ୍, ମାଟେ ଫ୍ରୋଜେନ୍ ସିଲଭର୍ ମେଟାଲିକ୍, ପର୍ଲ ସ୍ପାର୍ଟାନ୍ ରେଡ୍, ପର୍ଲ ଇଗ୍ନିଅସ୍ ବ୍ଲାକ୍ ଓ ମାଟେ ମାର୍ସଲ୍ ଗ୍ରିନ୍ ମେଟାଲିକ୍ରେ ଏହା ଉପଲବ୍ଧ ହେଉଛି ।

Share

Leave a Reply

Your email address will not be published. Required fields are marked *

4 + 19 =