ମହିଳାଙ୍କୁ 33% ସଂରକ୍ଷଣ ପ୍ରସ୍ତାବରେ ନବୀନଙ୍କ ସହ ଶ୍ରେୟ ବାଣ୍ଟିବାକୁ ପ୍ରତିଯୋଗିତା

ଭୁବନେଶ୍ବର () ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମହିଳାଙ୍କ ପାଇଁ ବିଧାନସଭା ଓ ସଂସଦରେ 33 ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସ୍ତାବ ଦେଇ ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ରାତାରାତି ଶ୍ରେୟ ନେବାକୁ ଅଣ୍ଟାଭିଡିଛନ୍ତି କଂଗ୍ରେସ ଓ ବିଜେପି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ଅଭିଯାନର ପୁରୋଧ ନବୀନଙ୍କ ସହ ସ୍ବର ମିଳାଇଛନ୍ତି।

ରାହୁଲ ତ ନବୀନଙ୍କ ସ୍ବରକୁ ଟାଣ ଦେଇଛନ୍ତି କିନ୍ତୁ ଏହା ଏକ ନୂଆ ରାଜନୀତି ମୁଣ୍ଡ ଟେକିଛି। ପ୍ରକୃତରେ ଏ ଶ୍ରେୟ କାହାକୁ ଯାଉଛି। ବିଜେଡି କହିଛି 1992ରେ ବିଜୁ ବାବୁ ମହିଳାଙ୍କ ଲାଗି  ସରଂକ୍ଷଣ କଥା ପ୍ରଥମେ ଆରମ୍ଭ କରିଥିଲେ ଆଉ ନବୀନ ପଟ୍ଟନାୟକ ଏବେ ତାଙ୍କ ବାପାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଏବେ ଏହାକୁ ଆଗକୁ ନେଉଛନ୍ତି । ଏଥିସହିତ ସହ ଚେତାଇ ଦେଇଛନ୍ତି ଯେ, ମହିଳାମାନେ ଯେ ପର୍ଯ୍ୟନ୍ତ ରାଜନୈତିକ ଓ ନିଷ୍ପତ୍ତି ନେବାର ସର୍ବୋଚ୍ଚ ସ୍ଥାନରେ ଉପଯୁକ୍ତ ପ୍ରତିନିଧିତ୍ବ ପାଇବେ ନାହିଁ, ସେ ପର୍ଯ୍ୟନ୍ତ କୌଣସି ପରିବାର, ସମାଜ, ରାଜ୍ୟ କିମ୍ବା ଦେଶ ବିକାଶ କରିପାରିବ ନାହିଁ ।

ନବୀନ କାଳେ ଏହି ଜାତୀୟ ପ୍ରସଙ୍ଗରୁ ଶ୍ରେୟ ମାରିନେବେ, ସେଥିପାଇଁ କଂଗ୍ରେସ କରିଛି ଯେ, ଏହି ପ୍ରସ୍ତାବ ମୂଳତଃ କଂଗ୍ରେସର ଥିଲା । 2010ରେ ଏ ସଂକ୍ରାନ୍ତୀୟ ବିଲ ରାଜ୍ୟସଭାର ଅନୁମୋଦନ ଲାଭ କରିଥିଲା । କିନ୍ତୁ ୟୁପିଏରେ ମେଣ୍ଟଭୁକ୍ତ ଦଳର ଅସହଯୋଗ ଯୋଗୁଁ ଲୋକସଭାରେ ବିଲଟି ପାରିତ ହୋଇପାରିଲା ନାହିଁ । ସେପଟେ ବିଜେପି ମଧ୍ୟ ଦାବି କରିଛି ଯେ, କେନ୍ଦ୍ରରେ ନେତୃତ୍ବାଧୀନ ଏନଡିଏ ସରକାର କ୍ଷମତାକୁ ଆସିବା ପରେ ଏହି ବିଲକୁ ରାଜ୍ୟସଭାକୁ ପ୍ରଥମେ ଆଣିଥିଲେ । କିନ୍ତୁ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ନଥିବାରୁ ବିଲ ମଂଜୁରୀ ପାଇଲା ନାହିଁ । ହେଲେ ଏତେଦିନ ଯାଏଁ ଏହି ପ୍ରସ୍ତାବ କଂଗ୍ରେସ କି ବିଜେପି ଦେଉନଥିଲେ ।

Share

Leave a Reply

Your email address will not be published. Required fields are marked *

19 + twenty =