ମୋଦିକେୟାର ଲିମିଟେଡ୍ ପକ୍ଷରୁ ନୂଆ ସାଇ-ବେଦିକ୍ ଉତ୍ପାଦ ଉନ୍ମୋଚନ ସହ ୱେଲ୍ ପୋର୍ଟଫୋଲିଓର ସୁଦୃଢ଼ୀକରଣ

ଭୁବନେଶ୍ୱର: ଭାରତର ଅଗ୍ରଣୀ ପ୍ରତ୍ୟକ୍ଷ ବିକ୍ରି କଂପାନି ମୋଦିକେୟାର ଲିମିଟେଡ୍ ପକ୍ଷରୁ ୱେଲ୍ ବ୍ରାଣ୍ଡ୍ ଅଧୀନରେ ତିନି ନୂଆ ସାଇ-ବେଦିକ ଉତ୍ପାଦକୁ ଉନ୍ମୋଚନ କରାଯାଇଛି । ବ୍ୟାପକ ପୁଷ୍ଟି, ସ୍ୱାସ୍ଥ୍ୟ ଓ କଳ୍ୟାଣ ପ୍ରଦାନ କରିବା ଲାଗି ମୋଦିକେୟାର ପକ୍ଷରୁ ନିୟମିତ ଭାବେ ବିଭିନ୍ନ ବର୍ଗର ଲୋକମାନଙ୍କୁ ସୁସ୍ଥକର ଜୀବନଶୈଳୀ ପାଇଁ ଏହାର ଉତ୍ପାଦ ବର୍ଗକୁ ସମ୍ପ୍ରସାରଣ କରାଯାଉଛି ।
ଗ୍ରାହକମାନଙ୍କ ବିବିଧ ଚାହିଦା ପୂରଣ କରିବା ଲାଗି ରହିଥିବା ପ୍ରତିବଦ୍ଧତା ଅଂଶ ସ୍ୱରୂପ ମୋଦିକେୟାର ପକ୍ଷରୁ “ୱେଲ’ ବ୍ରାଣ୍ଡ୍ ଅଧୀନରେ ୱେଲ୍ ଭିଜନ ହେଲ୍‌ଥ, ୱେଲ୍ ଗ୍ଲୋକୋ ହେଲ୍‌ଥ ଓ ୱେଲ୍ ପ୍ରୋଷ୍ଟ୍ରେଟ୍ ହେଲ୍‌ଥକୁ ଉନ୍ମୋଚନ କରାଯାଇଛି । ସୁସ୍ଥକର ରକ୍ତ ଶର୍କରା ସ୍ତର ବଜାୟ ରଖିବାରେ ୱେଲ୍ ଗ୍ଲୋକୋ ହେଲ୍‌ଥ ସହାୟକ ହେଉଥିବା ବେଳେ ୱେଲ୍ ଭିଜନ ହେଲ୍‌ଥ ଚକ୍ଷୁକୁ ସୁସ୍ଥ ରଖିବା ସହ ସ୍ୱାଭାବିକ ଦୃଷ୍ଟିଶକ୍ତି ବଜାୟ ରଖିବାରେ ସହାୟକ ହେଉଛି ଏବଂ ୱେଲ୍ ପ୍ରୋଷ୍ଟ୍ରେଟ୍ ହେଲ୍‌ଥ୍ ପ୍ରୋଷ୍ଟ୍ରେଟ୍‌କୁ ଠିକ୍ ଭାବେ କାମ କରିବା ଏବଂ ପରିଶ୍ରା ପ୍ରବାହକୁ ନିରବଚ୍ଛିନ୍ନ ରଖିବାରେ ସହାୟକ ହେଉଛି ।
ୱେଲ୍ ଭିଜନ୍ ହେଲ୍‌ଥ ହେଉଛି ଏକ ଉଦ୍ଭିଦ ଭିତିକ ଫର୍ମୁଲା ଯେଉଁଥିରେ ରହିଥିବା ଉପାଦାନଗୁଡ଼ିକ ଦୃଷ୍ଟିଶକ୍ତିକୁ ସୁସ୍ଥକର ରଖିବାରେ ସହାୟକ ହେଉଛି । ଏହାର ମୂଲ୍ୟ ୯୯୯ ଟଙ୍କା ରଖାଯାଇଛି । ବ୍ଲୁ ଲାଇଟ୍ ପ୍ରଭାବରେ ଦୃଷ୍ଟିଶକ୍ତିକୁ ହେଉଥିବା କ୍ଷତିକୁ ଏହା ରୋକିବ । ଏଥିରେ ରହିଛି ଲୁଟେନ୍ ଓ ଜିକ୍ସାନଥିନ୍‌, ଭିଟାମିନ୍ ଏ ଓ ଫ୍ଲାକ୍ସ ସିଡ୍ ତୈଳ ।
ୱେଲ୍ ଗ୍ଲୋକୋ ହେଲ୍‌ଥର ଦାମ୍ ୯୯୯ ଟଙ୍କା ରହିଥିବା ବେଳେ ଏଥିରେ ଥିବା ଉପାଦାନ ପ୍ରାପ୍ତବୟସ୍କଙ୍କ ରକ୍ତ ଶର୍କରା ସ୍ତରକୁ ସୁସ୍ଥକର ରଖୁଛି । ସାମଗ୍ରିକ ସୁସ୍ଥତା ପାଇଁ ଏଥିରେ କାର୍ବୋହାଇଡ୍ରେଟ୍‌, ଫ୍ୟାଟ୍ ଓ ପ୍ରୋଟିନ୍‌କୁ ଭଲ ଭାବେ ବିଭାଜିତ କରାଯାଉଛି । ଏଥିରେ ରହିଛି କ୍ରୋମିଅପ୍ ପିକୋଲିନେଟ୍‌, ସିନାମନ୍‌, ଫେନୁଗ୍ରିକ୍ ଓ କଲରା ଭଳି ଉପାଦାନ । ୱେଲ୍ ପ୍ରୋଷ୍ଟ୍ରେଟ୍ ହେଲ୍‌ଥ ହେଉଛି ଏକ ପ୍ରାକୃତିକ ଜୀବାଣୁନାଶକାରୀ ଉପାଦାନ ଯେଉଁଥିରେ ଥିବା ଚେରମୂଳି ପ୍ରୋଷ୍ଟ୍ରେଟ୍‌କୁ ସ୍ୱାଭାବିକ କାମ କରିବାରେ ସହାୟକ ହେଉଥିବା ବେଳେ ପରିଶ୍ରା ପ୍ରବାହକୁ ନିରବଚ୍ଛିନ୍ନ ରଖୁଛି । ଏହାର ମୂଲ୍ୟ ୮୯୯ ଟଙ୍କା ରହିଛି ଯାହା ପ୍ରୋଷ୍ଟ୍ରେଟ୍ କ୍ଷତିକୁ ରୋକିବାରେ ସହାୟକ ହେଉଛି । ଏଥିରେ ଗ୍ରିନ୍ ଟି, ଗୋଖ୍ରୁ, ଫ୍ଲାକ୍ସ ସିଡ୍‌ର ଉପାଦାନ ଆଦି ରହିଛି ।
ମୋଦିକେୟାର କନସଲଟାଂଟ୍‌ମାନଙ୍କ ଜରିଆରେ ଏହି ଉତ୍ପାଦଗୁଡ଼ିକୁ ସାରା ଦେଶରେ କିଣିହେବ ।

Share

Leave a Reply

Your email address will not be published. Required fields are marked *

five × 4 =