ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ହାଇନେସ୍ ସିବି୩୫୦ ଲିଗାସି ଏଡିସନ୍ ଓ ସିବି୩୫୦ଆର୍‌ଏସ୍ ନିଉ ହ୍ୟୁ ଏଡିସନ୍‌ର ଉନ୍ମୋଚିତ

ଭୁବନେଶ୍ୱର: ପବିତ୍ର ପାର୍ବଣ ଋତୁର ପ୍ରସ୍ତୁତି ସ୍ୱରୂପ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସଆଇ) ପକ୍ଷରୁ ହାଇନେସ୍ ସିବି୩୫୦ ଓ ସିବି୩୫୦ଆର୍‌ଏସ୍‌ର ନୂଆ ଏଡିସନ୍‌ର ଶୁଭାରମ୍ଭ କରାଯାଇଛି । ଉଭୟ ବାଇକ୍‌କୁ ଯଥାକ୍ରମେ ଲିଗାସି ଏଡିସନ୍ ଓ ନିଉ ହ୍ୟୁ ଏଡିସନ୍‌ରେ ଶୁଭାରମ୍ଭ କରାଯାଇଛି । ହାଇନେସ୍ ସିିବି୩୫୦ ଓ ସିବି ୩୫୦ ଆର୍‌ଏସ୍‌ର ଏକ୍ସ ସୋ’ରୁମ୍ ଦିଲ୍ଲୀ ମୂଲ୍ୟ ୨,୧୬,୩୫୬ ଟଙ୍କା ଏବଂ ୨,୧୯,୩୫୭ ଟଙ୍କା ରହିଛି । ଗ୍ରାହକମାନେ ନିକଟସ୍ଥ ବିଗ୍‌ୱିଙ୍ଗ୍ ଡିଲରସିପ୍‌ରେ ଏହି ଦୁଇ ମୋଟରସାଇକଲ୍‌ର ବୁକିଂ କରିପାରିବେ ଏବଂ ସାରା ଦେଶରେ ତାହାର ଡେଲିଭରି ଶୀଘ୍ର ଆରମ୍ଭ କରାଯିବ ।
ଦୁଇ ପ୍ରିମିୟମ୍ ମୋଟରସାଇକଲ୍ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଶ୍ରୀ ସୁସ୍ତୁୁମୁ ଓଟାନି କହିଛନ୍ତି ଯେ, “ପବିତ୍ର ଉତ୍ସବ ଋତୁ ପୂର୍ବରୁ ନୂଆ ହାଇନେସ୍ ସିବି୩୫୦ ଲିଗାସି ଏଡିସନ୍ ଓ ସିବି୩୫୦ଆର୍‌ଏସ୍ ନୂଆ ହ୍ୟୁ ଏଡିସନ୍‌କୁ ଭାରତରେ ଉନ୍ମୋଚନ କରି ଆମେ ଅତ୍ୟନ୍ତ ଉଲ୍ଲସିତ । ବଜାରରେ ପ୍ରବେଶ କରିବା ପରଠାରୁ ହୋଣ୍ଡାର ମଧ୍ୟମ ହାଲୁକା ବର୍ଗର ୩୫୦ ସିସି ରେଟ୍ରୋ ମୋଟରସାଇକଲ୍ ଭାରତୀୟ ଗ୍ରାହକମାନଙ୍କୁ ଏହାର ଆଧୁନିକ କ୍ଲାସିକ ଆକର୍ଷଣ ଓ ଚମତ୍କାର ପ୍ରଦର୍ଶନ ଜରିଆରେ ଉଲ୍ଲସିତ କରିଛି । ଆମର ବିଶ୍ୱାସ ରହିଛି ଯେ ଏହି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ମୋଟରସାଇକଲ୍ ଗ୍ରାହକମାନଙ୍କ ଅଭିଳାଷକୁ ଆହୁରି ବଢ଼ାଇବ ।”
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ ସେଲ୍‌ସ ଆଣ୍ଡ୍ ମାର୍କେଟିଂ ଯୋଗେଶ ମାଥୁର କହିଛନ୍ତି ଯେ, “ଉତ୍ସବର ବାସ୍ତବ ଭାବକୁ ଉପସ୍ଥାପନ କରି ହାଇନେସ୍ ସିବି୩୫୦ ଲିଗାସି ଏଡିସନ୍ ଓ ସିବି ୩୫୦ ଆର୍‌ଏସ୍ ନୂଆ ହ୍ୟୁ ଏଡିସନ୍‌ର ଶୁଭାରମ୍ଭ ବିଷୟରେ ଘୋଷଣା କରି ଆମେ ବହୁତ ଖୁସି । ଏହି ନୂଆ ମୋଟରସାଇକଲ୍‌ଗୁଡ଼ିକ ଯୁବ ଚଳକମାନଙ୍କୁ ସିବିର ପ୍ରଦର୍ଶନ, ଉତ୍କୃଷ୍ଟ ପ୍ରଯୁକ୍ତି ଏବଂ ଅତୁଳନୀୟ ଭରସାଯୋଗ୍ୟତା ଦୁନିଆରେ ପ୍ରବେଶ କରିବା ଲାଗି ଅଭିଳାଷ ଜାଗ୍ରତ କରିବ । ଏହି ସ୍ୱତନ୍ତ୍ର ହାଇନେସ୍ ସିବି ୩୫୦ ଓ ସିବି ୩୫୦ ଆର୍‌ଏସ୍‌ର ବୁକିଂ ସାରା ଭାରତରେ ଥିବା ବିଗ୍‌ୱିଙ୍ଗ୍ ଡିଲର୍‌ସିପ୍‌ରେ ଆରମ୍ଭ ହୋଇଛି ଏବଂ ଡେଲିଭରି ଖୁବ୍‌ଶୀଘ୍ର ଆରମ୍ଭ ହେବ ।”
ହାଇନସେ୍ ସିବି ୩୫୦ ଲିଗାସି ଏଡିସନ୍‌ର ଡିଜାଇନ୍ ସବୁ ସମୟର ଭଳି ହୋଇଥିବା ବେଳେ ସିବି ୩୫୦ ଆର୍‌ଏସ୍ ନୂଆ ହ୍ୟୁ ଏଡିସନ୍‌ର ହେଉଛି ପାରମ୍ପରିକ ଷ୍ଟାଇଲ୍ ଓ ଉତ୍କୃଷ୍ଟ ଉପାଦାନର ଏକ ମିଶ୍ରଣ । ଉଭୟ ରେଟ୍ରୋ ମୋଟରସାଇକଲ୍‌ରେ ରହିଛି ଉନ୍ନତ ସମ୍ପୂର୍ଣ୍ଣ ନୂଆ ଏଲ୍‌ଇଡି ଲାଇଟ୍ ବ୍ୟବସ୍ଥା । ହାଇନେସ୍ ସିିବି ୩୫୦ ପର୍ଲ ସାଇରନ୍ ବ୍ଲୁ ରଙ୍ଗରେ ଆସିଥିବା ବେଳେ ଏହାର ତେଲ ଟାଙ୍କିରେ ଲିଗାସି ବ୍ୟାଜ୍ ରହିଛି । ସିବି ୩୫୦ ଆର୍‌ଏସ୍‌ର ନୂଆ ହ୍ୟୁ ଏଡିସନ୍ ସ୍ପୋର୍ଟସ୍ ରେଡ୍ ଓ ଆଥ୍‌ଲେଟିକ୍ ବ୍ଲୁ ମେଟାଲିକ୍ ରଙ୍ଗରେ ଆସିଛି । ଉଭୟ ମୋଟରସାଇକଲ୍‌ରେ ଉନ୍ନତ ଡିଜିଟାଲ୍ ଆନାଲଗ୍ ଇନଷ୍ଟ୍ରୁମେଂଟ୍ କ୍ଲଷ୍ଟର୍‌, ଆସିଷ୍ଟ୍ ସ୍ଲିପର କ୍ଲଚ୍ ଓ ହୋଣ୍ଡା ସିଲେକ୍ଟେବଲ୍ ଟର୍କ କଂଟ୍ରୋଲ୍ ରହିଛି । ଉଭୟ ଗାଡ଼ରେ ୩୪୮.୩୬ ସିସି ଏୟାର କୁଲ୍‌ଡ, ୪-ଷ୍ଟ୍ରୋକ୍‌, ସିିଙ୍ଗିଲ୍ ସିଲିଣ୍ଡର ବିଏସ୍‌-୬ ଓବିଡି୨ ନିୟମ ପାଳନ କରୁଥିବା ଇଂଜିନ୍ ରହିଛି ।

Share

Leave a Reply

Your email address will not be published. Required fields are marked *

seven + fourteen =