ଆଦାନି ସ୍କିଲ ଡେଭେଲପମେଂଟ ସେଂଟରକୁ ବେଷ୍ଟ ପ୍ରାକ୍ଟିସ ଇନ ଡିଜିଟାଲ ଟ୍ରାନ୍ସଫର୍ମେସନ ପୁରସ୍କାର

ଭୁବନେଶ୍ୱର: ଆଦାନି ଫାଉଣ୍ଡେସନର ଆଦାନି ସ୍କିଲ ଡେଭେଲପମେଂଟ ସେଂଟର (ଏଏସଡିସି)କୁ ସିଆଇଆଇ-ଟାଟା କମ୍ୟୁନିକେସନ୍ସ ସେଂଟର ଫର ଡିଜିଟାଲ ଟ୍ରାନ୍ସଫର୍ମେସନ ପକ୍ଷରୁ ସମ୍ମାନଜନକ ବେଷ୍ଟ ପ୍ରାକ୍ଟିସ ଇନ ଡିଜିଟାଲ ଟ୍ରାନ୍ସଫର୍ମେସନ ପୁରସ୍କାର ପ୍ରଦାନ କରାଯାଇଛି । ‘ସକ୍ଷମ’ କାର୍ଯ୍ୟକ୍ରମ ଜରିଆରେ ନବସୃଜନରେ ଉତ୍କର୍ଷ ଆଣିବା ଲାଗି ସେଂଟରର ପ୍ରତିବଦ୍ଧତାର ଏହି ପୁରସ୍କାର ହେଉଛି ପ୍ରମାଣ । ଏହି ପ୍ରକଳ୍ପରେ ୱେଲଡର, ଇଲେକ୍ଟ୍ରିସିଆନ, ଭାରି ଯାନ ଚାଳକ, କ୍ରେନ ଅପରେଟର ଆଦିଙ୍କୁ ତାଲିମ ପ୍ରଦାନ କରାଯାଉଛି ।
ଏହି ସିମୁଲେଟରର କେନ୍ଦ୍ରରେ ରହିଛି, ଅଗମେଂଟେଡ ରିଅଲିଟି (ଏଆର), ଭର୍ଚୁଆଲ ରିଅଲିଟି (ଭିଆର) ଓ ମିକ୍ସଡ ରିଅଲିଟି (ଏମଆର) ପ୍ରଯୁକ୍ତି । ଶିଳ୍ପର ଦକ୍ଷତା ଅଭାବ ଦୂର କରିବା ତଥା ଜାତୀୟ ବିକାଶ ପ୍ରତି ଯୋଗଦାନ ପ୍ରଦାନ କରିବା ଲାଗି ଏଏସଡିସିର ପ୍ରତିବଦ୍ଧତା ଅଭିଳାଷୀ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଗତ ସୁଯୋଗକୁ ମାର୍ଜିତ କରିଛି । ଏହା ନିଯୁକ୍ତି ଆଶାୟୀଙ୍କ ପାଇଁ ନିଯୁକ୍ତି ସମ୍ଭାବନାକୁ ବଢ଼ାଇ ଶ୍ରମ ଶକ୍ତି ଭିତରେ ପ୍ରତିଦ୍ୱନ୍ଦ୍ୱିତାର ଏକ ମନୋଭାବର ଏକ ନୂତନ ଯୁଗ ଆରମ୍ଭ କରିଛି ।
ଏହି ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଆଦାନି ସ୍କିଲ ଡେଭେଲପମେଂଟ୍ ସେଂଟରର ଚିଫ ଅପରେଟିଂ ଅଫିସର ଶ୍ରୀ ଜତିନ ତ୍ରିବେଦୀ କହିଛନ୍ତି ଯେ, ‘ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିବାରୁ ଆମେ ବେଶ ଗର୍ବିତ । ପ୍ରଯୁକ୍ତିର ବ୍ୟବହାର ଜରିଆରେ ଅନ୍ତଭୁର୍କ୍ତୀକରଣ ଅଭିବୃଦ୍ଧିର ପ୍ରସାର କରିବା ଏବଂ ଏକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ରୂପାନ୍ତରୀତ ଶିକ୍ଷାଗତ ଅଭିଜ୍ଞତା ସୃଷ୍ଟି କରିବାରେ ସହାୟକ ହୋଇଥିବା ବେଳେ ବିଭିନ୍ନ ଶିଳ୍ପରେ ଦକ୍ଷତା ଅନ୍ତରକୁ ଦୂର କରୁଛି । ଦକ୍ଷତା ବିକାଶ ଜରିଆରେ ଜୀବନକୁ ସମୃଦ୍ଧ କରିବାର ଲକ୍ଷ୍ୟ ପ୍ରତି ଆମେ ସଂକଳ୍ପବଦ୍ଧ ରହିଛୁ ।”
ବିଶ୍ୱର ପ୍ରଥମ ସଂସ୍ଥା ଭାବେ ମେଟାଭର୍ସରେ ଦକ୍ଷତା କେନ୍ଦ୍ର ସ୍ଥାପନ କରିବାର ମାନ୍ୟତା ଏଏସଡିସି ନାମରେ ରହିଛି । ଏକ ମିଳିତ ଭର୍ଚୁଆଲ କୋଠରିରେ ବିଭିନ୍ନ ଭୌଗୋଳିକ ସ୍ଥାନର ଲୋକମାନେ ତାହାର ଲାଭ ଉଠାଇପାରୁଛନ୍ତି । ଏହି ଅଭିନବ ଅଭିଯାନ ପ୍ରଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଗୋଟିଏ ମଞ୍ଚଚରେ ଯୋଡ଼ିପାରିଛି । ତେଣୁ ଏହି ସମ୍ମାନଜନକ ପୁରସ୍କାର କେବଳ ଏଏସଡିସିର ଉଦ୍ୟମକୁ ମାନ୍ୟତା ପ୍ରଦାନ କରୁନାହିଁ ବରଂ ଦକ୍ଷତା ବିକାଶ, ଡିଜିଟାଲ ରୂପାନ୍ତରଣ ଓ ଭାରତର ଯୁବପିଢ଼ିଙ୍କ ଉଜ୍ୱଳ ଭବିଷ୍ୟତକୁ ମଧ୍ୟ ସମୃଦ୍ଧ କରୁଛି ।

Share

Leave a Reply

Your email address will not be published. Required fields are marked *

seventeen − eleven =