“ସହକାରୀ ପ୍ରାୟୋଜକ’ ଭାବେ ଆଇଏସ୍‌ଏଲ୍ ଟିମ୍ ମୋହନ ବଗାନ୍ ସୁପର ଜାଏଂଟ୍‌ସ ସହ ହାତ ମିଳାଇଲା ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ

ଭୁବନେଶ୍ୱର : ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଘୋଷଣା କରାଯାଇଛି ଯେ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍‌ଏଲ୍‌) ୨୦୨୩-୨୪ ପାଇଁ ଏହା ଭାରତର ଅନ୍ୟତମ ସର୍ବପୁରାତନ ଓ ପ୍ରମୁଖ ଫୁଟବଲ୍ କ୍ଲବ୍ ମୋହନ ବଗାନ୍ ସୁପର ଜାଏଂଟସ୍ (ଏମ୍‌ବିଏସ୍‌ଜି) ସହ ୧୧ ମାସ ପାଇଁ ଆସୋସିଏଟ୍ ସ୍ପନସର ବା ସହକାରୀ ପ୍ରାୟୋଜକ ଭାବେ ହାତ ମିଳାଇଛି । ଏହି ସହଯୋଗିତା ଉଭୟ ଏଚ୍‌ଏମ୍‌ଏସ୍‌ଆଇ ଓ ମୋହନ ବଗାନ ସୁପର ଜାଏଂଟ୍‌ସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଯାହା ସାରା ଦେଶରେ ଫୁଟବଲ ପ୍ରେମୀଙ୍କ ଅନୁଭବରେ ଉନ୍ନତି ଆଣିବ ।
ସହଯୋଗିତାର ଅଂଶ ସ୍ୱରୂପ ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ଏହାର ପ୍ରମୁଖ ବ୍ରାଣ୍ଡ୍ “ଡିଓ”ର ପ୍ରଚାର କରାଯିବ, ଯାହା ୨୦୦୨ରେ ଉନ୍ମୋଚନ ହେବା ପରଠାରୁ ବେଶ ଗ୍ରହଣୀୟ ହୋଇପାରିଛି । ଏହା ହେଉଛି ଭାରତର ପ୍ରଥମ ମୋଟୋ-ସ୍କୁଟର ଯାହାକୁ କୌତୁକପ୍ରେମୀ ଯୁବପିଢ଼ିଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ଡିଓସଡ଼କରେ ଷ୍ଟାଇଲର ପ୍ରତୀକ ହୋଇରହିଛି । ସେହି ଉତ୍ସାହକୁ ବଜାୟ ରଖିବା ପାଇଁ ୨୦୨୩ରେ ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ଡିଓ ୧୨୫ ଉନ୍ମୋଚନ କରାଯାଇଥିଲା ।
ଆଇଏସ୍‌ଏଲ୍ ୨୦୨୩-୨୪ ସାରା ଖେଳାଳିମାନଙ୍କ ଜର୍ସିରେ ପ୍ରମୁଖ ଭାବେ ହୋଣ୍ଡା ଡିଓ ପ୍ରଦର୍ଶିତ ହେବ । ଏମ୍‌ବିଏସ୍‌ଜି ଦଳର ଖେଳାଳିମାନେ ପଡ଼ିଆରେ ଦୌଡ଼ୁଥିବା ବେଳେ ବ୍ରାଣ୍ଡ୍ ଓ କ୍ରୀଡ଼ା ମଧ୍ୟରେ ଏକ ଚମତ୍କାର ସମନ୍ୱୟ ଦେଖିବାକୁ ମିଳିବ । ଆଇଏସ୍‌ଏଲ୍‌ର ଦଳର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ରାଣ୍ଡ୍ ସୁଯୋଗରେ ମଧ୍ୟ ଡିଓ ସ୍ଥାନ ପାଇବ ।
ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ସେଲ୍‌ସ ଆଣ୍ଡ୍ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ମୋହନ ବଗାନ ସୁପର ଜାଏଂଟ୍‌ସ ଓ ଏଚ୍‌ଏମ୍‌ଏସ୍‌ଆଇ ମଧ୍ୟରେ ଏହି ସହଯୋଗିତା ହେଉଛି ଫୁଲବଲ୍ ପ୍ରେମୀ ଓ ଉତ୍ସାହୀମାନଙ୍କୁ ଏକ ରୋମାଂଚକ ଅନୁଭବ ପ୍ରଦାନ କରିବା ଲଗି ଆମ ମିଳିତ ପ୍ରତିବଦ୍ଧତାର ପ୍ରତିଫଳନ । ଏହି ସହଯୋଗିତା ଆଇଏସ୍‌ଏଲ୍‌ର ୨୦୨୩-୨୪ ଋତୁରେ ଉତ୍ସାହ, ଶକ୍ତି ଓ ଉଲ୍ଲାସ ଯୋଡ଼ିବାର ପ୍ରତିଶ୍ରୁତି ପ୍ରଦାନ କରୁଛି । ଡିଓ ଫୁଟବଲ ପ୍ରଦାନ କରୁଥିବା କୌତୁକ ଓ ଉଲ୍ଲାସ ଫୁଲବଲ୍ ପ୍ରେମୀଙ୍କ ଉତ୍ସାହ ସହ ବେଶ ମେଳଖାଉଛି । ଆମେ ଏମ୍‌ବିଏସ୍‌ଜି ସହିତ ଫୁଟବଲ ଓ ସ୍ମରଣୀୟ ମୁହୂର୍ତର ଏକ ଋତୁକୁ ଚାହିରହିଛୁ ।’’
ଆରପିଏସ୍‌ଜି ସ୍ପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କର୍ଣ୍ଣେଲ ବିନୋଦ ବିଷ୍ଟ କହିଛନ୍ତି ଯେ, “ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ସହ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବେଶ ଗର୍ବିତ । ଦୃଢ଼ ପରମ୍ପରା ଥିବା ଏକ କ୍ଲବ୍ ଭାବେ ଫୁଟବଲ୍‌ର ରୋମଂଚ ଦୁନିଆ ଜରିଆରେ ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବାର ମିଳିତ ଲକ୍ଷ୍ୟ ଆମର ରହିଛି । ମିଳିତ ଭାବେ ଆମେ କ୍ରୀଡ଼ା ଶିଳ୍ପ ଏବଂ ବିଶେଷ କରି ପଶ୍ଚିମବଙ୍ଗରେ ଅଲିଭା ସ୍ପର୍ଶ ଛାଡ଼ିବୁ । ମୋହନ ବଗାନ ପରିବାରକୁ ଆମେ ହୋଣ୍ଡା ଡିଓକୁ ସ୍ୱାଗତ କରୁଛୁ ଏବଂ ଏକ ଅତୁଲ୍ୟ ଯାତ୍ରାକୁ ଚାହିରହିଛୁ ।’’

Share

Leave a Reply

Your email address will not be published. Required fields are marked *

thirteen − 5 =