ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ଓ ଆଂଚଳିକ ପରିବହନ କାର୍ଯ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଭୁବନେଶ୍ୱରର ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ତାଲିମ ପାର୍କର ୯ମ ବାର୍ଷିକୀ ପାଳନ

ଭୁବନେଶ୍ୱର: ଭୁବନେଶ୍ୱର ସଡ଼କକୁ ଲୋକମାନଙ୍କ ପାଇଁ ସୁରକ୍ଷିତ କରିବା ଲାଗି ସଚେତନତା ବଢ଼ାଇବାକୁ ପ୍ରତିବଦ୍ଧ ଥିବା ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆ) ପକ୍ଷରୁ ଆଂଚଳିକ ପରିବହନ କାର୍ଯ୍ୟାଳୟ, ଭୁବନେଶ୍ୱର ସହ ମିଶି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ତାଲିକ ପାର୍କର ନବମ ବାର୍ଷିକୀକୁ ଆଜି ପାଳନ କରାଯାଇଛି ।
ଓଡ଼ିଶା ସରକାରଙ୍କ ଉପ ପରିବହନ ଆୟୁକ୍ତ ଶ୍ରୀ ବିରଂଚି ନାରାୟଣ ଅଧିକାରୀ, ଆର୍‌ଟିଓ-୨ ଭୁବନେଶ୍ୱରର ଇଂ ସନତ କୁମାର ଜେନା, ଶ୍ରୀ ରାଜେଶ ଚୌଧରି ହୋଣ୍ଡା ମୋଟରସାଇକଲ ଆଣ୍ଡ୍ ସ୍କୁଟର ଇଣ୍ଡିଆର ମୁଖ୍ୟ ପ୍ରବନ୍ଧକ-ଗ୍ରାହକ ସେବା, ଓଡ଼ିଶା ଓ କଂପାନିର ସଦସ୍ୟମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ପାଳନ କରାଯାଇଛି ।
୨୦୧୪ ଜୁନ୍‌ରେ ଓଡ଼ିଶା ପରିବହନ ବିଭାଗ ସହ ସହଯୋଗିତାରେ ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁୁ ପୂର୍ବ ଭାରତର ପ୍ରଥମ ଭାବେ ଭୁବନେଶ୍ୱରରେ ଟ୍ରାଫିକ୍ ତାଲିମ ପାର୍କକୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିଲା । ସୁରକ୍ଷିତ ଗାଡ଼ି ଚାଳନା ଅଭ୍ୟାସ, ସଡ଼କ ସୁରକ୍ଷା ନିୟମ, ଚିହ୍ନ ଓ ସଙ୍କେତ, ସଡ଼କକୁ ମିଳିତ ଭାବେ ବ୍ୟବହାର କରିବାର ଦିଗ ଉପରେ ସଚେତନତା ବଢ଼ାଇବା ଦିଗରେ ଏହି ଟ୍ରାଫିକ୍ ତାଲିମ ପାର୍କ କାର୍ଯ୍ୟ କରୁଛି । ଆରମ୍ଭ ହେବା ଦିନଠାରୁ ଏହା ଭୁବନେଶ୍ୱରର ୨.୬୩ ଲକ୍ଷରୁ ଅଧିକ ଲୋକଙ୍କୁ ସଚେତନ କରିଛି, ଯେଉଁଥିରେ ସାମିଲ ରହିଛନ୍ତି ୮୮,୦୦୦ରୁ ଅଧିକ ଶିଶୁ ଓ ୧,୭୫,୦୦୦ରୁ ଅଧିକ ନୂଆ ଗାଡ଼ି ଶିଖୁଥିବା ପୁରୁଷ ଓ ମହିଳା ।
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ଅଧିକାରୀ-କର୍ପୋରେଟ୍ ବ୍ୟାପାର ଶ୍ରୀ ପ୍ରଭୁ ନାଗରାଜ କହିଛନ୍ତି ଯେ, “ଏକ ସାମାଜିକ ଦାୟିତ୍ୱବାନ କର୍ପୋରେଟ୍ ଭାବେ ଲୋକମାନଙ୍କ ଭିତରେ ସଡ଼କକୁ ମିଳିତ ଭାବେ ବ୍ୟବହାର କରିବାର ସକାରାତ୍ମକ ପରିବର୍ତନ ଆଣିବା ଲାଗି ସୁରକ୍ଷିତ ଗାଡ଼ି ଚାଳନା ଅଭ୍ୟାସ ଜାଗ୍ରତ କରିବା ଦିଗରେ ପ୍ରତ୍ୟକ୍ଷ ଭାବେ ଏଚ୍‌ଏମ୍‌ଏସ୍‌ଆଇ କାର୍ଯ୍ୟ କରୁଛି । ରାଜ୍ୟ ପରିବହନ ବିଭାଗ ସହିତ ମିଶି ଭୁବନେଶ୍ୱର ଟ୍ରାଫିକ୍ ତାଲିମ ପାର୍କର ବିକାଶ ସେହିଭଳି ଏକ ଅଭିଯାନ ଯାହା ପୁରୁଣା ଗାଡ଼ି ଚାଳକଙ୍କ ସମେତ ଭବିଷ୍ୟତରେ ଗାଡ଼ି ଚଲାଇବାକୁ ଯାଉଥିବା ଲୋକମାନଙ୍କ ମଧ୍ୟରେ ସକାରାତ୍ମକ ପରିବର୍ତନକୁ ଆଗକୁ ବଢ଼ାଉଛି । ସହରର ୨.୬୩ ଲକ୍ଷରୁ ଅଧିକ ଲୋକଙ୍କୁ ସଚେତନ କରିବା ହେଉଛି ନିରନ୍ତର ପରିବର୍ତନ ଆଣିବା ଲାଗି ମିଳିତ ଭାବେ କରାଯାଉଥିବା ଉଦ୍ୟମର ପ୍ରତିଫଳନ । ଗାଡ଼ି ଚାଳକମାନଙ୍କୁ ଅଧିକ ଦାୟିତ୍ୱବାନ କରିବା ଲାଗି ଆମାଗୀ ଦିନରେ ଭୁବନେଶ୍ୱର ନାଗରିକଙ୍କ ମଧ୍ୟରେ ଆମେ ଅଧିକ ଶୃଙ୍ଖଳା ଜାଗ୍ରତ କରିବା ଜାରି ରଖିବୁ ।’’

Share

Leave a Reply

Your email address will not be published. Required fields are marked *

5 × one =