ଓଡିଶାର ଆର୍ଥିକ ମଡେଲ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ

ଆର୍ଥିକ ସଂସ୍କାର ବିକାଶମୂଳକ : ଆଇଏମଏଫ

ଭୁବନେଶ୍ୱର  () ଓଡ଼ିଶାର ଆର୍ଥିକ ସଂସ୍କାର ଦିଗ ସଠିକ୍ ଏବଂ ବିକାଶମୂଳକ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇ.ଏମ୍.ଏଫ୍) ଟିମ୍ କହିଛନ୍ତି । ରାଜ୍ୟ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସରକାରୀ ପାଣ୍ଠି ପରି·ଳନା (ପି.ଏଫ୍.ଏମ୍) ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଟିମ୍ ଏହି ମତ ଦେଇଛନ୍ତି ଟିମ୍ର ନେତୃତ୍ୱ ନେଇଥିବା ଏସିଆ-ପ୍ରଶାନ୍ତ ଅଂଚଳର ଉପ ନିର୍ଦ୍ଦେଶକ ଆନେ ମାରିଏ ଗୁଲ୍ଡେ କହିଥିଲେ ଯେ, ଆର୍ଥିକ ସଂସ୍କାର କ୍ଷେତ୍ରରେ ଓଡ଼ିଶା ଏକ ସକ୍ରିୟ ରାଜ୍ୟ । ଏଠାରେ ଉତମ ଆର୍ଥିକ ସଂସ୍କାର ଓ ପରି·ଳନା ପାଇଁ ରାଜନୈତିକ ଇଚ୍ଛାଶକ୍ତି, ବୈଷୟିକ ପ୍ରସ୍ତୁତି ଏବଂ ପ୍ରଶାସନିକ ନିଷ୍ଠା ରହିଛି । ଏ ଦିଗରେ ବର୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତି ମଧ୍ୟ ଉଲ୍ଲେଖନୀୟ ।

ବୈଠକରେ ଲକ୍ଷ୍ୟଭିତିକ ବଜେଟ ପ୍ରସ୍ତୁତି, ଆର୍ଥିକ ଯୋଜନା, ବିତୀୟ ଉତରଦାୟୀ ପରି·ଳନା ଆଇନ୍, ଆର୍ଥିକ-ଆପଦ ପରି·ଳନା, ନଗଦ ଅର୍ଥ ପରି·ଳନା,ସାଧାରଣ ଟ୍ରେଜରୀ ପରି·ଳନା, ଇ-ପ୍ରୋକ୍ୟୁରମେଂଟ ଏବଂ ପ୍ରତିଶୃତି ପୂରଣ ଭିତିକ ଆର୍ଥିକ ପରି·ଳନା ଆଦିର କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ବିଷୟ ସବିଶେଷଭାବେ ଆଲୋଚନା କରାଯାଇଥିଲା । ଟିମ୍ର ଅନ୍ୟତମ ସଦସ୍ୟ ତଥା ଦକ୍ଷିଣ-ଏସିଆ ତାଲିମ ଏବଂ ବୈଷୟିକ ସହାୟତା କେନ୍ଦ୍ରର ନିର୍ଦ୍ଦେଶକ ସୁଖୱିନ୍ଦର ସିଂ କହିଥିଲେ ଯେ ଏସବୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ଏବଂ ଓଡ଼ିଶାର କାର୍ଯ୍ୟାନ୍ୱୟନ ପଦ୍ଧତି ଜାତୀୟ ସ୍ତରରେ ଏକ ନମୁନା ଆଦର୍ଶ । ଭାରତର ଅନ୍ୟ ରାଜ୍ୟମାନଙ୍କ ପାଇଁ ଏହା ଅନୁକରଣୀୟ ।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା କହିଥିଲେ ଯେ ଲକ୍ଷ୍ୟଭିତିକ ବଜେଟ୍ ପ୍ରସ୍ତୁତି ଏବଂ ପ୍ରତିଶୃତି ପୁରଣ ଭିତିକ ଆର୍ଥିକ ପରି·ଳନା ବ୍ୟବସ୍ଥାରେ ସମସ୍ତ ବିଭାଗ ନିମନ୍ତେ ଅର୍ଥ ବିଭାଗ ଯୋଜନା ପ୍ରସ୍ତୁତ କରିବେ ନାହିଁ । ଅର୍ଥ ବିଭାଗ ସବୁ ବିଭାଗ ପାଇଁ କେବଳ ଆପାତତଃ ଆର୍ଥିକ ସୀମା ଜଣାଇଦେବେ । ବିଭାଗମାନେ ନିଜ ନିଜର ଅଗ୍ରାଧିକାର ବିଷୟ ନିର୍ଦ୍ଧାରଣ କରି ତଦନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମ ଓ ପରିଯୋଜନା ନିମନ୍ତେ ଅର୍ଥ ଆବଂଟନ କରିବେ ।

ରାଜ୍ୟର ଆର୍ଥିକ ମାନଙ୍କ ବିଷୟଗୁଡିକ ବିଷୟରେ ବୈଠକରେ ସମୀକ୍ଷା ହୋଇଥିଲା । ପ୍ରମୁଖ ଶାସନ ସଚିବ ଶ୍ରୀ ମୀନା ଜଣାଇଥିଲେ ଯେ ରାଜ୍ୟର ବଜେଟ୍ କଳେବର ୨୦୦୧-୦୨ ମସିହାରେ ୧୮,୫୧୨.୫୨ କୋଟି ଟଙ୍କା ଥିବାବେଳେ ଚଳିତ ୨୦୧୯-୨୦ ବର୍ଷରେ ଏହା ପ୍ରାୟ ୧୮ ଗୁଣା ବୃଦ୍ଧି ପାଇ ୧,୩୯,୦୦୦ କୋଟି ଟଙ୍କାରେ ପହଂଚିଛି । ବର୍ତମାନ ଓଡ଼ିଶା ଏକ ବଳକା-ରାଜସ୍ୱ ରାଜ୍ୟରେ ପରିଣତ ହୋଇଛି । ୨୦୦୧-୦୨ ଆର୍ଥିକ ବର୍ଷରେ ରାଜସ୍ୱ ନିଅଂଟ ସମୁଦାୟ ଘରୋଇ ଉତ୍ପାଦନର ବିଯୁକ୍ତ ୫.୪୮ ଶତକଡା ଥିଲା । ଏହି ନିଅଣ୍ଟ ଅବସ୍ଥା ଅତିକ୍ରମ କରି ଓଡ଼ିଶା ୨୦୧୯- ୨୦ ମସିହାରେ ୧.୨୫ ଶତକଡା ବଳକା ରାଜସ୍ୱ ହାସଲ କରିଛି । ରାଜ୍ୟର ଋଣଭାର ସମୁଦାୟ ଘରୋଇ ଉତ୍ପାଦନର ୪୬.୪୮ ଶତକଡାରୁ (୨୦୦୧-୦୨ ବର୍ଷରେ ) ହ୍ରାସ ପାଇ ଚଳିତ ଆର୍ଥିକ ବର୍ଷରେ ୧୯.୭ ଶତକଡାରେ ପହଂଚିଛି ।

ଅନୁରୂପ ଭାବେ ଭିତିଭୂମି ବିକାଶ ନିମନ୍ତେ ପୁଞ୍ଜି ବିନିଯୋଗ ୧.୭୨ ଶତକଡା (୨୦୦୧-୦୨ ବର୍ଷରେ ) ରୁ ବୃଦ୍ଧି ପାଇ ଚଳିତ ବର୍ଷରେ ସମୁଦାୟ ଘରୋଇ ଉତ୍ପାଦନର ୪.୫୩ ଶତକଡାରେ ପହଂଚିଛି । ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ଆଇ.ଏମ୍.ଏଫ୍ ର ନୂଆଦିଲ୍ଲୀ ସ୍ଥିତ ଏସିଆ-ପ୍ରଶାନ୍ତ ଅଂଚଳ ତାଲିମ ଓ ବୈଷୟିକ ସହାୟତା କେନ୍ଦ୍ର ସହ ମିଳିତଭାବେ କାର୍ଯ୍ୟ କରିବ ବୋଲି ବୈଠକରେ ସ୍ଥିର ହୋଇଥିଲା । ଆର୍ଥିକ ପରି·ଳନା, ଆର୍ଥିକ ସାଧନ ସମୂହର ବିକାଶ ଏବଂ ଲକ୍ଷ୍ୟଭିତିକ ବଜେଟ୍ ପ୍ରସ୍ତୁତି ଆଦି କ୍ଷେତ୍ରରେ ଏହି ମିଳିତ କାର୍ଯ୍ୟକ୍ରମ ମାଧ୍ୟମରେ ସର୍ବଶ୍ରେଷ୍ଠ ଦକ୍ଷତା ହାସଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅର୍ଥ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନା, ପଂ·ୟତିରାଜ ଓ ପାନୀୟ ଜଳଯୋଗାଣ ପ୍ରମୁଖ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ଅର୍ଥ ବିଭାଗ ଯୁଗ୍ମ ଶାସନ ସଚିବ ସତ୍ୟପ୍ରିୟ ରଥଙ୍କ ସମେତ ଆଇ.ଏମ୍.ଏଫ୍ ଟିମ୍ର ତିନି ଜଣ ସଦସ୍ୟ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

12 − six =