ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଉତ୍ସବ ଋତୁରେ ଋଣ ମେଳା

ଭୁବନେଶ୍ୱର: ଉତ୍ସବ ଋତୁ ଚାଲିଥିବା ବେଳେ ଇଣ୍ଡ୍‌ସଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ସବୁ ପଅକାର ଆର୍ଥିକ, ଋଣ ଓ ଗୃହ ଋଣ ଆବଶ୍ୟକତା ପୂରଣ କରିବା ଲାଗି ଋଣ ମେଳା ଘୋଷଣା କରାଯାଇଛି । ବର୍ଷର ଏହି ଉଲ୍ଲାସପୂର୍ଣ୍ଣ ସମୟରେ ଗ୍ରାହକଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ଲାଗି ଏହି ଋଣ ମେଳାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।
ସାରା ଦେଶରେ ଥିବା ଶାଖା ଓ ଡିଜିଟାଲ୍ ପ୍ଲାଟଫର୍ମ ଜରିଆରେ ଦେଶର କୋଣ ଅନୁକୋଣରେ ଥିବା ବ୍ୟାଙ୍କର ନୂଆ ଓ ପୁରୁଣା ଗ୍ରାହକଙ୍କ ଆର୍ଥିକ, ବ୍ୟାଙ୍କିଙ୍ଗ ଓ ଋଣ ଆବଶ୍ୟକତା ପୂରଣ କରିବା ଲାଗି ବ୍ୟାଙ୍କ ଲକ୍ଷ୍ୟ ରଖିଛି । ଏହି ଉତ୍ସବ ଋତୁରେ ଗ୍ରାହକମାନେ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କରୁ ସୁନା ଋଣ ନେଇପାରିବେ ଯାହାର ସୁଧ ହାର ଆକର୍ଷଣୀୟ ଥିବା ବେଳେ ୩ରୁ ୧୨ ମାସ ଅବଧି ଲାଗି ଋଣ ନେଇପାରିବେ । ୭୨ ମାସ ପର୍ଯ୍ୟନ୍ତର ଅବଧି ଓ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ବ୍ୟକ୍ତିଗତ ଋଣ ମଧ୍ୟ ପ୍ରଦାନ କରାଯିବ । ସେହିପରି ବିନା ବନ୍ଧକରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଜନେସ୍ ଋଣ ମିଳିବ ଯାହାର ପରିଶୋଧ ଅବଧି ୪୮ ମାସ ପର୍ଯ୍ୟନ୍ତ ରହିଛି ।
ଏହା ବ୍ୟତୀତ ପ୍ରତିଭୂତି ବଦଳରେ, କାର୍ଡ ରିସିଭେବଲ ବଦଳରେ ମଧ୍ୟ ଗ୍ରାହକମାନେ ଋଣ ନେଇପାରିବେ । ଗ୍ରାହକମାନେ ୩୦ ବର୍ଷ ଅବଧିର ଗୃହ ଋଣ ନେଇପାରିବେ । ବେତନଭୋଗୀ, ସ୍ୱାବଲମ୍ବୀ ଓ ପ୍ରଫେସନାଲ ଆଦି ସବୁ ପ୍ରକାର ଗ୍ରାହକଙ୍କ ପାଇଁ ଗୃହ ଋଣ ସୁବିଧା ରହିଛି । ଏହା ସହିତ ଟପ୍‌-ଅପ୍ ଋଣ ମଧ୍ୟ ମିଳିବ । ସମ୍ପତି ବଦଳରେ ଋଣରେ ଗ୍ରାହକମାନେ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ନେଇପାରିବେ । ଏହି ଋଣ ବ୍ୟାଙ୍କର ପ୍ରବାସୀ ଭାରତୀୟ ଗ୍ରାହକମାନଙ୍କ ଲାଗି ମଧ୍ୟ ଉପଲବ୍ଧ ରହିଛି । ବ୍ୟାଙ୍କର କ୍ରେଡିଟ୍ କାର୍ଡର ବିଭିନ୍ନ ପ୍ରକାର ଅଫର, ରିହାତି ଓ କ୍ୟାସ୍‌ବ୍ୟାକ୍ ମିଳିବ ।
ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କର ଉପଭୋକ୍ତା ବ୍ୟାଙ୍କିଙ୍ଗ ଓ ମାର୍କେଟିଂ ମୁଖ୍ୟ ଶ୍ରୀ ସୌମିତ୍ର ସେନ୍ କହିଛନ୍ତି ଯେ, “ଉଲ୍ଲାସର ଉତ୍ସବ ଋତୁ ଚାଲିଥିବା ବେଳେ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ଗ୍ରାହକମାନଙ୍କୁ ବ୍ୟାପକ ବର୍ଗର ବ୍ୟାଙ୍କିଙ୍ଗ ଓ ଆର୍ଥିକ ଉତ୍ପାଦ ଉପସ୍ଥାପନ କରି ଉଲ୍ଲସିତ ଯାହାକୁ ଗ୍ରାହକଙ୍କ ବିବିଧ ଆର୍ଥିକ ଆବଶ୍ୟକତା ପୂରଣ କରିବା ଲାଗି ପ୍ରସ୍ତୁତ କରାଯାଇଛି । ଆମେ ସୁବିଧାଜନକ ଓ ନମନୀୟ ଋଣ ସମାଧାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ଯାହା ବିଭିନ୍ନ ବର୍ଗର ଲୋକମାନଙ୍କୁ ସହଯୋଗ କରି ସେମାନଙ୍କ ସମୟକୁ ଅଧିକ ଉଲ୍ଲାସପୂର୍ଣ୍ଣ କରିବ । ଗ୍ରାହକଙ୍କ ଉପରେ ଧ୍ୟାନ ରଖିବାର ଦୃଷ୍ଟିକୋଣକୁ ନେଇ ଉତ୍ସବକୁ ଗ୍ରହଣ କରିବା ଲାଗି ଆପଣଙ୍କ ଆର୍ଥିକ ସହଯୋଗ ପ୍ରଦାନ ସୁନିଶ୍ଚିତ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ ।

Share

Leave a Reply

Your email address will not be published. Required fields are marked *

ten + eight =