ବନ୍‌ସଲ୍ ଓୟାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ୭୪୫ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଦେଶର ସର୍ବବୃହତ ଷ୍ଟେନଲେସ୍ ଷ୍ଟିଲ୍ ଓୟାର ନିର୍ମାତା ବନ୍‌ସଲ୍ ଓୟାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ୭୪୫ କୋଟି ଟଙ୍କାର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
ଆଇପିଓରୁ ମିଳିବାକୁ ଥିବା ପାଣ୍ଠିକୁ କମ୍ପାନି ଏବଂ ଏହାର ସହାୟକ ସଂସ୍ଥା ଦ୍ୱାରା ଗ୍ରହଣ କରାଯାଇଥିବା ନିର୍ଦ୍ଦିଷ୍ଟ ବକେୟା ଋଣର ସମସ୍ତ କିମ୍ବା କିଛି ଅଂଶ ପରିଶୋଧ କିମ୍ବା ପ୍ରାକ୍ ଦେୟ ପାଇଁ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛି । ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ ଓ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତାକୁ ପୂରଣ କରିବା ଲାଗି ବ୍ୟବହାର କରାଯିବ ।
ବଂଶଲ ଓୟାର ଇଣ୍ଡଷ୍ଟ୍ରିଜ୍ ୧୯୮୫ ମସିହାରେ ଗଠିତ ହୋଇଥିଲା ଏବଂ ଏହା ପରଠାରୁ କମ୍ପାନି କ୍ରମାଗତ ଭାବରେ ଗୁଣାତ୍ମକ ଉତ୍ପାଦ ପ୍ରଦାନ କରିଆସୁଛି ଯାହା ଇସ୍ପାତ ତାର ଶିଳ୍ପରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ୩୮ ବର୍ଷର ଐତିହ୍ୟ ସହ କମ୍ପାନି ନିଜର ବିବିଧ ପୋର୍ଟଫୋଲିଓ ପାଇଁ ଗର୍ବିତ, ଯେଉଁଥିରେ ଅଟୋମୋଟିଭ୍‌, ଜେନେରାଲ ଇଞ୍ଜିନିୟରିଂ, ଭିତିଭୂମି, ହାର୍ଡୱେର, ଉପଭୋକ୍ତା ସ୍ଥାୟୀ ସାମଗ୍ରୀ, ଶକ୍ତି ଓ ଟ୍ରାନ୍ସମିସନ, କୃଷି ଓ ଅଟୋ ରିପ୍ଲେସମେଂଟ୍ ଭଳି ବିଭିନ୍ନ କ୍ଷେତ୍ରରେ ତାହା କାମ କରୁଛି ।
କମ୍ପାନି ଏହାର ବର୍ତମାନର ଚାରିଟି ଉତ୍ପାଦନ କେନ୍ଦ୍ରରେ ୨,୫୯,୦୦୦ ଏମଟିପିଏ ହାଲୁକା ଇସ୍ପାତ, ଉଚ୍ଚ କାର୍ବନ ଏବଂ ଷ୍ଟେନଲେସ୍ ଷ୍ଟିଲ ତାର ଉତ୍ପାଦନ ବ୍ୟବସ୍ଥା ସ୍ଥାପନ କରିଛି । କମ୍ପାନି ଭାରତର ଦାଦରୀଠାରେ ସର୍ବବୃହତ ଏକକ ସ୍ଥାନ ଇସ୍ପାତ ତାର ଉତ୍ପାଦନ କାରଖାନା ସ୍ଥାପନ କରୁଛି ଏବଂ ତାହା ହେବ ଏସିଆର ସର୍ବବୃହତ ଇସ୍ପାତ ତାର ଉତ୍ପାଦନ କାରଖାନା ମଧ୍ୟରୁ ଅନ୍ୟତମ ।
ବଂଶଲ ୱାୟାର ୫୦ରୁ ଅଧିକ ଦେଶକୁ ଏହାର ଉତ୍ପାଦ ରପ୍ତାନି କରୁଛି । ବାଂଲାଦେଶ, ବ୍ରାଜିଲ, ଫ୍ରାନ୍ସ, ଜର୍ମାନୀ, ଇସ୍ରାଏଲ, ଇଟାଲୀ, ନେଦରଲାଣ୍ଡ, ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ତୁର୍କୀ, ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭିଏତନାମ ଭଳି ଦେଶକୁ ଏହା ଉତ୍ପାଦ ପଠାଉଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍‌, ଡିଏଏମ୍ କ୍ୟାପିଟାଲ୍ ଆଡଭାଇଜର୍ସ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

16 − eleven =