ବନ୍ଧନ ବ୍ୟାଙ୍କ ପକ୍ଷରୁ ଏଫ୍‌ଡି ଓ ସଂଚୟ ଖାତା ଉପରେ ଶ୍ରେଷ୍ଠ ସୁଧ ହାର

ବ୍ୟାଙ୍କ ପକ୍ଷରୁ ଏଫ୍‌ଡି ଉପରେ ବରିଷ୍ଠ ନାଗରିକଙ୍କୁ ବାର୍ଷିକ ୮.୩୫% ପର୍ଯ୍ୟନ୍ତ ଓ ଅନ୍ୟାନ୍ୟ ଉପରେ ୭.୮୫% ସୁଧ ହାର
ସଂଚୟ ଖାତା ଉପରେ ବ୍ୟାଙ୍କ ପକ୍ଷରୁ ୭% ପର୍ଯ୍ୟନ୍ତ ସୁଧ
ବରିଷ୍ଠ ନାଗରିକଙ୍କ ପାଇଁ ଟ୍ୟାକ୍ସ ସେଭର୍ ଏଫ୍‌ଡି ଉପରେ ୭.୫% ସୁଧ
ଏଫ୍‌ଡି ଉପରେ ସୁଧ ହାର ଶିଳ୍ପରେ ଅନ୍ୟତମ ଶ୍ରେଷ୍ଠ
ଭୁବନେଶ୍ୱର: ଅନ୍ୟତମ ଅଗ୍ରଣୀ ସାର୍ବଜନୀନ ବ୍ୟାଙ୍କ ବନ୍ଧନ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ଶିଳ୍ପରେ ଶ୍ରେଷ୍ଠ ଏଫ୍‌ଡି ଉପରେ ଅନ୍ୟତମ ଶ୍ରେଷ୍ଠ ସୁଧ ହାର ଘୋଷଣା କରାଯାଇଛି । ବ୍ୟାଙ୍କ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ୫୦୦ ଦିନିଆ ଫିକ୍ସଡ୍ ଡିପୋଜିଟ୍ (ମିଆଦୀ ଜମା) ଉପରେ ସର୍ବୋଚ୍ଚ ୮.୫% ସୁଧ ପ୍ରଦାନ କରାଯାଉଛି । ସେହି ସମାନ ଏଫ୍‌ଡି ଅବଧି ଉପରେ ଅଣ ବରିଷ୍ଠ ନାଗରିକମାନେ ୭.୮୫% ସୁଧ ପାଇବେ ।
ବ୍ୟାଙ୍କ ପକ୍ଷରୁ ୫ ବର୍ଷିଆ ଅବଧିର ଟିକସ ସଂଚୟ ଫିକ୍ସଡ୍ ଡିପୋଜିଟ୍ ଉପରେ ବରିଷ୍ଠ ନାଗରିକଙ୍କୁ ୭.୫% ସୁଧ ପ୍ରଦାନ କରାଯାଉଛି । ଟ୍ୟାକ୍ସ ସେଭର ଏଫ୍‌ଡି ଉପରେ ଅନ୍ୟମାନଙ୍କୁ ୭% ସୁଧ ପ୍ରଦାନ କରାଯାଇଛି ।
ଏହି ସୁଧ ହାର ସୀମିତ ସମୟ ପାଇଁ ଉପଲବ୍ଧ ରହିବ ।
ରିଟେଲ୍ ଘରୋଇ/ ଅଣ-ପ୍ରବାସୀ ଟଙ୍କା ମିଆଦୀ ଜମା ସୁଧ ହାର
ମାଚ୍ୟୁରିଟି ଅବଧି ଅଣ ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ହାର ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ହାର
୧ ବର୍ଷରୁ ୪୯୯ ଦିବସ ୭.୨୫% ୭.୭୫%
୫୦୦ ଦିବସ ୭.୮୫% ୮.୩୫%
୫୦୧ ରୁ ଅଧିକ ଓ ୨ ବର୍ଷରୁ କମ୍ ୭.୨୫% ୭.୭୫%
୨ ବର୍ଷରୁ ୩ ବର୍ଷ ମଧ୍ୟରେ ୭.୨୫% ୭.୭୫%
୩ ବର୍ଷରୁ ୫ ବର୍ଷ ମଧ୍ୟରେ ୭.୨୫% ୭.୭୫%
୫ ବର୍ଷରୁ ୧୦ ବର୍ଷ ମଧ୍ୟରେ ୫.୮୫% ୬.୬୦%

ପୁନଶ୍ଚ, ବ୍ୟାଙ୍କ ପକ୍ଷରୁ ସଂଚୟ ବ୍ୟାଙ୍କ ଖାତା ବାଲାନ୍ସ ଉପରେ ୭% ପର୍ଯ୍ୟନ୍ତ ସୁଧ ପ୍ରଦାନ କରାଯାଉଛି ।
ଘରୋଇ/ ଅଣ-ପ୍ରବାସୀ ଟଙ୍କା ସଂଚୟ ଖାତା
୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୈନିକ ବାଲାନ୍ସ ୩%
୧ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୈନିକ ବାଲାନ୍ସ ୬%
୧୦ ଲକ୍ଷ ଟଙ୍କାରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଦୈନିକ ବାଲାନ୍ସ ୭%

ବନ୍ଧନ ବ୍ୟାଙ୍କର ଗ୍ରାହକମାନେ ନିଜ ଘରୁ କିମ୍ବା କାର୍ଯ୍ୟାଳୟରୁ ଆରାମରେ ରହି ରିଟେଲ୍ ଇଂଟରନେଟ୍ ବ୍ୟାଙ୍କିଙ୍ଗ କିମ୍ବା ଏମ୍‌ବନ୍ଧନ ମୋବାଇଲ୍ ଆପ୍ ଜରିଆରେ ଏଫ୍‌ଡିରେ ବୁକିଂ କିମ୍ବା ନିବେଶର ଲାଭ ଉପଭୋଗ କରିପାରିବେ । ଏହି ଅନଲାଇନ୍ ପ୍ରକ୍ର୍ରିୟାରେ ଗ୍ରାହକମାନେ କିଛି ମିନିଟ୍ ଭିତରେ ଓ ଚିନ୍ତାମୁକ୍ତ ଭାବେ ଗ୍ରାହକମାନେ ଏଫ୍‌ଡି ବୁକିଂ କରିପାରିବେ ।

Share

Leave a Reply

Your email address will not be published. Required fields are marked *

1 × three =