ଆକ୍ସିସ୍ ବ୍ୟାଙ୍କ୍ ଓ ଶ୍ରୀରାମ ହାଉସିଂ ଫାଇନାନ୍ସ ମଧ୍ୟରେ ସହଯୋଗିତା ଘୋଷଣା

ଭୁବନେଶ୍ୱର: ଦେଶର ତୃତୀୟ ସର୍ବବୃହତ ବ୍ୟାଙ୍କ୍ ଆକ୍ସିସ୍ ବ୍ୟାଙ୍କ୍ ଓ ଅଗ୍ରଣୀ ସୁଲଭ ହାଉସିଂ ଫାଇନାନ୍ସ କଂପାନି ଶ୍ରୀରାମ ହାଉସିଂ ଫାଇନାନ୍ସ ଲିମିଟେଡ୍ (ଏସ୍‌ଏଚ୍‌ଏଫ୍‌ଏଲ୍‌) ୟୁବି କୋ ଡଟ୍ ଲେଣ୍ଡ୍ ପ୍ଲାଟଫର୍ମ ଜରିଆରେ କୋ-ଲେଣ୍ଡିଂ ମଡେଲ୍‌କୁ ନେଇ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଘୋଷଣା କରିଛନ୍ତି । ଏହି ସହଯୋଗିତା ଜରିଆରେ ଉଭୟ ସଂସ୍ଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)କୁ ସୁରକ୍ଷିତ ଋଣ ଏବଂ ଗ୍ରାମାଚଂଳ ଓ ଅର୍ଧ ସହରାଚଂଳର ମଧ୍ୟମ ଓ ନିମ୍ନ ଆୟବର୍ଗର ଗ୍ରାହକମାନଙ୍କୁ ଗୃହ ଋଣ ପ୍ରଦାନ କରିବେ ।
ଗ୍ରାହକମାନଙ୍କ କ୍ରେଡିଟ୍ ପ୍ରୋଫାଇଲ୍‌କୁ ଅନୁଶୀଳନ କରିବା ଏବଂ ଏସ୍‌ଏଚ୍‌ଏଫ୍‌ଏଲ୍‌ର ୧୨୩ଟି ଶାଖା ନେଟୱର୍କ ଜରିଆରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ସୁଧରେ ଋଣ ପ୍ରଦାନ କରିବା ଲାଗି ଏସ୍‌ଏଚ୍‌ଏଫ୍‌ଏଲ୍‌ର ଋଣ ପ୍ରକ୍ରିୟାକରଣ ପ୍ରଯୁକ୍ତି ଓ ଆକ୍ସିସ୍ ବ୍ୟାଙ୍କର ଗଭୀର ଆର୍ଥିକ ବିଶେଷତାକୁ ଏହି ସହଯୋଗିତା ବ୍ୟବହାର କରିବ । ଯେଉଁମାନେ ନୂତନ ଭାବେ ଋଣ ନେଉଛନ୍ତି କିମ୍ବା ଏପର୍ଯ୍ୟନ୍ତ ଋଣ ନେଇନାହାନ୍ତି ସେଭଳି ସମ୍ଭାବ୍ୟ ଗ୍ରାହକଙ୍କ ପାଖରେ ପହଂଚିବା ଲାଗି ଏହି ସହଯୋଗିତା ଜରିଆରେ ପ୍ରୟାସ କରାଯିବ । କୋ-ଲେଣ୍ଡିଂ ଗାଇଡ୍‌ଲାଇନ୍ ଅନୁସାରେ ନିରବଚ୍ଛିନ୍ନ ଋଣ ପ୍ରକ୍ରିୟାକରଣ ଲାଗି ପ୍ରଯୁକ୍ତି ପ୍ଲାଟ୍‌ଫର୍ମ ୟୁବିକୁ ବ୍ୟବହାର କରାଯିବ ।
ଏହି ସହଯୋଗିତା ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ମୁଖ୍ୟ-ଭାରତ ବ୍ୟାଙ୍କିଙ୍ଗ ଶ୍ରୀ ମୁନିଷ ଶାରଦା କହିଛନ୍ତି ଯେ, “ଏସ୍‌ଏଚ୍‌ଏଫ୍‌ଏଲ୍ ସହିତ ସହଯୋଗିତା ନିରବଚ୍ଛିନ୍ନ ଡିଜିଟାଲ୍ ମାଧ୍ୟମରେ ଗ୍ରାମାଂଚଳ ଓ ଅର୍ଧ ସହରାଚଂଳରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇ ବ୍ୟାଙ୍କର ଭାରତ ବ୍ୟାଙ୍କିଙ୍ଗ ଲକ୍ଷ୍ୟକୁ ପୂରଣ କରିବ । ଏହି ସହଯୋଗିତା ଏମ୍‌ଏସ୍‌ଏମ୍‌ଇ ଓ ସୁଲଭ ଗୃହ ଋଣ କ୍ଷେତ୍ରରେ ଆମ ଉପସ୍ଥିତିକୁ ସୁଦୃଢ଼ କରିବା ସହ ଆମକୁ ଅଧିକ ଗ୍ରାହକଙ୍କ ପାଖରେ ପହଂଚାଇବ ଏବଂ ବ୍ୟାଙ୍କର ଅଗ୍ରାଧିକାର କ୍ଷେତ୍ର ଋଣ ପୋର୍ଟଫୋଲିଓରେ ଉନ୍ନତି ଆଣିବ । ଆମର ଡିଜିଟାଲ୍ କୋ-ଲେଣ୍ଡିଂ ପ୍ଲାଟଫର୍ମକୁ ବ୍ୟବହାର କରି ଏକ ଉତ୍କୃଷ୍ଟ ଗ୍ରାହକ ଅନୁଭୂତି ପ୍ରଦାନ କରିବା ଲାଗି ଏହି ସହଯୋଗିତା ବଢ଼ାଇବାକୁ ଆମେ ଉତ୍ସାହିତ ରହିଛୁ ।’’
ଶ୍ରୀରାମ ହାଉସିଂ ଫାଇନାନ୍ସ ଲିମିଟେଡ୍‌ର ଏମ୍‌ଡି ଓ ସିଇଓ ରବି ସୁବ୍ରମଣ୍ୟନ କହିଛନ୍ତି ଯେ, “ଆକ୍ସିସ-ଏସ୍‌ଏଚ୍‌ଏଫ୍‌ଏଲ୍ ସହଯୋଗିତା ହେଉଛି ଏକ ଶକ୍ତିଶାଳୀ ମିଶ୍ରଣ । ମିଳିତ ଭାବେ ଆମେ ହାଉସିଂ ଓ ସିକ୍ୟୁରଡ୍ ଏମ୍‌ଏସ୍‌ଏମ୍‌ଇ ଋଣ କ୍ଷେତ୍ରରେ ବିଶେଷ କରି ସମାଜର ତଳ ବର୍ଗରେ ଥିବା ବଡ଼ ଧରଣର ଗ୍ରାହକମାନଙ୍କ ପାଖରେ ପହଂଚିପାରିବା ଏବଂ ସେମାନଙ୍କୁ ସେବା ପ୍ରଦାନ କରିପାରିବା । କୋ-ଲେଣ୍ଡିଂ ମଡେଲ୍ ଜରିଆରେ ଆମେ ଋଣ ଅଭାବ ଥିବା ଅର୍ଥନୀତିର ଅଗ୍ରାଧିକାର କ୍ଷେତ୍ରରେ ଋଣ ପହଂଚାଇବାକୁ ଚାହୁଛୁ । କୋ-ଲେଣ୍ଡିଂ ମଡେଲ୍ ଭାରତରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଅଭ୍ୟୁଦୟରେ ସମ୍ଭାବନାକୁ ଜାଗ୍ରତ କରିବ ଏବଂ ଅଗ୍ରାଧିକାର କ୍ଷେତ୍ରର ରୂପାନ୍ତରଣ କରିବ ଏବଂ ଆଜିର ଘୋଷଣା ସେଦିଗରେ ଆଉ ଏକ ପଦକ୍ଷେପ ।’’
ଆୟ ବିଷୟରେ ଜଣାଇବା ଲାଗି ଆବଶ୍ୟକ ପ୍ରମାଣପତ୍ର ନଥିବା ସ୍ୱାବଲମ୍ବୀ ଓ ବେତନଭୋଗୀ ବର୍ଗର ଗ୍ରାହକଙ୍କୁ ଋଣ ପ୍ରଦାନ କରିବା ଲାଗି ଏହି ସହଯୋଗିତା ଜରିଆରେ ଲକ୍ଷ୍ୟ ରଖାଯାଇଛି । ବ୍ୟାପକ ଗ୍ରାହକ ଉପସ୍ଥିତି ଓ କଠୋର ଋଣ ଅଣ୍ଡରରାଇଟିଂ ଓ ଅନୁଶୀଳନ ଟୁଲ୍‌ସକୁ ବ୍ୟବହାର କରି ଏମ୍‌ଏସ୍‌ଏମ୍‌ଇ ଓ ଗୃହ ଋଣ କ୍ଷେତ୍ରରେ ରହିଥିବା ଅଭାବକୁ ଆକ୍ସିସ୍ ବ୍ୟାଙ୍କ ଓ ଏସ୍‌ଏଚ୍‌ଏଫ୍‌ଏଲ୍ ପୂରଣ କରିବେ ।

Share

Leave a Reply

Your email address will not be published. Required fields are marked *

20 + twenty =