ଟିପିଏସ୍ଓଡିଏଲର ହ୍ୟାଣ୍ଡସ୍ – ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର ଉଦଘାଟିତ

• ସୁରକ୍ଷା ଓ ଉତ୍କର୍ଷତା କ୍ଷେତ୍ରକୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ଉତ୍କର୍ଷ ସେବା ଓ କାର୍ଯ୍ୟକ୍ଷେତ୍ର ସୁରକ୍ଷାକୁ ପ୍ରାଥମିକତା ଦେଇ ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁରସ୍ଥିତ ଆମ୍ବଗଡଠାରେ ହ୍ୟାଣ୍ଡସ୍ – ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର ଉଦଘାଟିତ ହୋଇଛି । ଶୁକ୍ରବାର କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ ଆନୁଷ୍ଠାନିକ ଭାବେ ଏହି ପ୍ରଶିକ୍ଷଣ କେନ୍ଦ୍ରକୁ ଉଦଘାଟନ କରିବା ସହ କେନ୍ଦ୍ର ପରିଦର୍ଶନ କରିଛନ୍ତି ।

ଟିପିଏସ୍ଓଡିଏଲ୍ ସୁରକ୍ଷା ଓ ଦକ୍ଷତା ବିକାଶ ପ୍ରତିଷ୍ଠାନ (ଟିଏସଏସଡିଆଇ)ର ଉଦ୍ୟମରେ ଏହି ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଉପଭୋକ୍ତଙ୍କୁ ଗୁଣାତ୍ମକ ସେବା ଯୋଗାଇବା ସହ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ଦିଗକୁ ସର୍ବାଧିକ ଗୁରୁତ୍ୱ ଦେବା ପ୍ରଣାଳୀ ସମ୍ପର୍କରେ କମ୍ପାନୀର ସମସ୍ତ ନୂଆ-ପୁରୁଣା କର୍ମଚାରୀମାନେ ଏଠାରେ ତାଲିମ ନେବେ । ସେହିଭଳି ଜ୍ଞାନକୌଶଳ ତଥା ସୁରକ୍ଷା ପ୍ରଣାଳୀର ବ୍ୟବହାରିକ ପ୍ରୟୋଗ ନିମନ୍ତେ ପ୍ରଶିକ୍ଷଣ କେନ୍ଦ୍ର ନିକଟରେ ଏକ ଅଭ୍ୟାସ କ୍ଷେତ୍ର ରହିଛି । କର୍ମଚାରୀମାନେ ଏହି ଅଭ୍ୟାସ କ୍ଷେତ୍ରରେ ଥିବା ବିଦ୍ୟୁତ ଭିତ୍ତିଭୂମି ସହାୟତାରେ, ଶିଖିଥିବା ଜ୍ଞାନ କୌଶଳର ଅଭ୍ୟାସ କରିପାରିବେ । ସେହିଭଳି ପ୍ରଶିକ୍ଷଣ କେନ୍ଦ୍ରରେ ବୈଦ୍ୟୁତିକ ଉପକରଣ ସମ୍ପର୍କିତ ବିସ୍ତୃତ ତଥ୍ୟ ପାଇଁ ଭିନ୍ନ ଭିନ୍ନ କ୍ୟୁଆର୍ କୋଡ ରହିଛି । ଏହାକୁ ସ୍କାନ କରି ବିଦ୍ୟୁତ ଉପକରଣର ବ୍ୟବହାର, ପ୍ରକାର ଭେଦ ତଥା ସ୍ୱତନ୍ତ୍ରତା ସମ୍ପର୍କରେ ଜାଣି ପାରିବେ ।

ଏହି କେନ୍ଦ୍ରରେ ବୈଷୟିକ କର୍ମଚାରୀମାନଙ୍କୁ ଅଏଲ ବିଡିଭି ଟେଷ୍ଟ, ଟ୍ରାନ୍ସଫର୍ମର ପରିଚାଳନା, ଆର୍ଥିଙ୍ଗ ପ୍ରଣାଳୀ, ଅଟୋ ରିକ୍ଲୋଜର ଅପରେସନ ଓ ଇନସୁଲେସନ ରେଜିଷ୍ଟାନ୍ସ ଟେଷ୍ଟ ଭଳି ବିଭିନ୍ନ ବୈଷୟିକ କାର୍ଯ୍ୟର ତାଲିମ ପ୍ରଦାନ କରାଯିବ । ସେହିଭଳି କର୍ମଚାରୀମାନଙ୍କ ମଧ୍ୟରେ ସୁରକ୍ଷା ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରଶିକ୍ଷଣ କେନ୍ଦ୍ର ଓ ଏହାର ଚାରିପାଖରେ, କମ୍ପାନୀ ପକ୍ଷରୁ ସୁରକ୍ଷା ସଚେତନତା ବାର୍ତ୍ତା ସମ୍ପର୍କିତ କାନ୍ଥ ଚିତ୍ରମାନ କରାଯାଇଛି । ଏହି ଉଦଘାଟନୀ ଉତ୍ସବରେ ବିଦ୍ୟୁତ ସଚେତନତା ଲେଖା ଥିବା ‘ ଜହ୍ନ ମାମୁଁ ‘ ନାମକ ଏକ କ୍ଷୁଦ୍ର ପୁସ୍ତିକା ମଧ୍ୟ ବଣ୍ଟନ କରାଯାଇଥିଲା ।

କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗର୍ଗ କହିଛନ୍ତି ଯେ,” କ୍ରମାଗତ ଭାବେ ନୂଆ ଶିଖିବା ଓ ସୁରକ୍ଷା କ୍ଷେତ୍ରରେ ପ୍ରତିବଦ୍ଧ ହେବା ଭଳି ପରମ୍ପରାକୁ ପ୍ରୋତ୍ସାହିତ କରିବା ଦିଗରେ ଏହି ତାଲିମ କେନ୍ଦ୍ର ଏକ ବଳିଷ୍ଠ ପଦକ୍ଷେପ । କର୍ମଚାରୀଙ୍କର ଦକ୍ଷତା କ୍ଷେତ୍ରରେ ନିବେଶ କରି ଆମେ “ ମିଶନ ଜିରୋ ହାର୍ମ ” ପୂରଣ ଦିଗରେ ଆଗକୁ ବଢିବା ସହ ପରିଚାଳନା କ୍ଷେତ୍ରରେ ଉତ୍କର୍ଷତାକୁ ସୁନିଶ୍ଚିତ କରିପାରିବୁ ।

Share

Leave a Reply

Your email address will not be published. Required fields are marked *

20 + eight =