ଆମାଜନ ଆଣିଛି ବିକ୍ରେତାମାନଙ୍କ ପାଇଁ ସର୍ବକାଳୀନ ସର୍ବାଧିକ ରିୱାର୍ଡ ଜିତିବା ସୁଯୋଗ

ଭୁବନେଶ୍ୱର: ଉତ୍ସବ ଋତୁକୁ ସାରା ଦେଶର ବିକ୍ରେତାମାନଙ୍କ ଲାଗି ସଫଳ କରିବା ପାଇଁ ଆମାଜନ ପକ୍ଷରୁ “ଆମାଜନ ସେଲର୍ ରିୱାର୍ଡ ୨୦୨୩’ କାର୍ଯ୍ୟକ୍ରମରେ ସର୍ବକାଳୀନ ସର୍ବାଧିକ ରିୱାର୍ଡ ଜିତିବା ସୁଯୋଗର ଶୁଭାରମ୍ଭ କରାଯାଇଛି । ବିକ୍ରେତାମାନେ ମର୍ସିଡିସ୍ କାର୍ ଭଳି ବିଳାସପୂର୍ଣ୍ଣ କାର୍ ସମେତ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିୱାର୍ଡ ଜିତିପାରିବେ । ଏଥିପାଇଁ ବିକ୍ରେତାମାନଙ୍କୁ ଆମାଜନ ସେଲର୍ ରିୱାର୍ଡ ୨୦୨୩ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପଡ଼ିବ ଯାହା ୨୦୨୩ ନଭେମ୍ବର ୧୦ ପର୍ଯ୍ୟନ୍ତ ବୈଧ ରହିବ । ୨୦ ଜଣ ବିକ୍ରେତା ୟୁରୋପ ଓ ଥାଇଲ୍ୟାଣ୍ଡ୍‌ରେ ଆନ୍ତର୍ଜାତିକ ଛୁଟି କଟାଇବାର ସୁଯୋଗ ପାଇପାରିବେ । ବିକ୍ରେତାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏବଂ ଏହାର ସର୍ତାବଳୀକୁ ପୂରଣ କରି ରିୱାର୍ଡ ଜିତିପାରିବେ ।
ଆମାଜନ ପକ୍ଷରୁ ଗ୍ରେଟ୍ ଇଣ୍ଡିଆନ ରେଫରାଲ ଅଫର ମଧ୍ୟ ଘୋଷଣା କରାଯାଇଛି ଯାହା ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୨୭ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମ ଅଧୀନରେ ବିକ୍ରେତାମାନେ ନିଜ ବନ୍ଧୁଙ୍କୁ ପଞ୍ଜୀକରଣ ଓ ଆମାଜନରେ ବିକ୍ରି ପାଇଁ ରେଫର କରିପାରିବେ ଏବଂ ୧୧୫୦୦ ଟଙ୍କାର ପୁରସ୍କାର ଜିତିପାରିବେ । ଏଥିପାଇଁ ବିକ୍ରେତାମାନଙ୍କୁ ଆମାଜନ ସେଲର ସେଂଟ୍ରାଲ୍ ୱେବସାଇଟ୍‌ର “ପାର୍ଟିସିପେଟ୍ ନାଓ’ରେ ପଞ୍ଜୀକରଣ କରିବାକୁ ପଡ଼ିବ । ଥରେ ପଞ୍ଜୀକରଣ କରିବା ପରେ ବିକ୍ରେତମାନେ ନିଜ ବନ୍ଧୁ, ସହଯୋଗୀ ଓ ବ୍ୟବସାୟୀମାନଙ୍କୁ ଆମାଜନରେ ବିକ୍ରେତା ଭାବେ ଯୋଡ଼ି ହେବା ଲାଗି ଲିଙ୍କ୍ ପଠାଇପାରିବେ ।
ଆମାଜନ ଇଣ୍ଡିଆର ନିର୍ଦ୍ଦେଶକ (ସେଲିଂ ପାର୍ଟନର ସର୍ଭିସେସ୍‌) ଅମିତ ନନ୍ଦା କହିଛନ୍ତି ଯେ, “ବିକ୍ରେତାମାନଙ୍କ ଲାଗି ଆମର ସର୍ବକାଳୀନ ସର୍ବାଧିକ ରିୱାର୍ଡ ୨୦୨୩ କାର୍ଯ୍ୟକ୍ରମ ବିଷୟରେ ଘୋଷଣା କରି ଆମେ ବେଶ ଆନନ୍ଦିତ । ଆମର ବିଶ୍ୱାସ ରହିଛି ଯେ ବିକ୍ରେତାମାନେ ହେଉଛନ୍ତି ଆମର ମେରୁଦଣ୍ଡ ଏବଂ ସଫଳ ହେବା ଲାଗି ସେମାନଙ୍କୁ ଟୁଲ୍ ଓ ସମ୍ବଳ ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ । ବିକ୍ରେତାମାନେ ବର୍ଷର ସବୁଠୁ ବ୍ୟସ୍ତବହୁଳ ସମୟ ଲାଗି ପ୍ରସ୍ତୁତ ହେଉଥିବା ବେଳେ ସେମାନଙ୍କୁ ସମର୍ଥନ କରିବା ଓ ସେମାନଙ୍କୁ ଫେରାଇବା ଲାଗି ଆମର ଏହି ଅଭିଯାନ । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଏବଂ ଉପଲବ୍ଧ ରିୱାର୍ଡର ଲାଭ ହାସଲ କରିବା ଲାଗି ଆମେ ବିକ୍ରେତାମାନଙ୍କୁ ଉତ୍ସାହିତ କରୁଛୁ ।’’
ଯେଉଁ ବିକ୍ରେତାମ।।ନେ ୨୦୨୩ ଅଗଷ୍ଟ ୨୭ରୁ ନଭେମ୍ବର ୪ ମଧ୍ୟରେ ନୂଆ ବିକ୍ରେତା ଭାବେ ଯୋଗ ଦେବେ ସେମାନଙ୍କ ଲାଗି ଆମାଜନ ପକ୍ଷରୁ ୫୦% ରେଫରାଲ ଫି’ ଛାଡ଼ ଘୋଷଣା କରାଯାଇଛି । ଏହି ଛାଡ଼ ସୁବିଧା ୬୦ ଦିନ ବୈଧ ରହିବ ଯାହା ନୂଆ ବିକ୍ରେତାଙ୍କ ଖର୍ଚ୍ଚ କମ୍ କରିବ । ଆଗାମୀ ଉତ୍ସବ ସମୟ ନିମନ୍ତେ ପ୍ରସ୍ତୁତ ହେବା ଲାଗି ଆମାଜନ ପକ୍ଷରୁ କେତେକ ଅଭିନବ ପଦକ୍ଷେପ ଘୋଷଣା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

twelve + three =