ଦେବାଶିଷଙ୍କୁ ପାରାଦୀପ ମନା

ଭୁବନେଶ୍ୱର () ନିର୍ବାଚନ ମୁଣ୍ଡ ଉପରେ । ଏଭଳିସ୍ଥିତିରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଦଳର ସାଙ୍ଗଠନିକ ସ୍ତରରେ ପରିବର୍ତ୍ତନ କରି କେତେକ ସ୍ପଷ୍ଟ ସଂକେତ ଦେଇଛନ୍ତି । ସେ ମଧ୍ୟରୁ ଗୋଟେ ସଂକେତ ହେଲା ଯେ, କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ପାରାଦୀପ ମନା ।

ଦାମ ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ପାରାଦୀପର ବିଜେଡି ସଂଗଠନକୁ ଦଳ ସହ ବାନ୍ଧି ରଖିବାକୁ ଦେବାଶିଷଙ୍କ ଉପରେ ଆସ୍ଥା ରଖି ମୁଖ୍ୟମନ୍ତ୍ରୀ ତାଙ୍କୁ ସେ ଦାଇତ୍ୱ ଦେଇଥିଲେ । ସେ ମଧ୍ୟ ନେତାଙ୍କ ନିର୍ଦେଶ ଅନୁଯାୟୀ ପାରାଦୀପରେ ଦଳର ନେତା ଓ କର୍ମୀଙ୍କୁ ସଂଗଠିତ କରିଥିଲେ ।

ହେଲେ ଆଜିର ପରିବର୍ତ୍ତନରୁ ତାଙ୍କୁ ପାରାଦୀପରୁ ପ୍ରତ୍ୟାହାର କରାଯାଇଛି । ତାଙ୍କୁ କଟକ ଜିଲ୍ଲା ଦାଇତ୍ୱ ଦିଆଯାଇଛି । ପୂର୍ବରୁ କଟକ ଜିଲ୍ଲା ଦାଇତ୍ୱ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦିଆଯାଇଥିଲା । ନିର୍ବାଚନ ଆଉ ମାସ କେଇଟା ଥିବା ବେଳେ କଟକ ଭଳି ରାଜନୈତିକ ସମ୍ବେଦନଶୀଳ ଜିଲ୍ଲାକୁ ଛାଡି ପାରାଦୀପକୁ ଫୋକସ କରିପାରିବେ ନାହିଁ । ଏବେ ଦେଖିବାର କଥା ପାରାଦୀପ ଦାଇତ୍ୱ ମୁଖ୍ୟମନ୍ତ୍ରୀ କାହାକୁ ଦେଉଛନ୍ତି । ଦାମଙ୍କ ପୁଅ ନା ଆଉ କାହାକୁ ।

Share

Leave a Reply

Your email address will not be published. Required fields are marked *

three × 4 =