ଫଟୋ ବୟାନ କରୁଛି ଷଡଯନ୍ତ୍ରର ଚିତ୍ର

ଭୁବନେଶ୍ବର () ନୟାଗଡ ପରୀ ହତ୍ୟା ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି । କଂଗ୍ରେସ ଓ ବିଜେପି ହାତରେ ସରକାରଙ୍କୁ ଘେରିବାକୁ ପ୍ରସଙ୍ଗ ନଥିବାରୁ ସେମାନେ ଏବେ ଏହାକୁ ଅସ୍ତ୍ର କରିଛନ୍ତି । ଏସବୁ ଭିତରେ ସୋସିଆଲ ମିଡିଆରେ ଘୁରୁଥିବା ଏକ ଫଟୋ ବୟାନ କରୁଛନ୍ତି ଷଡଯନ୍ତ୍ରର ସାଂଘାତିକ ଚିତ୍ର । ଏହି ଫଟୋରେ ଗୋଟିଏ ପଟେ ରହିଛନ୍ତି ପରୀର ବାପା, ତାଙ୍କ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ସହ କଥା ହୋଇ ଅଡିଓ ଭାଇରାଲ କରିଥିବା ସରପଞ୍ଚ ଓ ତାଙ୍କ ସହ ଜଣେ ଜିଲ୍ଲା କଂଗ୍ରେସ ନେତା । ଏହି ଫଟୋରେ ଥିବା ଅନ୍ୟମାନଙ୍କୁ ଆମେ ଚିହ୍ନିନୁ, ଆପଣମାନେ ଜାଣିଥିଲେ ଜାଣିଥିବେ ।
ଗତ ଜୁଲାଇ ମାସରେ ଘଟିଥିଲା ପରୀ ହତ୍ୟା ଘଟଣା । ହତ୍ୟାର ୯ ଦିନ ପରେ ପରୀ ମାଙ୍କ ଦେହରେ କୁଆଡେ ସବାର ହୋଇଥିଲା ପରୀର ଆତ୍ମା ଆଉ ତାକୁ ହତ୍ୟା କରାଯାଇଥିବା କହିଥିଲା । ତାର ଦୁଇ ତିନି ଦିନ ମଧ୍ୟରେ ତାଙ୍କ ଘର ପଛପଟ ବାଡିରୁ ବାହାରିଲା ପରୀର ଗଳିତ ମୃତଦେହ । ହତ୍ୟା କିଏ ଓ କାହିଁକି କରିଛି ତାହା ଏବେ ବି ରହସ୍ୟାବୃତ । କାରଣ ପୋଲିସ ୪ଜଣଙ୍କ ପଲିଗ୍ରାଫ ଟେଷ୍ଟ କରିଛି, ୩୪ଜଣଙ୍କୁ ଜେରା କରିଛି । କିନ୍ତୁ ହତ୍ୟାକାରୀ ନିକଟରେ ପହଁଚିପାରିନି ।
ସେପଟେ ହଠାତ ପରୀର ମା ଓ ବାପା ମା ଭୁବନେଶ୍ବରରେ ପହଁଚିଲେ । ସେଠାରୁ ଗଲେ ବିଧାନସଭା ସାମ୍ନାକୁ । ବିଧାନସଭା ଆଗରେ ଯାହା ଘଟିଲା ସେକଥା ସମସ୍ତେ ଜଣନ୍ତି । ଏହି ହତ୍ୟାକାଣ୍ଡର ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ । ତେଣୁ ସତ ଆପେ ଆପେ ପଦାକୁ ଆସିଯିବ ।
ତେବେ ଏଭିତରେ ଗତ ଦୁଇ ତଳେ ସୋସିଆଲ ମିଡିଆରେ ଭୁବନ ଚନ୍ଦ୍ର ହାତୀ ନାମକ ଜଣେ ବ୍ୟକ୍ତି (ତାଙ୍କ ପରିଚୟ ଆମେ ଜାଣିନାହୁଁ) ଏହି ଫଟୋକୁ ତାଙ୍କ ଫେସବୁକରେ ଛାଡିଛନ୍ତି । ଏହି ଫଟୋ ଉପରେ ନଜର ପଡିବାକ୍ଷଣି ଆମେ ହତବାକ ହୋଇଯିବା ସ୍ବାଭାବିକ । କାରଣ ଫଟୋରେ ବାମରୁ ପ୍ରଥମ ବ୍ୟକ୍ତି ହେଉଛନ୍ତି ପରୀର ବାପା ଅଶୋକ ସାହୁ ଏବଂ ପଞ୍ଚମ ବ୍ୟକ୍ତି ଜଣକ ହେଉଛନ୍ତି ସରପଞ୍ଚ ସୌମ୍ୟରଂଜନ ପ୍ରଧାନ । ଇଏ ସେହି ସରପଞ୍ଚ ଯିଏ ମନ୍ତ୍ରୀ ଅରୁଣ ସାହୁଙ୍କ ସହ କଥା ହୋଇ ତାଙ୍କୁ ପରୀର ବାପା ଓ ମାଙ୍କୁ ଭେଟାଇବାକୁ କହୁଥିଲେ । ହେଲେ ମନ୍ତ୍ରୀଙ୍କୁ ଭେଟାଇନଥିଲେ । ବରଂ ପରୀର ବାପା ଓ ମା ବିଧାନସଭା ସମ୍ନାରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଗତ ଅଗଷ୍ଟ ମାସରୁ ଏହି ହତ୍ୟା ସଂଗଠିତ ହୋଇଥିବା ବେଳେ ପୋଲିସ ନିଜ ଢାଞ୍ଚାରେ ତଦନ୍ତ କରୁଛି । ଏଯାଏଁ ଏହି ହତ୍ୟାକୁ ନେଇ କୌଣସି ଚର୍ଚ୍ଚା ନଥିବା ବେଳେ ହଠାତ ବିଧାନସଭା ସମ୍ନାକୁ କେମିତି ଆସିଲା । ଏହି ଫଟୋ ସେ ସତ୍ୟକୁ ପଦାରେ ପକାଇଛି । ପରୀର ବାପା ଓ ମା କାହା ସାହସରେ ଏତେବଡ ପଦକ୍ଷେପ ନେବାକୁ ମନ ସ୍ଥିର କଲେ । ମୋଟାମୋଟି ଭାବେ କହିବାକୁ ଗଲେ ପରୀର ହତ୍ୟାକାରୀକୁ ଉଚିତ ଦଣ୍ଡବିଧାନ ହେଉ ଏକଥା ସମସ୍ତେ ଚାହୁଁଛନ୍ତି । କିନ୍ତୁ ଏହାକୁ ନେଇ ଚାଲିଥିବା ଶସ୍ତା ରାଜନୀତିରୁ କାହାକୁ ଫାଇଦା ମିଳିବ । ପରୀର ବାପା ମା କଣ ଏଥିରୁ ନ୍ୟାୟ ପାଇବେ । ନା ରାଜନୀତି ଗୋଟିରେ କେବଳ ଗୋଟିଏ ମୋହରା ବନି ରହିଯିବେ ।

Share

Leave a Reply

Your email address will not be published. Required fields are marked *

3 + 16 =