ରାଜ୍ୟ କଂଗ୍ରେସରେ ତାଳି ପକା ଉଦ୍ୟମ

ଭୁବନେଶ୍ୱର () ମଧ୍ୟପ୍ରଦେଶ ଓ ଗୁଜୁରାଟର ସଫଳତାର ମଡେଲ ଓଡ଼ିଶାରେ ପରୀକ୍ଷା କରିବାକୁ ଯୋଜନା ଆରମ୍ଭ ହୋଇଛି । ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦିଗବିଜୟ ସିଂହ ଓ କମାଲନାଥ ଏବଂ ରାଜସ୍ଥାନରେ ଅଶୋକ ଗେଲହଟ ଓ ସଚିନ ପାଇଲଟ ଗୋଷ୍ଠୀ ଯଦି ଏକାଠି ହୋଇପାରିଲେ ଓଡିଶା କଂଗ୍ରେସରେ ପିସିସି ସଭାପତି ନିରଞ୍ଜନ ପଟନାୟକ ଓ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କାହିଁକି ଗୋଟିଏ ସୂତ୍ରରେ ବାନ୍ଧି ହୋଇ ରହିବେନି ।

ଏହି ନ୍ୟାୟରେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ଦୁଇ ବିରୋଧୀ ଗୋଷ୍ଠୀକୁ ଏକାଠି କରିବାକୁ ଡାକିଛନ୍ତି ଏକଜୁଟ ବୈଠକ । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସକୁ ମିଳିଥିବା ରାଜନୈତିକ ସଫଳତାରେ ଉତ୍ସାହିତ ରାଜ୍ୟ କଂଗ୍ରେସ ନେତାମାନେ ଓଡ଼ିଶାରେ ବି ପୁଣୁ ଥରେ କ୍ଷମତାକୁ ଫେରିବାକୁ ଚିନ୍ତା କରିଛନ୍ତି । କିନ୍ତୁ ଏଥିପାଇଁ ପରସ୍ପର ବିରୋଧୀ ଗୋଷ୍ଠୀ ଏକାଠି ଲଢ଼ିବାର ଆବଶ୍ୟକତା ରହିଛି ।

ଏହା ଚିନ୍ତା କରି ହେମାନନ୍ଦ ଏକଜୁଟ ବୈଠକ ଡାକିଛନ୍ତି । କିନ୍ତୁ ଏହି ବୈଠକ ବାବଦରେ ଶ୍ରୀକାନ୍ତ କିଛି ଜାଣିନଥିବା କହିଛନ୍ତି । ତେବେ ଏଭଳି ବୈଠକରୁ କିଛି ସୁଫଳ ମିଳିବନି ବୋଲି କହିବା ସହ ସେ ପୁଣି ଥରେ ନିରଂଜନଙ୍କ ବିରୁଦ୍ଧରେ ବିଷୋଦଗାର କରିଛନ୍ତି । ହେମାନନ୍ଦ ଦୁହିଁଙ୍କ ମଧ୍ୟରେ ମଧ୍ୟସ୍ଥି ହୋଇ ସମାଧାନ ଚିନ୍ତା କରୁଛନ୍ତି । ହେଲେ ହେମାନନ୍ଦ ଏହି ଉଦ୍ୟମରେ କେତେ ସଫଳ ହେବେ ତାହା ଦେଖିବାର କଥା ।

Share

Leave a Reply

Your email address will not be published. Required fields are marked *

three × 5 =