ଶ୍ରୀମନ୍ଦିର ରୋଷଘର ଚୁଲା ଭଙ୍ଗା ଘଟଣା,ଅଭିଯୁକ୍ତକୁ ଖୋର୍ଦ୍ଧାରୁ ଧରିଲା ପୋଲିସ

ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାରେ ଧରାପଡିଲା ଅଭିଯୁକ୍ତ। ଖୋର୍ଦ୍ଧା-ପୁରୀ ଜିଲ୍ଲା ସୀମା ଅଞ୍ଚଳରୁ ଗତକାଲି ରାତିରେ ଧରିଛି ପୋଲିସ। ତାଙ୍କୁ ଜେରା କରାଯାଉଛି। ଜେରା ବେଳେ ବ୍ୟକ୍ତି ଜଣକ କହିଛନ୍ତି ରଷଘରେ ଖାଦ୍ୟ ବିକ୍ଷିପ୍ତ ହୋଇପଡିଥିଲା, ଏଣେ ଲୋକ ପାଉନାହାଁନ୍ତି। ତେଣୁ ମୁଣ୍ଡ ଗରମ ହୋଇଗଲା ଚୁଲି ବାଡେଇ ଭାଙ୍ଗିଦେଲି। ସିସିଟିଭି ଫୁଟେଜ୍‌ ଆଧାରରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା।

ପୂର୍ବରୁ ସିସିଟିଭି ଫୁଟେଜରେ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସହ ଶ୍ରୀମନ୍ଦିର ଭିତରେ ଥିବା ଜେଟିପି କର୍ମଚାରୀ କଥା ହେଉଥିବା ଜଣାପଡ଼ିଥିଲା । ଏଥିପାଇଁ ଚାରିଜଣ ଜେଟିପିଙ୍କୁ ପଚରାଉଚରା ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ରୋଷ ଘରର ୪୩ଟି ଚୁଲି ଭଙ୍ଗା ଘଟଣାକୁ ୩ ଦିନ ବିତିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନ୍ତରୀଣ କମିଟି ଓ ପୋଲିସର ପାଞ୍ଚ ଜଣିଆ ଟିମ୍‌ ତଦନ୍ତ ଚଳାଇଛି । ତେବେ ବ୍ୟକ୍ତି ଜଣକ କିଏ ଓ କାହିଁକି ଭାଙ୍ଗିଲା ରୋଷଘର ଚୁଲି। ତା ସାଙ୍ଗରେ ଆଉ କିଏ ଥିଲା , ସେନେଇ ତଦନ୍ତ ଚାଲିଛି। ଗତକାଲି ଜିଲ୍ଲାପାଳ ଓ ଏସ୍‌ପି ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ। ସିସିଟିଭି କ୍ୟାମେରାରେ ଚିହ୍ନଟ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ।

Share

Leave a Reply

Your email address will not be published. Required fields are marked *

nineteen − 13 =