୧୬ ଦିନରେ ୧୪ ଥର ବଢିଲା ତୈଳ ଦର, ଆଜିକୁ ମିଶାଇ ୧୦ ଟଙ୍କାରୁ ଅଧିକ ବୃଦ୍ଧି

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିଲେ ମଧ୍ୟ ଭାରତରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଜାରି ରହିଛି । ଆଜି ବି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ୮୬ ଓ ଡିଜେଲ ୮୫ ପଇସା ବୃଦ୍ଧି ପାଇଛି । ୧୬ ଦିନରେ ୧୪ ଥର ତେଲ ଦର ବୃଦ୍ଧି ପାଇଲାଣି । ୧୪ ଦିନ ଭିତରେ ଭୁବନେଶ୍ୱରରେ ପେଟ୍ରୋଲ ୧୦ ଟଙ୍କା ୭ ପଇସା ବୃଦ୍ଧି ପାଇ ୧୧୨ ଟଙ୍କା ୫୦ ପଇସାରେ ପହଂଚିଛି । ସେହିପରି ଡିଜେଲ ୧୦ ଟଙ୍କା ୬୧ ପଇସା ବୃଦ୍ଧି ପାଇ ୧୦୨ ଟଙ୍କା ୨୪ ପଇସାରେ ପହଂଚିଛି । ପ୍ରାୟ ସାଢ଼େ ୪ମାସ ମାସ ପରେ ମାର୍ଚ୍ଚ ୨୨ରେ ପ୍ରଥମ ଥର ପାଇଁ ତେଲ ଦର ବଢ଼ିଥିଲା ।

Share

Leave a Reply

Your email address will not be published. Required fields are marked *

5 × two =