ମେସିନ ଖାଉଛି ମଣିଷ ଟଙ୍କା

ଉମରକୋଟ: : ମେସିନ ଖାଉଛି ମଣିଷ ଟଙ୍କା । ମିଛ ମନରେଗା , ସତ ମେସିନ୍ । ହାତ ବାନ୍ଧି ବସିଛି ମଣିଷ, ମାଟି ତାଡୁଛି ଜେସିବି । ନବରଙ୍ଗପୁର ଜିଲ୍ଲା ରାଇଘର ଓ କୋଷାଗୁଡା ବ୍ଲକରେ ମହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆସିଛି ସଂଙ୍ଗୀନ ଅଭିଯୋଗ । ବିନା ପ୍ରଶାସନିକ ଅନୁମୋଦନ ଏବଂ ବିନା ଫଳକରେ ଚାଲିଛି ବନ୍ଧ ଖୋଳା । ୨ଟି ବ୍ଲକରେ ମଣିଷ ବଦଳରେ କାମ କରୁଛି ମେସିନ୍ । ଏଠାରେ ବନ୍ଧ ଖୋଳିବା ଠାରୁ ସମସ୍ତ ରାସ୍ତା କାମ ମେସିନ ଦ୍ୱାରା କରାଯାଉଛି । କରୋନା ମହାମାରୀ ସମୟରେ ମନରେଗା ଯୋଜନାରେ ଲୋକଙ୍କୁ କାମ ଦେବା ବଦଳରେ ମେସିନ ଦ୍ୱାରା କାମ କରାଯାଉଛି । ।ମହାତ୍ମାଗାନ୍ଦି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପ୍ରଥମେ ଫଳକ ଓ ପରେ କାମ ହେବା ଆବଶ୍ୟକ କିନ୍ତୁ ଏଠି ନା ଅଛି ଫଳକ ନାକାମ କରୁଛନ୍ତି ଲୋକେ । ।

ଏପରିକି ଝରିଗାଁ ବ୍ଲକ ବକଡାବେଡା ଠାରେ ମଧ୍ୟ ମେସିନ କାମ କରୁଥିବା ଅଭିଯୋଗ ହୋଇଛି । କରୋନା ମାହାମାରୀ ବେଳେ କାମ ନମିଳିବାରୁ ଦାଦନ ମୁହାଁ ହେଲେଣି ଶ୍ରମିକ । ଆଉ ଖବର ପ୍ରସାରଣ ନକରିବା ପାଇ ସାମ୍ବାଦିକଙ୍କୁ ହୋଟେଲରେ ଖାଇବାକୁ ଦେବାକୁ ଅଫର ଦେଉଛନ୍ତି ବିଭାଗୀୟ ଅଧିକାରୀ ।ହେଲେ ଏବେ ପ୍ରଶ୍ନ ଉଠୁଛୁ ବିନା ଫଳକରେ କାହା ସ୍ୱାର୍ଥରେ କାରାଯାଉଛି କାମ ? ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ କାହିଁକି ନିଆଯାଉନି କାଯ୍ୟାନୁଷ୍ଠାନ । ତେବେ ଜିଲ୍ଲା ପ୍ରଶାସନ ଏଦିଗରେ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

Share

Leave a Reply

Your email address will not be published. Required fields are marked *

sixteen − six =