ଦୁଇ ବିଧାୟକଙ୍କ ସହ କଥା ହେବା ସହ ସ୍ୱାସ୍ଥ୍ୟ କଥା ବୁଝିଲେ ନବୀନ

ଭୁବନେଶ୍ୱର()  ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଆଜି ୫୭୦ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କର ଜୀବନ ନେଇଛି କରୋନା । ଏହାର କବଜାରୁ ବର୍ତ୍ତିନାହାନ୍ତି ରାଜ୍ୟର ବିଧାୟକ ।  କରୋନାରେ ଆକ୍ରାନ୍ତ ହୋଇଥିବା ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟେଲିଫୋନରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥା ହେବା ସହ ସ୍ୱାସ୍ଥ୍ୟ କଥା ପଚାରି ବୁଝିଥିଲେ । ସେହିପରି ନବୀନ ଉଭୟଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।

ଏତଦବ୍ୟତୀତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ଼ ଯୋଦ୍ଧାଙ୍କ ସହ ମଧ୍ୟ କଥା ହୋଇ ସ୍ୱାସ୍ଥ୍ୟବସ୍ଥା ପ୍ରସଙ୍ଗରେ ବୁଝିଛନ୍ତି । କୋଭିଡ଼ ଯୋଦ୍ଧାଙ୍କ କାର୍ୟ୍ୟକୁ ନବୀନ ଉଚ୍ଚ ପ୍ରଶଂସା କରିବା ସହ ଭଲ କାମ ପାଇଁ ସବୁ ପ୍ରକାର ସହାୟତା ଦେବେବୋଲି କହିଛନ୍ତି । ଏହି ଅବକାଶରେ ନବୀନ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସହ ମଧ୍ୟ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × two =