ନକଲି ଔଷଧର ତଦନ୍ତ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୂବନେଶ୍ୱର: ନକଲି ଔଷଧ କାରବାର ନେଇ ତଦନ୍ତ ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ବିଭାଗ । ଔଷଧ ନିଗମ ଓ ପୋଲିସ ମିଳିତ ଭାବେ ଅନୁସନ୍ଧାନ କରିବା ପରେ ରିପୋର୍ଟ ପ୍ରଦାନ କରିବେ । ଔଷଧ କେଉଁଠୁ ଆସି କେଉଁଠିକି ଯାଉଛି ତାହାର ତଦନ୍ତ କରାଯିବ । ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣରେ ମେଡିସିନ ଯୋଗାଇ ଦେଉଥିବା ବେଳେ ଏତେସାରା ନକଲି ମେଡିସିନ କେଉଁଠୁ ଆସୁଛି ତାକୁ ନେଇ ଜାରି ରହିଛି ବିଚାର ବିମର୍ସ । ତେବେ ଗତକାଲି କଟକରୁ ବିପୁଳ ପରିମାଣର ଫାବିପିରାଭିର ମେଡିସିନ ଜବତ ହୋଇଥିବା ବେଳେ ଆଜି ସମ୍ବଲପୁରରୁ କିଛି ନକଲି ମେଡିସିନ ଜବତ ହୋଇଛି । କରୋନା ସମୟରେ ଅସାଧୁ ମେଡିସିନ ବେପାରୀ ମାତିଥିବା ନଜରକୁ ରଖି ଏଭଳି ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

Share

Leave a Reply

Your email address will not be published. Required fields are marked *

12 − 3 =