ନୀଳଗିରି ବିଧାୟକଙ୍କୁ ସମାଲୋଚନା

ନୀଳଗିରି: ସମାଲୋଚନାର ଶିକାର ହେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ନୀଳଗିରି ରଥ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ଲାଗି ବାଲେଶ୍ୱର ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ବିଧାୟକ । ଏହାପରେ ଜିଲ୍ଲାପାଳ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପରେ ବିଭିନ୍ନ ମହଲରୁ ବିଧାୟକଙ୍କୁ ସମାଲୋଚନା କରାଯାଇଥିବା ନଜରକୁ ଆସିଛି ।

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥକାର୍ଯ୍ୟ ଚାଲୁ ରହିଥିବା ଲକ୍ଷ୍ୟ ରଖି ନୀଳଗିରିରେ ଗତ ଗୁରୁବାରଠାରୁ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରାଯାଇଛି। ରଥ ଖଳାରେ ମହାରଣାଙ୍କ ସହ ଅନ୍ୟ ବଢ଼େଇମାନେ ରଥକାର୍ଯ୍ୟ ନିର୍ମାଣ କରୁଥିଲେ। କିନ୍ତୁ ବିଧାୟକ ସୁକାନ୍ତ ନାୟକ ବାଲେଶ୍ୱର ଜିଲାପାଳଙ୍କୁ ଚିଠି ଜରିଆରେ ଦର୍ଶାଇଛନ୍ତି ଯେ, ସମ୍ପ୍ରତି କରୋନା ମହାମାରୀ ସମୟରେ ଲୋକଙ୍କ ଆର୍ଥୀକ ମେରୁଦଣ୍ଡ ଭାଙ୍ଗି ଯାଇଛି।

ଏଭଳି ଏକ ଜଟିଳ ସମୟରେ ପ୍ରଶାସନର ବିନା ଅନୁମତିରେ ନୀଳଗିରିରେ ରଥ ନିର୍ମାଣ କରାଯାଇ ଅଯଥା ଖର୍ଚ୍ଚ କରାଯାଉଛି। ପୂର୍ବବର୍ଷ ମଧ୍ୟ ରଥ ନିର୍ମାଣ କରାଯାଇ ୭ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ଏବଂ ଚଳିତବର୍ଷ ଅନୁରୂପଭାବେ ସେମିତି କରାନଯାଇ ସରକାରୀ ଅର୍ଥକୁ ସଞ୍ଜୟ ରଖିବାକୁ ବିଧାୟକ ଶ୍ରୀ ନାୟକ ଜିଲାପାଳଙ୍କୁ ଜଣାଇଛନ୍ତି।

Share

Leave a Reply

Your email address will not be published. Required fields are marked *

twelve + nineteen =