ଦେବାଶିଷଙ୍କୁ ଆଜି ଏୟାରଲିଫ୍ଟ କରାଯିବ

କଟକ: ଭିଜିଲାନ୍ସ ନିର୍ଦ୍ଦେଶକ ଡ.ଦେବାଶିଷ ପାଣିଗ୍ରାହୀଙ୍କୁ ଆଜି ଏୟାରଲିଫ୍ଟ କରାଯିବ । ତାଙ୍କୁ କୋଲକାତାର ସୁପରସ୍ପେଶାଲିଷ୍ଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । କେରାନାରେ ଆକ୍ରାନ୍ତ ହୋଇଥିବା ଦେବାଶିଷଙ୍କ ଅବସ୍ଥା ଏବେ ଗୁରୁତର ରହିଛି ।

ସୂଚନା ଥାଉକି, ଡା. ପାଣିଗ୍ରାହୀଙ୍କୁ ମେ ୨୯ରେ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସିତ ହେବାର ଦୁଇ ଦିନ ପରେ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ବିଗିଡି ଯାଇଥିଲା। ସେ ଆଇସିୟୁରେ ଥିଲେ ଏବଂ ପରେ ଏକ ଭେଣ୍ଟିଲେଟର ଲଗାଯାଇଛି ।

ତାଙ୍କର ଅମ୍ଳଜାନ ସ୍ତର କ୍ରମାଗତ ଭାବରେ ହ୍ରାସ ପାଉଛି ଏବଂ କୈଣସି ଉନ୍ନତି ପରିଲକ୍ଷିତ ହେଉନାହିଁ । ଡାକ୍ତରୀ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ତାଙ୍କୁ କରୋନା ସଂକ୍ରମଣ ପାଇଁ ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି।

Share

Leave a Reply

Your email address will not be published. Required fields are marked *

4 × 1 =