ବୈଜୟନ୍ତଙ୍କ ଗିରଫ ଦାବିରେ ବିଧାନସଭା କମ୍ପିଲା

ଭୁବନେଶ୍ୱର—ଚିଲିକାର ନୋ ଫ୍ଲାଇଙ୍ଗ ଜୋନ୍ରେ ପୁର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିଜ ହେଲିକ୍ୟାପଟର ଉଡାଇଥତବା ଘଟଣାକୁ ନେଇ ଆଜି ବିଧାନସଭାରେ ହୁଲୁସ୍ଥୁଲୁ ପରିସ୍ଥିତି ସୃଷ୍ଟି ହୋଇଥିଲା । ସାସକ ବିଜେଡି ଦଳର ବିଧାୟକ ମାନେ ଏହି ପ୍ରସଙ୍ଗ ଉଠାଇ ଗୃହରେ ହଟଗୋଳ ସୃଷ୍ଟିକରିବା ସହିତ ଶ୍ରୀପଣ୍ଡା ଓ ତାଙ୍କ ସହିତ ଯାଇଥିବା ତାଙ୍କ ବନ୍ଧୁ ଅଭିଜିତ ଆୟାରଙ୍କୁ ଗିରଫ କରିବାପାଇଁ ଦାବିକରି ପ୍ଲାକାର୍ଡମାନ ଦେଖାଇଥିଲେ ଏଥିସହିତ ବିଜେପି ସମବାୟ ଦୁର୍ନୀତି ଏବଂ କଂଗ୍ରେସ ଅନ୍ୟାନ୍ୟ ସମସ୍ୟା ନେଇ ଅନୁରୁପ ଭାବେ ହଟଗୋଳ ସୃଷ୍ଟି କରିଥିଲେ । ଯାହାଫଳରେ ବିଧାନସଭା କାର୍ଯ୍ୟରେ ଅଚଳ ଅବସ୍ଥା ସୃଷ୍ଟି ହୋଇଥିଲା ବାଚସ୍ପତି ଗୃହକୁ ମୁଲତବି ରଖିବାକୁ ବାଧ୍ୟ ହୋଇଥିଲେ ।
ବିଜେଡି ସଦସ୍ୟମାନେ ବୈଜୟନ୍ତ ପଣ୍ଡା ଓ ଅଭିଜିତ ଆୟାରଙ୍କ ଗିରଫ ଦାବି ନେଇ ହୋଇଥିବା ପ୍ଲାକାର୍ଡ ଧରି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତୀତଳେ ଧାରଣା ଦେଇ ବସିଥିଲେ ।ସେମାନଙ୍କର ଅଭିଯୋଗ ଥିଲା ଯେ ବୈଜୟନ୍ତ ପଣ୍ଡା ତାଙ୍କ ନିଜ ହେଲିକ୍ୟାପଟରେ ତାଙ୍କ ସାମ୍ବାଦିକ ବନ୍ଧୁ ଅଭିଜିିତ ଆୟାର ଏବଂ ଆରତୀ ଟିକୁ ସିଂଙ୍କୁ ଧରି କେବଳ ଚିଲିକା ଉପରେ ନୁହେଁ ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିର ଉପରେ ମଧ୍ୟ ସେମାନେ ଚକର କାଟିଥିଲେ । ଏଥିସହିତ ଅଭିଜିତ ଆୟାର ଏସମ୍ପର୍କରେ ତାଙ୍କ ନିଜ ଫେସବୁକ ଓ ଟୁଇଟ୍ରରେ ଭିଡିଓ ଭାଇରାଲ କରି ଗର୍ହିତ କାର୍ଯ୍ୟ କରିଛନ୍ତି ତେଣୁ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

one + one =