କରୋନା ପାଇଁ ବିଏମସିର ନୂଆ ପଦକ୍ଷେପ

ଭୁବନେଶ୍ୱର() କରୋନା ମହାମାରୀ ମୁକାବିଲା ପାଇଁ ବିଏମସି ଓ ବିଡ଼ିଏ ପକ୍ଷରୁ ୩ଟି ଟିମ୍ ଗଠନ ହୋଇଛି । ଆଉ ଏଥିପାଇଁ ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ବିଏମସି କମିସନର୍ । ସିନେମା ହଲ, ସ୍କୁଲ, ଜିମ୍ ବନ୍ଦ ପାଇଁ ଦିଆଯାଇଥିବା ନିର୍ଦ୍ଦେଶ, ଠିକରେ ପାଳନ ହେଉଛି କି ନାହିଁ, ତାହାକୁ ଏହି ଟିମ୍ ତଦାରଖ କରିବେ ।

କରୋନା କାୟାରୁ ମୁକୁଳିବା ପାଇଁ ଲୋକେ ଏବେ ମାସ୍କ ଓ ସାନିଟାଇଜର ଲୋକେ ବହୁଳ ବ୍ୟବହାର କରୁଛନ୍ତି । ଏପରିସ୍ଥଳେ କିଛି ଲାଭଖୋର ଦୋକାନୀ ଅଧିକ ଟଙ୍କା ନେଇ ମାସ୍କ ଓ ସାନିଟାଇଜର ବ୍ରିକି କରୁଛନ୍ତି । ମାସ୍କ ଓ ସାନିଟାଇଜର କଳାବଜାରକୁ ରୋକିବା ପାଇଁ ଗଠିତ ହୋଇଥିବା ଟିମ୍ ସବୁ ମେଡ଼ିକାଲ ଷ୍ଟୋର ଗୁଡ଼ିକ ଉପରେ ଅଚାନକ ଚଢ଼ାଇ ହେବ । ବିଏମସି ଓ ବିଡ଼ିଏ ପକ୍ଷରୁ ଗଠନ ହୋଇଥିବା ଟିମରେ ଥିବା ଅଧିକାରୀମାନେ ଆକ୍ସନ ନେବେ ।

Share

Leave a Reply

Your email address will not be published. Required fields are marked *

4 × three =