ମା’ ହେଲା ବିଜୟା

ବାଘୁଣୀ ‘ବିଜୟା’ ଜନ୍ମ ଦେଇଛି ୨ଟି ଶାବକ। ଆଜି ସକାଳ ୭ଟା ୫ ମିନିଟ୍ ଓ ୮ଟାରେ ପିଲା ଦୁଇଟି ଜନ୍ମ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ଧଳାବାଘ ଓ ଅନ୍ୟଟି ସାଧାରଣ।
ବର୍ତ୍ତମାନ ବାଘ ଛୁଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ରହିଛି। ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ-ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ।ଗତ ଜୁନ୍ ମାସରେ ବାଘ ରୋଶନ୍ ଓ ବାଘୁଣୀ ବିଜୟାର ମିଳନ ହୋଇଥିଲା। ସେମାନଙ୍କ ମିଳନରୁ ଏହି ଦୁଇ ଛୁଆ ଜନ୍ମ ହୋଇଛନ୍ତି। ଦୁଇ ବାଘ ଛୁଆଙ୍କ ଜନ୍ମ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮ରେ ପହଞ୍ଚିଛି। ନବଜାତ ବାଘ ଛୁଆଙ୍କ ବ୍ୟତୀତ ବର୍ତ୍ତମାନ ନନ୍ଦନକାନନରେ ୮ଟି ଧଳାବାଘ, ୨ଟି କଳାବାଘ ଓ ୧୪ଟି ସାଧାରଣ ମହାବଳ ବାଘ ଅଛନ୍ତି।ବର୍ତ୍ତମାନ ମାଆ ବିଜୟା ଓ ଦୁଇ ଛୁଆଙ୍କ ଉପରେ ସତର୍କ ନଜର ରଖାଯାଇଛି।

Share

Leave a Reply

Your email address will not be published. Required fields are marked *

19 − 14 =