କେନ୍ଦ୍ରଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା କେବଳ ଋଣ ବିକ୍ରି ବିଜ୍ଞାପନ- ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର() ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ  ଶୁଣିନିଜର ପ୍ରତିକ୍ରିୟା ପ୍ରକାଶ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି  ନିରଞ୍ଜନ ପଟ୍ଟନାୟକ  ଏକପ୍ରେସ ବାର୍ତା ମାଧ୍ୟମରେ କହିଛନ୍ତି ଯେ, ଏହା ଅତ୍ୟନ୍ତ ହତାଶ ଓ ଏହି ଘୋଷଣା ଏକ ୠଣ ବିକ୍ରି ବିଜ୍ଞାପନ। ଏହାଦ୍ୱାରା ଓଡ଼ିଶା ରାଜ୍ୟର କ’ଣ ବିକାଶ ହେବ ବା ଜନସାଧାରଣ କି ଉପକୃତ ହେବେ ତାହା ମୁଁ  ବୁଝିପାରୁନାହିଁଏବଂ କୃଷକ ଓ ମଧ୍ୟବିତଙ୍କ ପରିବାର ପାଇଁ କୌଣସି ସୁବିଧା ନାହିଁ । ଏହା ଦ୍ୱାରା କେବଳ  ମୁଷ୍ଟିମେୟରାଜ୍ୟ ଗୁଜୁରାଟ ଓ ମହାରାଷ୍ଟ୍ର ଇତ୍ୟାଦି ରାଜ୍ୟମାନେ ଉପକୃତ ହେବେ । ଆଜି ଇପିକଲ ଏବଂ ଓ.ଏସ୍‌.ଏଫ୍‌.ସି. ବନ୍ଦ ହେବାର କାରଣ କ’ଣ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କଲେ ପ୍ରକୃତ ତଥ୍ୟ ଜାଣି ପାରିବେ । 

ଖାଲି ବିବୃତି ଦେଲେ ନିଯୁକ୍ତି ହୋଇଯିବ ନାହିଁ କି ବେକାରୀ ସଂଖ୍ୟା କମି ପାରିବ ନାହିଁ । ରାଜ୍ୟରେ ଯେହେତୁ ଅଧିକ ପ୍ରବାସୀ ଓଡ଼ିଶା ବାହାରେ ଅଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆ, ଶ୍ରମିକ ତଥା ଓଡ଼ିଶାର ସ୍ୱାର୍ଥ ପାଇଁ କେନ୍ଦ୍ରକୁ ସ୍ୱତନ୍ତ୍ର ପ୍ୟାକେଜ ମାଗନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ସେହିଭଳି ରାଜ୍ୟରେ ଚାଲିଥିବା କରୋନା କେନ୍ଦ୍ର ଘୋର ଅବ୍ୟବସ୍ଥା ମଧ୍ୟରେ ଚାଲୁଛି । ସରକାର ଏଥିରେ ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ସାମିଲ କରନ୍ତୁ ।

କଂଗ୍ରେସ ଦଳ ସହଯୋଗର ଯେତେ ପ୍ରସ୍ତାବ ଦେଲେ ମଧ୍ୟ ରାଜ୍ୟ ସରକାର ଗ୍ରହଣ କଲେ ନାହିଁ କି ଆଲୋଚନା ପାଇଁ ମୁଖ୍ୟ ଶାସନ ସଚିବ ମଧ୍ୟ କଂଗ୍ରେସ ଦଳକୁ ସମୟ ଦେଲେ ନାହିଁ, ଠିକ୍ ଅଛି । କିନ୍ତୁ ନିଜ ଦଳରେ ବହୁ ନେତା, ସାଂସଦ ଓ ବିଧାୟକ ଥିବାବେଳେ ସେମାନଙ୍କୁ ମଧ୍ୟ ସାମିଲ କରୁନାହାନ୍ତି । ଖାଲି କିଛି ଉଚ୍ଚପଦସ୍ଥ ଅଫିସରଙ୍କୁ ନେଇ କାର୍ଯ୍ୟ କଲେ କରୋନାକୁ ଠିକ୍ ଭାବେ ମୁକାବିଲା କରିହେବ ନାହି ଁ । ତେଣୁ ମୁଁ ଅନୁରୋଧ କରୁଛି ନିଜ ଦଳର ସାଂସଦ ବିଧାୟକ ମାନଙ୍କୁ ବିଶ୍ୱାସକୁ ନେଇ ଏହି କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସାମିଲ କରନ୍ତୁ । ତାହାଲେ ଅବସ୍ଥାର କିଛି ପରିବର୍ତନ ହେବ । ନଚେତ ଭବିଷ୍ୟତରେ ପରିସ୍ଥିତି ବହୁତ ଭୟାବହ ହେବ ବୋଲି ପ୍ରଦେଶ କଂଗ୍ରେସ କମିଟର ସଭାପତି ଶ୍ରୀ ପଟ୍ଟନାୟକ ଚେତାବନି ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two × 1 =