କରୋନା ମହାମାରୀ ସମୟରେ ଅର୍ଥନୀତିରେ ସୁଧାର ଆଣିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

ଭୁବନେଶ୍ବର()ଆଜି ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ଅଧକ୍ଷତାରେ  କରୋନା  ପରୀପ୍ରେକ୍ଷୀ ଓ ଏହାର ପରବର୍ତ୍ତି  ସମୟରେ ଅର୍ଥନୀତିକୁ ଗତିଶୀଳ କରିବା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା  । ଏହିି ବୈଠକରେେ ଅର୍ଥନୀତିକୁ ମଜବୁତ କରିବା ପାଇଁ ୪ ଟି କ୍ଷେତ୍ରକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କୃଷି ଓ ଗ୍ରାମୀଣ ଅର୍ଥନୀତି, MSME, ଜନସ୍ବାସ୍ଥ୍ୟ, ଶିଳ୍ପ ଓ ପର୍ଯ୍ୟଟନ ରହିବ ଫୋକସରେ ରଖାଯିବା ସହ କରୋନା କୁ ଆଖି ଆଗରେ ରଖି  ଯୋଜନା ପ୍ରସ୍ତୁତ ହେବ । ନୋଡାଲ ଏଜେନ୍ସି ଭାବେ କାମ କରିବ ନବ କୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା ପରିଷଦ। ଏହା ସହ ଅର୍ଥନୈତିକ ବିଶାରଦ, ସାମାଜିକ କର୍ମୀ, ଯେଉଁମାନଙ୍କ ଏ କ୍ଷେତ୍ରରେ ପାରଦର୍ଶିତା ଅଛି ସେମାନଙ୍କ ପରାମର୍ଶ ନିଆଯିବ। କରୋନା ମହାମାରୀ ସମୟରେ ଅର୍ଥନୀତି ରେ ସୁଧାର ଆଣିବାପାଇଁ ପଦକ୍ଷେପ ନିଆଯିବ ବୋଲି ବୈଠକ ପରେ ସୂୂଚନା ଦେଇଛନ୍ତି ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ।

Share

Leave a Reply

Your email address will not be published. Required fields are marked *

three + seventeen =