ହଲିଉଡକୁ ଏଣ୍ଟ୍ରି କରିବେ ଏହି ହଟ ଅଭିନେତ୍ରୀ

ମୁମ୍ବାଇ() ହଲିଉଡ୍ରେ ଏଣ୍ଟ୍ରି କରିବାକୁ ଯୋଜନା କରୁଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ଏଥିପାଇଁ ସେ ହଲିଉଡ୍ରେ ଜଣେ ଏଜେଣ୍ଟ ଖୋଜୁଛନ୍ତି, ଯିଏ କି ତାଙ୍କୁ ଏଥିରେ ସାହାଯ୍ୟ କରିପାରିବେ।

ଏପରିକି ଆଲିଆ ଏବେ ଇଣ୍ଟରନ୍ୟାସ୍ନାଲ୍ ଅଡିସନ୍ ଓ କାଷ୍ଟିଂ ବିଷୟରେ ଅପଡେଟ୍ ରହିବା ପାଇଁ ହଲିଉଡ୍ରେ ଜଣେ ମ୍ୟାନେଜର ବି ଖୋଜୁଥିବା ଖବର ମିଳିଛି। ଅଞ୍ଜୁଲା ଆଚାରିଆଙ୍କ ଭଳି ଜଣେ ଯୋଗ୍ୟ ମ୍ୟାନେଜର ଓ ଇଣ୍ଟରନ୍ୟାସନାଲ୍ ସେଲେବ୍ରିଟି ଏଜେଣ୍ଟ ଖୋଜୁଛନ୍ତି ଆଲିଆ। ଅଞ୍ଜୁଲା ହିଁ ପ୍ରିୟଙ୍କାଙ୍କୁ ହଲିଉଡ୍ରେ ଏଣ୍ଟ୍ରିରେ ସାହାଯ୍ୟ କରିଥିଲେ।

ଆଲିଆଙ୍କ ହାତରେ ବର୍ତ୍ତମାନ ବଲିଉଡ୍ର କିଛି ବଡ଼ ବଡ଼ ପ୍ରୋଜେକ୍ଟ ରହିଛି। ତାଙ୍କର ଅପ୍କମିଂ ଫିଲ୍ମ ହେଉଛି ‘ବ୍ରହ୍ମାସ୍ତ୍ର’, ଯାହା ଆସନ୍ତା ମାସରେ ରିଲିଜ୍ ହେବ। ଏଥିରେ ତାଙ୍କ ସହିତ ରଣବୀର କପୁର ମଧ୍ୟ ଅଛନ୍ତି।

Share

Leave a Reply

Your email address will not be published. Required fields are marked *

four × two =