ପ୍ରଣବଙ୍କ ନେତୃତ୍ୱରେ ବିଜେଡିରେ ଯୋଗଦେଲେ ଉଦଳା ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର () ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଉଦଳା ବ୍ଲକ ଅଧ୍ୟକ୍ଷା ବିଜେପିର କାର୍ମୀ ମୁର୍ମୁ, ଥୁମ୍ପୁ ମୁର୍ମୁ, ବାହୁବନ୍ଧ ପଞ୍ଚାୟତ ବିଜେପି ସଭାନେତ୍ରୀ ପୁଷ୍ପଲତା ଦାସ, ପାଟଶାଣୀପୁର ପଞ୍ଚାୟତ ବିଜେପି ସଭାପତି ବୀର ସିଂହ, ପୂର୍ବତନ ସମିତି ସଭ୍ୟା ଝୁନୁମଣୀ ନାଏକଙ୍କ ସମେତ ଉଦଳା ବ୍ଲକର ୫୦ରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ନବୀନ ନିବାସ ଆସି ସଭାପତିଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତଙ୍କୁ ମାନ୍ୟବର ସଭାପତି ପଟ୍ଟନାୟକ ସ୍ୱାଗତ କରିବା ସହ କହିଛନ୍ତି ଯେ ଆଜି ବିଜୁ ଜନତା ଦଳରେ ଉଦଳା ବ୍ଲକର ବହୁ ବିଜେପି ଓ କଂଗ୍ରେସ କର୍ମୀ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ମୟୂରଭଞ୍ଜ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ । ଏହି ଯୋଗଦାନ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍, ନବୀନଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସ, ପୂର୍ବତନ ଜିଲ୍ଲା ପରିଷଦ ଯୁଗଳ ମୁର୍ମୁଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

twelve − eleven =