ଅଶରୀରୀଙ୍କୁ ତୃପ୍ତ କରିବାକୁ କରାଯାଏ ‘ଚିୟର୍ସ’

ଆପଣ ଜାଣିଛନ୍ତି କି ଚିୟର୍ସର ଅର୍ଥ କ’ଣ ଓ କେବେଠୁ ଆସିଛି ଆମ ସଭ୍ୟତାରେ। ଅଷ୍ଟାଦଶ ଶତାବ୍ଦୀରୁ ଉତ୍ସାହ ଉଦ୍ରେକ ଉଦ୍ଦେଶ୍ୟରେ କୃତଜ୍ଞତା ଲାଗି ବ୍ୟବହୃତ ହୋଇ ଆସୁଥିବା ଏହି ଶବ୍ଦ ମୂଳ ଫରାସୀ ‘ଚେରି’ରୁ ଆସିଛି ଯାହାର ଅର୍ଥ ‘ମୁହଁ’ ବା ‘ମୁଣ୍ଡ’ ।

କୌଣସି ସାମୂହିକ କାର୍ୟ୍ୟକ୍ରମରେ ଦୈହିକ ଭାବେ ପାନ ପାତ୍ର ସ୍ପର୍ଷ କରି ଆମେ କଲ୍ୟାଣ କାମନାରେ ଆମର ଉପସ୍ଥିତି ଜାହିର କରେ। ଏହାର ଅନ୍ୟ ଏକ କାରଣ ବି ରହିଛି ତାହା ହେଉଛି ଆତ୍ମାଙ୍କ ସନ୍ତୁଷ୍ଟି। ପାନପାତ୍ର ପରସ୍ପର ଧକ୍କା ଲାଗିବା ବେଳେ କିଛି ପାନୀୟ ତଳେ ଢାଳି ହୋଇଯାଏ। ଅଶରୀରମାନେ ସେଥିରୁ ତୃପ୍ତ ହୁଅନ୍ତି ବୋଲି ମଧ୍ୟଯୁଗୀୟ ବିଶ୍ୱାସ ରହିଆସିଛି।

ସେହିପରି ଅନ୍ୟ ଏକ କାରଣ ହେଉଛି ପାନୀୟରେ ବିଷ ପ୍ରୟୋଗର ଭୟ ଦୂରକରିବା। ସାଧାରଣତଃ କୌଣସି ସାମୂହିକ କାର୍ୟ୍ୟକ୍ରମରେ ବ୍ୟକ୍ତିଗତ ଆକ୍ରୋଶ ଲାଗି କେହି ପାନୀୟରେ ବିଷ ମିଶ୍ରଣ କରିଥିବାର ବି ଭୟ ଥାଏ। ଏଣୁ ମିଳିତଭାବେ ପାନୀୟ ଗ୍ରହଣ କରିବା ବେଳେ ପାତ୍ରକୁ ପାତ୍ରମାଡ କରିବା ବେଳେ ପାନୀୟ ଚହଲି ପରସ୍ପରର ପାତ୍ରସହ ମିସିଥାଏ। ଏଣୁ ଏହା ଦ୍ୱାରା ପାନିୟରେ ବିଷ ପ୍ରୟୋଗ ଜନିତ ଭୟ ନଥାଏ।

Share

Leave a Reply

Your email address will not be published. Required fields are marked *

two × two =