ଲ୍ୟାଣ୍ଡର ସହ ଯୋଗା ଯୋଗ ବିଚ୍ଛିନ୍ନ

ଶୁକ୍ରବାର ବିଳମ୍ବିତ ରାତ୍ରୀ (ରାତି ୧୨ଟା ପରେ) ଶନିବାର ଗୋଟାଏ ତିରିଶରୁ ୨ଟା୩୦ ମଧ୍ୟରେ ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ଥିଲା । ଚନ୍ଦ୍ର ପୃଷ୍ଟର ୨.୧ କିଲୋମିଟର ଦୂରରୁ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

ବିକ୍ରମ ଲ୍ୟାଣ୍ଡରର ଶେଷ ପର୍ଯ୍ୟାୟରେ ଠିକ୍‌ ଭାବରେ ଅବତରଣ କରୁଥିଲା । ମାତ୍ର ଅନ୍ତିମ ପର୍ଯ୍ୟାୟର ଠିକ୍‌ ଚନ୍ଦ୍ର ପୃଷ୍ଟର ୨.୧ କିଲୋମିଟର ଉପରୁ ଏହା ସହ ସମ୍ପର୍କ ଛିନ୍ନ ହୋଇଛି ।

ସେପଟେ ଇସ୍ରୋ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ବୈଜ୍ଞାନିକଙ୍କ ମନୋବଳକୁ ବୃଦ୍ଧି କରିଥିଲେ ।ମୋଦୀ କହିଛନ୍ତି,ଜୀବନରେ ସଫଳତା ଓ ବିଫଳତା, ଘାତ ପ୍ରତିଘାତ ରହିଛି । ବୈଜ୍ଞାନିକଙ୍କୁ ଉପରେ ଦେଶ ଗର୍ବ କରୁଛି । ଆଗକୁ ପ୍ରୟାସ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 3 =