ରାଜ୍ୟ ବାହାରେ ସାରଥୀ

କଟକ() ଓଡିଶା ବାହାରେ ସାରଥୀ ଓରଫ ସନ୍ତୋଷ ରାଉଳ । ଏହି ସୂଚନା ସାରଥୀଙ୍କ ଓକିଲ ମାନସ କୁମାର ଚାନ୍ଦ ଦେଇଛନ୍ତି । ସେ କହିଛନ୍ତି, ଆଇଓଙ୍କୁ ଜଣାଇ ରାଜ୍ୟ ବାହାରକୁ ଯାଇପାରିବେ । ଯାଇଥିବା ସ୍ଥାନ ଓ ଫୋନ ନମ୍ବର ବା ଠିକଣା ଦେଇ ସାରଥୀ ବାହାରକୁ ଯାଇଛନ୍ତି । ତେବେ ସାରଥୀ ଏବେ କେଉଁ ସ୍ଥାନରେ ଅଛନ୍ତି ତାହା କହିବାକୁ ମନା କରିଛନ୍ତି ମାନସ ।

ଜେଲରୁ ଜାମିନରେ ଆସିବା ପରେ ସାରଥୀ ଗଲେ କୁଆଡେ? ସର୍ତମୂଳକ ଜାମିନରେ ସାରଥୀଙ୍କୁ ବାରିମୂଳ ଯିବାକୁ କୋର୍ଟ ମନା କରିଥିବା ବେଳେ ସାରଥୀ କେଉଁ ଆଡକୁ ଗଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା ।

ମିଳିଥିବା ସୂଚନା ମୁତାବକ, ସାରଥୀ ଏବେ କୋଲକାତାର ଏକ ଅଜ୍ଞାତ ସ୍ଥାନରେ ରହିଛନ୍ତି । ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ସାରଥୀ କୋଲକାତା ଚାଲିଯାଇଥିବା ଚର୍ଚ୍ଚା ହେଉଛି ।

Share

Leave a Reply

Your email address will not be published. Required fields are marked *

thirteen − four =