ସାରଥିଙ୍କୁ ଜାମିନ

କଟକ()  ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କୁ ଆଜି ଗୋଟିଏ ମାମଲାରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ବିରୋଧରେ ସମୁଦାୟ ୩ଟି ମାମଲା ଥିଲା। ଏହି ୩ଟି ମାମଲା ମଧ୍ୟରୁ ଇତିମଧ୍ୟରେ ସେ ଦୁଇଟି ମାମଲାରେ ଜାମିନ ପାଇସାରିଥିଲେ। ଏବେ ଶେଷ ମାମଲାରେ ମଧ୍ୟ ଜାମିନ ମିଳିବା ଯୋଗୁଁ ସେ ବାହାରକୁ ବାହାରିବା ରାସ୍ତା ଖୋଲିଛି।

ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା’-ଝିଅଙ୍କ ପକ୍ଷରୁ ୩ୟ ମାମଲା ଦାୟର ହୋଇଥିଲା। ତେବେ ଏହି ମାମଲାରେ ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ସର୍ତମୂଳକ ଜାମିନ୍ ମିଳିଛି । ଏହା ସହ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ ହାଇକୋର୍ଟ ସାରଥୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

17 − twelve =