ଭାରତରେ 10ରୁ 7 ମହିଳା ରଖୁଛନ୍ତି ଅନୈତିକ ସମ୍ପର୍କ, କାହିଁକି ଜାଣନ୍ତୁ …

ନୂଆଦିଲ୍ଲୀ () : ଭାରତରେ ୧୦ ଜଣରୁ ୭ଜଣ ମହିଳା ସେମାନଙ୍କ ସ୍ବାମୀଙ୍କୁ ଧୋକା ଦେଇଥାନ୍ତି । ଏକ ସାମାଜିକ ସଂଗଠନ ଓ ମ୍ୟାନେଜମେଣ୍ଟ କଲେଜ ତରଫରୁ ହୋଇଥିବା ସର୍ଭେରୁ ଏହା ଜଣାପଡିଛି । ଏଥିପାଇଁ ବିଭିନ୍ନ କାରଣ ଦାୟୀ ବୋଲି ସର୍ଭେରେ କୁହାଯାଇଛି । ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ, ବେଙ୍ଗାଲୁରୁ ଆଦି କସ୍ମୋପଲିଟାନ ସହରରେ ଏହି ଧାରା ଅଧିକ ।

ପରିବର୍ତ୍ତିତ ଜୀବନଶୈଳୀ ଓ ମହିଳାମାନେ ଅଧିକ ସ୍ବାଧୀନ ଚେତା ହେବା ଏଭଳି ପରିସ୍ଥିତି ପାଇଁ ମୁଖ୍ୟତଃ ଦାୟୀ  ବୋଲି ସର୍ଭେରୁ ଜଣାପଡିଛି । ଉପରୋକ୍ତ ସହର ଗୁଡିକରୁ ପାଖାପାଖି ୧୦ହଜାର ମହିଳାଙ୍କ ସାମ୍ପୁଲ ସର୍ଭେରୁ ଏହି ତଥ୍ୟା ସାମ୍ନାକୁ ଆସିଛି । ପ୍ରେମ ବିବାହ ହେଉ ବା ପ୍ରସ୍ତାବିତ ବିବାହ ଉଭୟ କ୍ଷେତ୍ରରେ ସମାନ ପରିସ୍ଥିତି ବୋଲି ମଧ୍ୟ ଜଣାପଡିଛି । ସର୍ଭେରେ ସାମିଲ ହୋଇଥିବା ୧୦ହଜାର ସାମ୍ପୁଲ ମଧ୍ୟରୁ ୪୯୩୮ ଜଣ ପ୍ରେମ ବିବାହ କରିଥିବା ମହିଳାଙ୍କ ମତାମତ ଆଧାରରେ ଏହି ନିଷ୍କର୍ସ ପ୍ରକାଶ ପାଇଛି । ସ୍ବାମୀଙ୍କୁ ଧୋକା ଦେବା ପାଇଁ 10ଟି କାରଣ ଦାୟୀ ।

ସେଗୁଡିକ ହେଲା – ଘର କାମରେ ସ୍ବାମୀ ସହଯୋଗ ନକରିବା, ଘର ବାହାରେ ସ୍ବାମୀଙ୍କର ଗୋପନୀୟ ସଂପର୍କ ରହିବା ସନ୍ଦେହ, କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସ୍ତ୍ରୀକୁ ସ୍ବାମୀ ସମୟ ନଦେବା, ସ୍ତ୍ରୀଠାରୁ ମାସ ମାସ ଧରି ସ୍ବାମୀ ନିଜ କାର୍ଯ୍ୟସ୍ଥଳରେ ଏକାକୀ ରହିବା, ସ୍ବାମୀଙ୍କ ଭିତରେ ସ୍ତ୍ରୀ ନିଜ ପରିକପ୍ଳିତ ମନର ମଣିଷର କୌଣସି ଗୁଣ ନପାଇବା, ସ୍ତ୍ରୀ ଅନ୍ୟ କୁଃସଙ୍ଗ ଦ୍ବାରା ପ୍ରଭାବିତ ହେବା, ନିଃସନ୍ତାନ ରହିବା, ସ୍ବାମୀ ଅତ୍ୟଧିକ ମଦ୍ୟପାନ କରି ଶାରିରୀକ ନିର୍ଯ୍ୟାତନା ଦେବା, ଗୁରୁତ୍ବପୂର୍ଣ୍ଣ ପାରିବାରିକ ନିଷ୍ପତ୍ତିରେ ସ୍ତ୍ରୀକୁ ସାମିଲ ନକରିବା, ହୀନମନ୍ୟତାବୋଧ ଓ ସ୍ତ୍ରୀ ନିଜକୁ ଅସୁରକ୍ଷିତ ମଣିବା ଏବଂ ସହବାସ ସୁଖର ଅଭାବ ।

ଏହିସବୁ ମୁଖ୍ୟ କାରଣ ବ୍ୟତୀତ କିଛି ମହିଳାଙ୍କ ଜୀବନରେ ବିବାହ ପୂର୍ବର ସଂପର୍କ ପୁଣି ଉଜ୍ଜୀବିତ ହେବା କାରଣ ମଧ୍ୟ ଦାୟୀ ବୋଲି ସର୍ଭେରୁ ଜଣାପଡିଛି । ଯେଉଁ ୩ ପ୍ରତିଶତ ମହିଳା ସ୍ବାମୀଙ୍କୁ କୌଣସି ପରିସ୍ଥିତିରେ ଧୋକା ଦେଇନଥାନ୍ତି ସେମାନଙ୍କ ସଂପର୍କରେ ମଧ୍ୟ ବହୁ ରୋଚକ ତଥ୍ୟ ହସ୍ତଗତ ହୋଇଛି । ଏହି ୩ ପ୍ରତିଶତ ମହିଳା ଅତ୍ୟଧିକ ଆତ୍ମାଭିମାନୀ, ଅହଂକାରୀ, ରୁକ୍ଷ ସ୍ବଭାବ ସମ୍ପନ୍ନ ହେବା ସାଙ୍ଗକୁ କିଛି ମହିଳା ଅଧିକ ଆଧ୍ୟାତ୍ମିକବାଦୀ ଓ ଧର୍ମଭୀରୁ ଥିବା ଜଣାପଡିଛି । ଏଥିସହ ଆନୁଗତ୍ୟ, କୃତଜ୍ଞ, ତ୍ୟାଗ ଓ ପ୍ରଚଣ୍ଡ ଭଲପାଇବା ପ୍ରବୃତ୍ତି ସମ୍ପନ୍ନ ମହିଳାମାନେ ଏହି ୩ ପ୍ରତିଶତର ଅନ୍ତର୍ଭୁକ୍ତ ।

ସ୍ବାମୀଙ୍କୁ ଧୋକା ଦେଉଥିବା ୭୦ ପ୍ରତିଶତ ଭିତରୁ ଅର୍ଦ୍ଧାଧିକ ମହିଳା ପରିଣାମକୁ ଭ୍ରୁକ୍ଷେପ କରୁନଥିବା ସର୍ଭେ ବେଳେ ଜଣାପଡିଛି । ଏପରିକି ନିଜ ଇଚ୍ଛାକୁ ଚରିତାର୍ଥ କରିବା ପାଇଂ ଷଡଯନ୍ତ୍ର ଓ ଅପରାଧ ପ୍ରବଣତ ଏମାନଙ୍କ ଭିତରେ ରହିଥିବା ଅନୁଧ୍ୟାନ କରାଯାଇଛି । ଦୈହିକ ଓ ମାନସିକ ସୁଖ ଏମାନଙ୍କ ଜୀବନର ଚରମ ଲକ୍ଷ୍ୟ ।

Share

Leave a Reply

Your email address will not be published. Required fields are marked *

eight − six =