ପୂର୍ବତଟ ରେଳବାଇର ବିଭାଜନକୁ ବିରୋଧ କରି ବିଜେଡିର ବିକ୍ଷୋଭ

ଭୁବନେଶ୍ୱର () ପୂର୍ବତଟ ରେଳବାଇର ମୁଖ୍ୟ ଦପ୍ତର ଆଗରେ ବିଜେଡିର ବିକ୍ଷୋଭ । ବିଜୁ ଜନତା ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନ ପକ୍ଷରୁ ବିଭାଜନକୁ ବିରୋଧ କରି ବିକ୍ଷୋଭ କରାଯାଉଛି । ପୂର୍ବତଟ ରେଳବାଇ ପ୍ରତିବର୍ଷ ରେଳ ବିଭାଗକୁ ୨୦ ହଜାର କୋଟି ଟଙ୍କାର ରାଜସ୍ୱ ଦେଉଛି । ବାରମ୍ବାର କେନ୍ଦ୍ର ରେଳବାଇ ବିଭାଗର ଓଡ଼ିଶା ବିରୋଧୀ ଆଭିମୁଖ୍ୟକୁ ବିଜୁ ଜନତା ଦଳ ଦୃୃଢ ବିରେଧ କରୁଛି । ଏବେ କେନ୍ଦ୍ର ସରକାର ଚକ୍ରାନ୍ତ କରି ପୂର୍ବତନ ରେଳବାଇର ବିଭାଜନ କରି ୱାଲଟିୟର ଡିଭିଜନକୁ ଅଲଗା କରିଛନ୍ତି ।

ପୂର୍ବତଟ ରେଳବାଇ ଅଧିନରେ ଥିବା ଡିଜେଲ ଇଂଜିନ ସେଡ୍ଠାରୁ ଆରମ୍ଭ କରି ୱାଗନ ମେଣ୍ଟେନାନ୍ସ ଫ୍ୟାକ୍ଟ୍ରି ପର୍ୟ୍ୟନ୍ତ ସବୁ ୱାଲଟିୟର ଡିିଜିଜନ ବିଶାଖାପାଟଣାରେ ରହିଛି । ସେହିପରି ବିଶାଖାପାଟଣାରେ ରହିଛି ପୂର୍ବତଟ ରେଳପଥର ସବୁଠାରୁ ବଡ଼ ଇଲେକ୍ଟ୍ରିକ ଇଂଜିନ ସେଡ୍ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ୱାଲଟିୟର ଡିଭିଜନ ସାଉଥ କୋଷ୍ଟ ରେଲୱେର ବିଜୟୱାଡା ଡିଭିଜନରେ ରହିବ । ଫଳରେ ଉଭୟ ପୂର୍ବତଟ ରେଳବାଇ ଓ ଓଡ଼ିଶାର ଅଧିକ କ୍ଷତି ହେବାର ସମ୍ଭାବନା ରହିଛି ।

କେଉଁ ସ୍ବାର୍ଥରେ ଆନ୍ଧ୍ରପ୍ରଦେଶ ପାଇଁ ସ୍ବତନ୍ତ୍ର ଭାବେ ନୂଆ ରେଲବାଇ ଜୋନ ଗଠନ କରାଯାଇଛି । ଯେତେବେଳେ କି ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଗଠିତ ଉଚ୍ଚସ୍ତରୀୟ କମିଟି ଗତ ତିନି ବର୍ଷ ତଳୁ କେବଳ ଆନ୍ଧ୍ରପ୍ରଦେଶ ପାଇଁ ନୂଆ ରେଳବାଇ ଜୋନ ଗଠନ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲା । 16 ମାର୍ଚ୍ଚ 2016ରେ ରେଳ ମନ୍ତ୍ରଣାଳୟ ଦ୍ବାରା ଗଠିତ ଉଚ୍ଚ କ୍ଷମତା ସଂପନ୍ନ କମିଟିର ଏହି ରିପୋର୍ଟକୁ ଦେଖନ୍ତୁ । ସ୍ପଷ୍ଟ ଭାବେ ଏହି ରିପୋର୍ଟରେ ନୂଆ ରେଳବାଇ ଜୋନ ଗଠନ ପ୍ରସ୍ତାକୁ ଖାରଜ କରାଦିଆଯାଇଛି । ହେଲେ 3 ବର୍ଷ ଥରି ଏହି ରିପୋର୍ଟକୁ ଚାପି ରଖାଯିବା ପରେ ହଠାତ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦକ୍ଷୀଣତଟ ରେଳବାଇ ଜୋନ ଗଠନ କରାଯିବାର ଉଦ୍ଦେଶ୍ୟକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି ।

Share

Leave a Reply

Your email address will not be published. Required fields are marked *

9 − 3 =