ବାରଙ୍ଗରୁ ବାହାରିବେ କୁଶଳୀ ଓଡିଆ

ଭୁବନେଶ୍ବର, 16/07 () ବାରଙ୍ଗରେ ପ୍ରତିଷ୍ଠା ହେବାକୁ ଥିବା ଜାତୀୟ କୌଶଳ ତାଲିମ ପ୍ରତିଷ୍ଠାନ (ଏନ୍‍ଏସ୍‍ଟିଆଇ)ରୁ କୁଶଳୀ ଓଡିଆମାନେ ବାହାରିବେ । ଏମାନେ ନିଜେ ସ୍ବାଭିମାନର ସହିତ ବଞ୍ଚିବେ ଓ ରାଜ୍ୟପାଇଁ ବୈଭବ ଆଣିଦେବେ ବୋଲି ପ୍ରତିଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେର କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ ଓଡିଶାର ପିଲାମାନଙ୍କୁ ପ୍ରଶିକ୍ଷିତ କରାଇ, ରୋଜଗାର କ୍ଷମ କରାଇ ତାଙ୍କୁ ସ୍ୱାଭିମାନର ସହ ବଂଚିବାର ରାସ୍ତା ତିଆରି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିବଦ୍ଧ ।

ଓଡିଶା ଭଳି ରାଜ୍ୟର ଭାଗ୍ୟ ପରିବର୍ତନ ହେବ । ଅପାର ଖଣିଜସମ୍ପଦ, ଜଳସମ୍ପଦ, ଉର୍ବର ମାଟିରେ ଓଡିଶା ଭରପୁର ରହିଛି । ଓଡିଶାର ପରିଶ୍ରମୀ ଓ ବୁଦ୍ଧିମାନର ଯୁବକ କିପରି ନିଜର ଅଧିକାରର ସହ ବଂଚିବେ ତାର ସୁତ୍ର ଏହି ପ୍ରତିଷ୍ଠାନରୁ ବାହାରିବ ।

ଆଜି ବାରଙ୍ଗ ଠାରେ ପ୍ରତିଷ୍ଠାନର ଭିତିପ୍ରସ୍ତର କାଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ଏକବିଂଶ ଶତାବ୍ଦୀକୁ ସାମ୍ନାରେ ରଖି ଭାରତ ସରକାରଙ୍କ ପକ୍ଷରୁ ଏପରି ଏକ ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ର ଓଡିଶାରେ ଆରମ୍ଭ କରାଯାଇଛି । ଏହାଦ୍ବାରା ଯେଉଁ ଶିକ୍ଷକ ମାନେ ଆଇଟିଆଇ ସହ ଅନ୍ୟାନ୍ୟ ଦକ୍ଷତା ପାଠ୍ୟକ୍ରମରେ ପାଠ ପଢାଉଛନ୍ତି ସେମାନଙ୍କୁ ଏଥିରେ ତାଲିମ ଦିଆଯିବ । ଉନ୍ନତମାନର ହଷ୍ଟେଲ, ଲାବୋରଟୋରୀ ଏଥିରେ ରହିବେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏଠି ଯେଉଁ ଗୁରୁକୂଳର ଶିଳାନ୍ୟାସ କରାଗଲା ଏଠାରୁ ବିଶୁମହାରଣା ଓ ଧର୍ମପଦ ମାନେ ବାହାରିବେ । ସେମାନେ ଆମ ଅଂଚଳ ପାଇଁ ବୈଭବ ଆଣିଦେବେ । ଭାରତ ସରକାରଙ୍କ ପକ୍ଷରୁ ସ୍ବଳ୍ପକାଳୀନ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଉଛି । ଏହାଦ୍ବାରା ଓଡିଆ ପିଲାମାନେ ଉପକୃତ ହେବେ । ଶ୍ରୀ ପ୍ରଧାନ କହିଛନ୍ତି ଯେ, କାହା ଦାନ, ଦକ୍ଷିଣା ନୁହେଁ ନିଜର ଦକ୍ଷତା ଓ ରୋଜଗାର ଆଧାରରେ ଓଡିଆ ପିଲାମାନେ ସମ୍ମାନର ସହ ବଂଚିବେ ।

ସ୍ବାଭିମାନର ସହ ଜୀବନ ଜୀବିକା ସହ ଅଧିକାରର ସହ ବଂଚିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ କାମ କରାଯାଉଛି । ଓଡିଆ ପିଲାମାନଙ୍କୁ ବିଶ୍ବ ଦରବାରରେ ପହଁଚାଇବାରେ ଏହି ଅନୁଷ୍ଠାନ ସହାୟତ ହେବ । ଏପରି ଅନୁଷ୍ଠାନ ବାରଙ୍ଗରୁ ବିଶ୍ବବଜାରକୁ କୁଶଳୀ ବ୍ୟକ୍ତିମାନଙ୍କୁ ପଠାଇବାରେ ଅଗ୍ରଣୀ ଭୂମିକା ନେବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

Share

Leave a Reply

Your email address will not be published. Required fields are marked *

9 + eighteen =