ଜଳଛତ୍ର ପାଇଁ ଅକ୍ଷମତା ସାଜିନି ବାଧକ …

ଭୁବନେଶ୍ୱର (): ଶାରୀରିକ ଭାବେ ଅକ୍ଷମ ଥିଲେ ମଧ୍ୟ ତାଙ୍କ ଜୀବନର ଲକ୍ଷ୍ୟ ପୂରଣରେ ପ୍ରଣତୀ ସ୍ୱାଇଁ (୪୧) କେବେ ପଛେଇ ନାହାନ୍ତି । ସେ ଜନ୍ମ ପରେ ପରେ ପୋଲିଓ ସଂକ୍ରମଣର ଶିକାର ହୋଇ ମଧ୍ୟ ଏବେ ତୃଷ୍ଣାର୍ତଙ୍କ ଭରସା ପାଲଟିଛନ୍ତି ଭୁବନେଶ୍ୱରର କାରଗିଲ୍ ରାସ୍ତାରେ ଯାହା ପୋଖରୀପୁଟ ଏବଂ ପଲାସପଲ୍ଲୀକୁ ସଂଯୋଗ କରୁଛି ।

କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୦ କିମି ଦୂରରେ ରାଜସ୍ୱ ଗ୍ରାମ ଅଢ଼ାଙ୍ଗ ନିକଟସ୍ଥ ସଂହାଳୋରେ ଜନ୍ମ ନେଇଥିବା ପ୍ରଣତୀ ବର୍ତମାନ ଭୁବନେଶ୍ୱରର ପୁନାମା ଗେଟ୍ ନିକଟରେ ଭଡ଼ାଘରେ ରୁହନ୍ତି । ସମାଜ ସେବାକୁ ଜୀବନର ବ୍ରତ କରିଛନ୍ତି । ଯଦିଓ ପୋଲିଓ ହେତୁ ତାଙ୍କର ବାମ ଗୋଡ଼ଟି ଦୁର୍ବଳ ହୋଇଯାଇଛି । ତେବେ ନିଜର ଭୂମିକା ନିଭାଇବାରେ ସେ ଏହାକୁ କେବେବି ବାଧକ ଭାବେ ଗ୍ରହଣ କରିନାହାନ୍ତି । ପାଟକୁରା ଅଂଚଳର କୋରୁଆ ମହାବିଦ୍ୟାଳୟରରୁ +୩ କଳା ଶିକ୍ଷା ସରିବା ପରେ ପ୍ରଣତୀ ଚିଲିକା ଡେଭେଲୋପମେଂଟ ଅଥରିଟିର ନୂଆ କାର୍ଯ୍ୟାଳୟ ଏବଂ ଶୁଶ୍ରୁଷା ସମ୍ମୁଖରେ ୨୦୧୩ରୁ ଜନସେବା କରିଆସୁଛନ୍ତି । ପ୍ରାରମ୍ଭିକ ପଦକ୍ଷେପରେ ସେଂଟ୍ ଜନ୍ ଆମ୍ବୁଲାନ୍ସ ତାଙ୍କୁ ସହାୟତା କରିଥିଲେ । ତେବେ ବିଗତ ଦୁଇବର୍ଷ ହେବ ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ତାଙ୍କୁ ସହଯୋଗର ହାତ ବଢ଼ାଇଛି ।

ମୁଁ ସେଂଟ୍ଜୋନ୍ ଆମ୍ବୁଲାନ୍ସ ଏବଂ ବିଏମ୍ସି ପାଖରେ ଋଣି । ବର୍ତମାନ ବିଏମ୍ସି ପ୍ରତ୍ୟହ ସକାଳ ୯.୩୦ରୁ ୧୧ଟା ମଧ୍ୟରେ ପାଣି ଯୋଗାଉଛନ୍ତି । ପିଲା ଠାରୁ ବୃଦ୍ଧ ଏବଂ ପଥଚାରୀମାନଙ୍କୁ ପାନୀୟ ଜଳ ଯୋଗାଇବାରେ ମୁଁ ଖୁବ୍ ଆନନ୍ଦିତ ବୋଲି ପଣତୀ କହିଛନ୍ତି ।

ଦଶମ ଶ୍ରେଣୀର ଛାତ୍ର ବିକାଶ ପ୍ରଣତୀଙ୍କୁ ଜଳସେବା ଯୋଗାଇବାରେ ସହଯୋଗ କରିଥାନ୍ତି । ବାତ୍ୟା ଫୋନି ପରେ ବିକାଶ ସେଠାକୁ ଆସ ସହଯୋଗ କରୁନାହାନ୍ତି । ନିଜେ ଏକାକୀ ଜଳସେବା ଶିବିରରେ କାର୍ଯ୍ୟ ଚାଲୁ ରଖିଛନ୍ତି । ଜଣେ ସହଯୋଗୀ ପାଇଲେ ମୁଁ ଖୁବ୍ ଆଗେଇ ପାରନ୍ତି ବୋଲି ସେ କହିଛନ୍ତି ।

ଏପରିଭାବେ ସେବା ଦେଇ ଆସୁଥିବା ଏବଂ ଗ୍ରୀଷ୍ମତାପରେ ଜନତାଙ୍କ ତୃଷ୍ଣା ମେଂଟାଉଥିବା ପ୍ରଣତୀ କହନ୍ତି, କିଛି ଖଳ ଚରିତ୍ର ବ୍ୟକ୍ତି ତାଙ୍କର ଜଳ ପାତ୍ର (ମାଠିଆ) ଇତ୍ୟାଦିକୁ ନେଇଯିବା ତାଙ୍କ ପାଇଁ କଷ୍ଟ ଦାୟକ ହୋଇଛି ।

ପୂର୍ବରୁ ଷ୍ଟିଲ୍ ଗ୍ଲାସ୍ ଇତ୍ୟାଦି ଚୋରି ହୋଇଯାଉ ଥିଲା; ଏବେ ମାଠିଆ ନେଇ ଯାଉଛନ୍ତି; ତଥାପି ମୁଁ ମୋର ସେବା ଦେଇ ଚାଲିବି । ସେମାନେ ଆଉ ମୋ ମାଠିଆ ନ ନିଅନ୍ତୁ, ଆଶାକରେ ସେମାନଙ୍କର ଏହି ବୁଝାମଣା ଆସିବ । କେବଳ ଜଳ ସେବା ନୁହେଁ ପ୍ରଣତୀ ମଧ୍ୟ ଅନ୍ୟାନ୍ୟ ସମାଜ ସେବାରେ ନିଜକୁ ନିୟୋଜିତ ରଖିଥାନ୍ତି । କାରିଗିଲ୍ ରାସ୍ତାର ବୃକ୍ଷରୋପଣ ନିମନ୍ତେ ଆମେ ବିଶ୍ୱ ପରିବେଶ ଦିବସରେ ଯୋଗ ଦେଇଥିଲୁ ।

କେଳା ବସ୍ତି, ପୁନାମା ଗେଟ୍ ନିକଟରେ ଥିବା ସ୍କୁଲରେ ପାଠ ପଢ଼ୁଥିବା ଦୁର୍ଗା ବେହେରା କହନ୍ତି, ପ୍ରଣତୀ ଦିଦି ଜଳ ସେବା ଦେବାରେ ଖୁବ୍ ସିଦ୍ଧ ହସ୍ତ । ସେ ଧର୍ମ କାମ କରୁଛନ୍ତି ।

ତେବେ ବର୍ତମାନ ସୁଦ୍ଧା ବିଏମସି ଇଲାକାରେ ଜଳ ସେବା ଶିବିର କରିଥିବା ସ୍ୱେଚ୍ଛାସେବୀ ସଂଗଠନ ୧୦୩ଟି ଶିବିର କରି ସାରିଛନ୍ତି । ସମୁଦାୟ ୩୯ଟି ୱାଟର ଏଟିଏମ୍ ମଧ୍ୟ ୩୫ଟି କାର୍ଯ୍ୟକ୍ଷମ ହୋଇସାରିଛି ।

Share

Leave a Reply

Your email address will not be published. Required fields are marked *

nineteen − 16 =