ଶାହାଙ୍କ ଗସ୍ତ ସମୟରେ ବିଜେପିରେ ମିଶିବେ ବୈଜୟନ୍ତ

ଭୁବନେଶ୍ବର (ନିପ୍ର) ଖୁବଶୀଘ୍ର ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବେ  । ଅପେକ୍ଷା କେବଳ ଅମିତ ସାହାଙ୍କ ଆଗମନକୁ  । ବିଜେପିରେ ଯୋଗ ଦେବା ସହ ସେ କଟକ ଲୋକସଭା କ୍ଷେତ୍ରରୁ ଦଳୀୟ ଟିକେଟରେ ନିର୍ବାଚନ ଲଢିବା ଏକ ପ୍ରକାର ସ୍ପଷ୍ଟ ହୋଇଛି  । ଆସନ୍ତା 1 ତାରିଖରେ ଅମିତ ଶାହା ଭୁବନେଶ୍ବର ଗସ୍ତ ଅବସରରେ ସେ ବିଜେପିରେ ମିଶିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡୁଛି  ।

ଆଜି ବିଳମ୍ବିତ ସନ୍ଧ୍ୟାରେ ବୈଜୟନ୍ତ ପଣ୍ଡା କଟକସ୍ଥିତ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ବାସଭବନକୁ ଯାଇଥିଲେ  । ସେଠାରେ ଆନୁଷ୍ଠାନିକ ଭାବେ ବୈଜୟନ୍ତ ବିଜେପିରେ ଯୋଗ ଦେବା ପୂର୍ବରୁ ଏକ ଅନୌପଚାରିକ ବୈଠକ ହୋଇଥିଲା  । ବୈଠକରେ ସମୀର ଦେଙ୍କ ସହ କଟକ ବିଜେପିର ବହୁ ନେତା ଉପସ୍ଥିତ ଥିଲେ  । ବୈଜୟନ୍ତଙ୍କୁ ସମୀର ଦେ ସମ୍ବର୍ଦ୍ଧିତ କରିଥିଲେ  ।

ଏ ସଂପର୍କିତ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି  । ଫଟୋରେ କଟକ ବିଜେପି ନେତାମାନେ ବୈଜୟନ୍ତଙ୍କୁ ସମ୍ବର୍ଦ୍ଧିତ କରୁଥିବା ବେଳେ ସମୀର ଦେ ସଭା ପରିଚାଳନା କରୁଛନ୍ତି । ଏହି ଫଟୋକୁ ନେଇ ଏବେ ରାଜନୈତିକ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ବେଳେ ବୈଜୟନ୍ତ ବିଜେପିରେ ମିଶିବାର ବାଟ ପରିସ୍କାର ହୋଇଯାଇଥିବା ଆପାତତଃ ସ୍ଥିର ।

Share

Leave a Reply

Your email address will not be published. Required fields are marked *

sixteen − 9 =