ବିଜେପି-ବିଜେଡି ମ୍ୟାଚ ଫିକ୍ସିଂ: ତାରା

ଭୁବନେଶ୍ବର()  ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନୀତି ଜୋର ଧରିଛି । ପାଟକୁରା ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ତାରା କହିଛନ୍ତି, ପାଟକୁରା ନିର୍ବାଚନ ପାଇଁ ବିଜେପି-ବିଜେଡି ମଧ୍ୟରେ ଫିକ୍ସିଂ ହୋଇଛି । ଖାଲି ସେତିକି ନୁହେଁ ତାରା ଆହୁରି କହିଛନ୍ତି, ବିଜୟ ମହାପାତ୍ରଙ୍କୁ ନଜିତାଇବା ପାଇଁ ସେମାନଙ୍କ ମଧ୍ୟରେ ଫିକ୍ସିଂ ହୋଇଛି ।

ଅନ୍ୟପଟେ ଏହାର ପ୍ରତିକ୍ରିୟା ରଖିଛନ୍ତି ରଖିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲା ବିଜେଡି । ପାଟକୁରା ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବାରେ ବାଧା ନାହିଁ । ଲୋକେ କାହାକୁ ଜିତାଇବେ ମନ ସ୍ଥିର କରିସାରିଲେଣି । ଦକ୍ଷ ପ୍ରତିନିଧିଙ୍କୁ ପଠାଇବା ପାଇଁ ପାଟକୁରାବାସୀ ନିଷ୍ପତ୍ତି ନେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × three =