ବିରୋଧୀ ଦଳ କେବଳ ନୟାଗଡ ଘଟଣାରେ ନିଜକୁ ବାନ୍ଧିରଖି ଗୃହରେ ଅଚଳାବସ୍ଥା ସୃଷ୍ଟି କରୁଛନ୍ତି

ଭୁବନେଶ୍ୱର() ବିରୋଧୀ ଦଳ କେବଳ ନୟାଗଡ ଘଟଣାରେ ବାନ୍ଧି ହୋଇ ରହି ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ବଜେଟ ଆଲୋଚନାକୁ ଯେଭଳି ବନ୍ଦ କରୁଛନ୍ତି ସେଥିରୁ ବିରୋଧୀ ଦଳ ଏଥିପାଇଁ ପିକ୍ସିଂ କରିଛି ବୋଲ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି । ଶ୍ରୀ ମିଶ୍ର କାହାରି ନାଁ ନନେଇ ସିଧାସଳଖ ବିଜେପି ଆଡକୁ ଆଙ୍ଗୁଳି ନିଦେ୍ର୍ଧଶ କରିଛନ୍ତି ।

ଆଜି ବିଧାନସଭାର ଅଚଳାବସ୍ଥା ସମ୍ପର୍କରେ ବିବୃତି ରଖି ଶ୍ରୀ ମିଶ୍ର କହିଛନ୍ତି ଯେ, ନୟାଗଡ ଘଟଣାର ଏସଆଇଟି ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ଏସମ୍ପର୍କରେ ଯେଉଁ ସ୍ପଷ୍ଟିକରଣ ଦେଇଛନ୍ତି ସେଥିରେ ଏସଆଇଟି ତଦନ୍ତ ନିୟମ ଅନୁଯାୟୀ କରାଯାଉଛି ଏବଂ ହାଇକୋର୍ଟ ଦ୍ୱାରା ଏସଆଇଟି ଗଠନ ହେବ ଏଥିରେ କୌଣସି ସନେ୍ଦହ ନାହିଁ । ଏହା ଏକ ଯଥାର୍ଥ ପଦକ୍ଷେପ ଏବଂ ଏଥିରେ ଶ୍ରୀ ମିଶ୍ର ନିଜେ ସନ୍ତୁଷ୍ଟ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ତାଙ୍କର ଯାହା ରାଜନୈତିକ ଅଭିଜ୍ଞତା ରହିଛି ଓ ବିଧାନସଭାର ଯେଉଁ ପରାମ୍ପରା ବା ଇତିହାସ ରହିଛି ସେଥିରେ କେବେ କୌଣସି ସମୟରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ଭଳି ଆଲୋଚନାକୁ ବନ୍ଦ ରଖାଯାଏ ନାହିଁ ।

ଏହି ଆଲୋଚନା କରାଗଲେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପର୍ଯ୍ୟନ୍ତ ସବୁ ବିଷୟରେ ଆଲୋଚନା କରିବାର ପର୍ଯ୍ୟପ୍ତ ସୁଯୋଗ ରହିଛି । ରାଜ୍ୟରେ ହାଜତ ମୃତ୍ୟୁ ଠାରୁ ଆରମ୍ଭ କରି ପୋଲିସର ଅପାରଗତା ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇ ପାରନ୍ତା । କିନ୍ତୁ ବିରୋଧୀ ଦଳ କେବଳ ନୟାଗଡ ଘଟଣାରେ ନିଜକୁ ବାନ୍ଧିରଖି ଗୃହରେ ଅଚଳାବସ୍ଥା ସୃଷ୍ଟି କରୁଛନ୍ତି । କେଉଁ ବିରୋଧୀ ଦଳ ବୋଲି ସମ୍ବାଦିକ ମାନେ ପ୍ରଶ୍ନ କରିବାରୁ ସେ କାହାରି ନାଁ ନନେଇ ଯେଉଁମାନେ ବିଧାନସଭାରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି କହି ବିଜେପି ଆଡକୁ ଇଙ୍ଗିତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

9 − six =