ଜମ୍ମୁରେ କର୍ମୀଙ୍କୁ ନିର୍ବାଚନୀ ମନ୍ତ୍ର ଦେଲେ ଶାହା

ଜମ୍ମୁ (): ବିଜେପି ଅଧ୍ୟକ୍ଷ ଅମିତ ଶାହା ଜମ୍ମୁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି  । ରାଜ୍ୟରେ ବିଜେପି ଏବଂ ପିଡିପି ମେଂଟ ଭାଙ୍ଗିବା ପରେ ଏହା ହେଉଛି ଅମିତ ଶାହାଙ୍କ ପ୍ରଥମ ରାଲି  । ଏହି ରାଲିରେ ଅମିତ ଦଳୀୟ ନେତାଙ୍କୁ ସାକ୍ଷାତ କରିବା ସହ ୨୦୧୯ ନିମନ୍ତେ ବିଜୟୀ ମନ୍ତ୍ର ଦେଇଥିଲେ । ରାଷ୍ଟ୍ରହିତର କୌଣସି ପ୍ରସଙ୍ଗ ସହ ସାଲିସ କରାଯିବ ନାହିଁ ବୋଲି କହିଛନ୍ତି ଅମିତ । ସେ ଦଳର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଲିଦାନ ଦିବସ ଉପଲକ୍ଷେ ଜମ୍ମୁ ଗସ୍ତ କରିଛନ୍ତି  ।

ରାଲି ପୂର୍ବରୁ ଅମିତ ଶାହା ଦଳର ନେତାଙ୍କ ସହ ବୈଠକ କରିଥିଲେ  । ଏବି ବୈଠକରେ ୨୦୧୯ ଲୋକସଭା ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା  । କୌଣସି ପରିସ୍ଥିତିରେ ରାଷ୍ଟ୍ରହିତ ପ୍ରସଙ୍ଗ ସହ ସାଲିସ୍ କରାଯିବ ନାହିଁ ବୋଲି କହିଛନ୍ତି ଅମିତ । ଜାତୀୟ ସମସ୍ୟା ବିଜେପି ପାଇଁ ସର୍ବଦା ଗୁରୁତ୍ବପୂର୍ଣ୍ଣ ରହିଥିବା ସେ କହିଛନ୍ତି  । କାର୍ଯ୍ୟକର୍ତାଙ୍କୁ ୨୦୧୯ର ମନ୍ତ୍ର ଦେବା ପରେ ଅମିତ ଆରଏସଏସ କାର୍ଯ୍ୟାଳୟକୁ ଯାଇଥିଲେ  ।

ଏହି ରାଲିରେ ରାଜ୍ୟ ବିଜେପି ଅଧ୍ୟକ୍ଷ ରବିନ୍ଦ୍ର ରୈନା କଂଗେସକୁ କଡା ସମାଲୋଚନା କରିଛନ୍ତି  । କଂଗ୍ରେସୀ ହାତ ସଦା ବେଳେ ପାକିସ୍ତାନ ତଥା ବିଛିନ୍ନତାବାଦୀଙ୍କ ସହ ରହିଥିବା ସେ କହିଛନ୍ତି  । ସୂଚନାଯୋଗ୍ୟ କି, ପିଡିପି ସହ ମେଂଟ ଭାଙ୍ଗିବା ପରେ ଏହା ହେଉଛି ଅମିତ ଶାହାଙ୍କ ପ୍ରଥମ ରାଜନୈତିକ କାଶ୍ମୀର ଗସ୍ତ  । ଏହି ଗସ୍ତ ଆଗାମୀ ଦିନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି  । ପିଡିପି ହାତ ଛାଡି ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ଏକା ଲଢିବା ପାଇଁ ନିଜ ସଙ୍ଗଠନ ମଜବୁତ କରୁଥିବା ଚର୍ଚ୍ଚା ହେଉଛି  ।

Share

Leave a Reply

Your email address will not be published. Required fields are marked *

two × one =