ରାଜ୍ୟ

ଭୁବନେଶ୍ବରରେ ପୁଣି ବୀଭତ୍ସ ହତ୍ୟାକାଣ୍ଡ

ରକ୍ତ ରଞ୍ଜିତ ହେଲା ରାଜଧାନୀ । ଭୁବନେଶ୍ବରରେ ପୁଣି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଣେ ଦୋକାନୀଙ୍କୁ ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତକଙ୍କ ମୁଣ୍ଡକୁ ଦୁବୃର୍ତ୍ତ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ।

ଏହି ଘଟଣା ଲିଙ୍ଗରାଜ ଥାନା ଅନ୍ତର୍ଗତ ଗ୍ୟାରେଜ ଛକ ଗାୟତ୍ରୀ ବସ୍ତି ନିକଟରେ ଘଟିଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ନାମ ଜିତୁ କାଣ୍ଡି ବୋଲି ଜଣାପଡ଼ିଛି । ତାଙ୍କ ଘର ଶିଶୁପାଳ ଅଞ୍ଚଳରେ ହୋଇଥିବାବେଳେ ସେ ଗ୍ୟାରେଜ ଛକ ନିକଟରେ ବ୍ୟବସାୟ କରୁଥିଲେ । ତେବେ କେଉଁ କାରଣରୁ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Share

Leave a Reply

Your email address will not be published. Required fields are marked *

five × four =