୪୦ ହାଇସ୍କୁଲରେ ଖୋଲିବ ଏକାଦଶ ପାଠ୍ୟକ୍ରମ- ସମୀର ରଞ୍ଜନ ଦାଶ

ଏଣିକି ହାଇସ୍କୁଲରେ ପଢିବେ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏକାଦଶ ଶ୍ରେଣୀ ପାଇଁ ଆରମ୍ଭ ହୋଇଛି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା । ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ହାଇସ୍କୁଲରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ପୂର୍ବରୁ ଘରଠାରୁ ଦୂରକୁ ଯାଇ ଉଚ୍ଚ ମାଧ୍ୟମିକ ଶିକ୍ଷା ଗ୍ରହଣ କରିବାକୁ ପଡୁଥିଲା । ଯେଉଁଥି ପାଇଁ ପିଲାଙ୍କ ପାଠ ପଢ଼ାରେ ଅସୁବିଧା ହେଉଥିଲା ।ଡ୍ରପ୍ଆଉଟ୍ ବଢ଼ିବା ସାଙ୍ଗକୁ ପାଠ ଛାଡୁଥିଲେ ଗରିବ ପିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ହେଉଛି କୌଣସି ବି ପିଲା ଅଶିକ୍ଷିତ ନରୁହନ୍ତୁ। ଯେଉଁ ସ୍ଥାନରେ କଲେଜ ସୁବିଧା ନାହିଁ, ପିଲାମାନଙ୍କୁ ଯିବା ପାଇଁ ବାଟ ଦୂର ପଡୁଛି ସେହିଭଳି ଅଞ୍ଚଳରେ ଯୁକ୍ତ ଦୁଇ ଶ୍ରେଣୀ ଖୋଲିବ। ହେଲେ ଏବେ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପଢାଇବାକୁ ପ୍ରସ୍ତୁତ ହୋଇଛି ଖସଡ଼ା। ପ୍ରଥମ ପର‌୍ୟ୍ୟୟରେ ୪୦ଟି ଉଚ୍ଚ ମାଧ୍ୟମିକ ସ୍କୁଲକୁ ଅପଗ୍ରେଡ୍ କରାଯିବ। ବର୍ତ୍ତମାନ ଉଚ୍ଚଶିକ୍ଷା ଅଧୀନରେ ଥିବା ଅଧ୍ୟାପକମାନେ ଉଚ୍ଚ ମାଧ୍ୟମିକ ସ୍କୁଲରେ ପଢାଉଛନ୍ତି । ଯେଉଁଥି ପାଇଁ ନିଜସ୍ବ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଲାଗି ପଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏଯାଏ ୫୩ ଜଣଙ୍କୁ ନିଯୁକ୍ତି ମିଳି ସାରିଛି । ଆବଶ୍ୟକ ପଡ଼ିଲେ, ଅତିଥି ଅଧ୍ୟାପକଙ୍କ ଦ୍ବାରା ଶିକ୍ଷାଦାନ କରାଯିବ ।

Share

Leave a Reply

Your email address will not be published. Required fields are marked *

11 + 14 =